୧୫ ଲିଟର ରନ୍ଧା ମଦ ଜବତ, ଜଣେ ଗିରଫ
ସମ୍ବଲପୁର: ସମ୍ବଲପୁର ଅବକାରୀ ବିଭାଗ ପକ୍ଷରୁ ବୁଧବାର ଆ. କଟାପାଲିର ଡୁଡିଆପଡ଼ାରୁ ୧୫ ଲିଟର ରନ୍ଧା ମଦ ଜବତ କରାଯାଇଛି। ଅବକାରୀ ବିଭାଗର ପାଟ୍ରୋଲିଂ ଦଳ ଆ. କଟାପାଲି ଅଞ୍ଚଳରେ ପାଟ୍ରୋଲିଂ କରିବା ସମୟରେ ଖବର ପାଇ ମଦ ରନ୍ଧା ଯାଉଥିବା ଡୁଡୁଆପଡ଼ାରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ୧୫ ଲିଟର ରନ୍ଧା ମଦ ଜବତ କରିବା ସହ ଅଭିଯୁକ୍ତ ସୁରେନ ଓରାମଙ୍କୁ ଗିରଫ କରାଯାଇଛି।
Comments are closed.