ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳିତ
କଣ୍ଟାବାଞ୍ଜି:ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର କଣ୍ଟାବାଞ୍ଜିରେ ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଆଚାର୍ଯ୍ୟ ଓ ଆଚାର୍ଯ୍ୟାଙ୍କ ତତ୍ୱାବଧାନରେ ଶିଶୁ ଭାଇ ଭଉଣୀମାନେ ବିଭିନ୍ନ ପୋଷ୍ଟର, ବ୍ୟାନର ଓ ସ୍ଲୋଗାନ ମାଧ୍ୟମରେ ଆନ୍ତର୍ଜାତିକ ମାତୃଭାଷା ଦିବସ ରଉଦ୍ଦେଶ୍ୟକୁ ସମାଜର ଲୋକମାନଙ୍କ ଭିତରେ ଜାଗ୍ରତ କରାଇବା ପାଇଁ କଣ୍ଟାବାଞ୍ଜି ନଗରରେ ଏକ ଶୋଭାଯାତ୍ରା ରେ ଶିଶୁ ଭାଇ ଭଉଣୀ ମାନେ ବାହାରି ଥିଲେ।
ବିଦ୍ୟାଳୟର ପ୍ରଧାନଚାର୍ଯ୍ୟ ତେଜ କୁମାର ସାହୁଙ୍କ ତତ୍ୱାବଧାନରେ ଏକ ମଞ୍ଚସ୍ଥ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ସଂକୁଳର ସଂକୁଳ ପ୍ରମୁଖ ରାମଚନ୍ଦ୍ର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିଶୁ ଭାଇ ଭଉଣୀ ମାନଙ୍କୁ ମାତୃଭାଷାର ଗୁରୁତ୍ୱ ଉପରେ ବକ୍ତବ୍ୟ ରଖିଥିଲେ।
ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି କୁଞ୍ଜ ବିହାରୀ ବେହେରା, ଉପ ସଭାପତି ସୁଷମା ମହାନନ୍ଦ ଓ ସମ୍ପାଦକ ଯୁବରାଜ ମେହେର ମଞ୍ଚାସିନ ଥିଲେ। ଶିଶୁ ଭାଇଭଉଣୀ ମାନଙ୍କ ମଧ୍ୟରେ ବିଭିହ୍ନ ପ୍ରକାରର ପ୍ରତିଯୋଗିତା କରାଯାଇ କୃତିତ୍ୱ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା. ବିଦ୍ୟାଳୟ ର ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା ସହଯୋଗରେ କାର୍ଯ୍ୟକ୍ରମ ଟି ସଫଳତା ର ସହିତ ସମ୍ପହ୍ନ ହୋଇଥିଲା।
Comments are closed.