ଚାଉଳ ଯୋଗାଣରେ ପ୍ଲାଷ୍ଟିକ ଚାଉଳ ମିଶିଥିବା ଅଭିଯୋଗ

ସୁନ୍ଦରଗଡ଼: କେତେବେଳେ ଭୂତ କାର୍ଡ଼, ତ ପୁଣି କେତେବେଳେ ରାସନ କାର୍ଡ଼ରେ ଏକାଧିକ ନକଲି ନାମ ଯୋଡ଼ି ଶହଶହ କ୍ବିଣ୍ଟାଲ ଚାଉଳ ଓ ଗହମ ଉଠାଯାଉଥିବାର ଚର୍ଚ୍ଚା ଥମିନଥିବା ବେଳେ ଏବେ ପୁଣି ଚାଉଳ ଯୋଗାଣରେ ପ୍ଲାଷ୍ଟିକ ଚାଉଳ ମିଶିଥିବାର ଅଭିଯୋଗ କରି ହିତାଧିକାରୀମାନେ ଏକ ପ୍ରକାର ଆତଙ୍କିତ ହୋଇପଡ଼ିଛନ୍ତି ।

କେତେକ ଏଭଳି ଚାଉଳକୁ ବାଛି ବାଛି ରାନ୍ଧୁ ଥିବା ବେଳେ ଆଉ କେତେକ ରାନ୍ଧୁନଥିବାର ଅଭିଯୋଗ ହୋଇଛି ହେଲେ ଏ ସଂପର୍କରେ ଜିଲା ଯୋଗାଣ ଅଧିକାରୀଙ୍କୁ ପଚରାଯିବାରୁ ଏହା ପ୍ଲାଷ୍ଟିକ ଚାଉଳ ନୁହେଁ, ଭିଟାମିନ ଯୁକ୍ତ ଚାଉଳ ଶରୀରରେ ଆଇରନ ମାତ୍ରାକୁ ବଢ଼ାଇବା ପାଇଁ କେନ୍ଦ୍ର ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି ।

prayash

ହିତାଧିକାରୀ ଆତଙ୍କିତ ନ ହୋଇ ସାଧାରଣ ଚାଉଳ ଖାଇବା ଭଳି ଏହାକୁ ରାନ୍ଧି ଖାଆନ୍ତୁ ବୋଲି ସ୍ପଷ୍ଟିକରଣ ଦେବା ସହ ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ ବୋଲି ମତ ଦେଇଛନ୍ତି । ମିଳିଥିବା ଅଭିଯୋଗରୁ ପ୍ରକାଶ, ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଦିଆଯାଉଥିବା ଚାଉଳରେ ଏହି ଚାଉଳକୁ ମିଶାଯାଇଛି ମାତ୍ର ଏହା ଧଳା ଓ ଅନ୍ୟ ଚାଉଳଠାରୁ ଏହା ସଂପୂର୍ଣ୍ଣ ଅଲଗା ହୋଇଥିବାରୁ ଏହି ଚାଉଳ ବାରି ହୋଇପଡ଼ୁଛି । ଏପରିକି ବତୁରାଇଲେ ଫୁଲି ଯାଉଛି ଓ ଧରିଲେ ଅଠାଲିଆ ପରି ଲାଗିବା ସହ ଶୀଘ୍ର ସିଝିଯାଉଛି ବୋଲି ଖାଉଟିମାନେ ଅଭିଯୋଗ କରିଛନ୍ତି ।

ଫଳରେ ଏହାକୁ ନେଇ ଜିଲାବ୍ୟାପୀ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ପୂର୍ବରୁ ଦିଆଯାଉଥିବା ସଫା ଚାଉଳରେ ଏଭଳି ଚାଉଳ ମିଶ୍ରିତ ହୋଇନଥିବା ବେଳେ ଚଳିତ କୋଟାରେ ଏହି ଚାଉଳ ମିଶ୍ରିତ ଥିବାରୁ ଖାଉଟିଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେଉଛି । ଯୋଗାଣ ପୂର୍ବରୁ ଆବଶ୍ୟକୀୟ ପ୍ରଚାର ପ୍ରସାର କରାଯାଇଥିଲେ ଏଭଳି ବିଭ୍ରାନ୍ତି ସୃଷ୍ଟି ହୋଇନଥାନ୍ତା ବୋଲି ଖାଉଟିମାନେ ମତ ଦେଉଛନ୍ତି । ବିଶେଷ କରି ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଏହି ଚାଉଳକୁ ନେଇ ଚର୍ଚ୍ଚା ଲାଗିରହିଛି।

kalyan agarbati

Comments are closed.