www.samajalive.in
Monday, December 15, 2025
16.1 C
Bhubaneswar

ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୧୩ ଓ ୨୦୧୬ ଏବଂ ଓଡ଼ିଶା ଏମଏସଏସଇ ବିକାଶ ନୀତି-୨୦୧୬ର ସଂଶୋଧନ

ଭୁବନେଶ୍ୱର: ଓଡ଼ିଶା ସରକାର ଏମଏସଏମଇ ବିଭାଗ ଦ୍ୱାରା ପ୍ରକାଶିତ ତା.୧୬.୦୨.୨୦୨୩ର ବିଜ୍ଞପ୍ତି ଅନୁସାରେ ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି ୨୦୧୩ ଓ ୨୦୧୬ ଏବଂ ଓଡ଼ିଶା ଏମଏସଏମଇ ବିକାଶ ନୀତି-୨୦୧୬ର ସଂଶୋଧନ କରିଛନ୍ତି ।
ପୂର୍ବରୁ ଶିଳ୍ପ ସଂସ୍ଥାଗୁଡ଼ିକ ତାଙ୍କ କାର୍ଯ୍ୟ ଆରମ୍ଭର ୬ ମାସ/୧୨ ମାସ ମଧ୍ୟରେ ଉପରୋକ୍ତ ତିନୋଟି ନୀତି ଅଧୀନରେ ସରକାରୀ ପ୍ରୋତ୍ସାହନ ରାଶି ପାଇବା ନିମନ୍ତେ ଆବେଦନ କରିବା ନିୟମ ରହିଥିଲା ।

ନିର୍ଦ୍ଧାରିତ ୬ ମାସ/୧୨ ମାସ ଅବଧି ପରେ ଆବେଦନ ଜନିତ ବିଳମ୍ବ ପାଇଁ କ୍ଷମା କରିବାର କୌଣସି ପ୍ରାବଧାନ ନଥିବା ହେତୁ ବହୁ ସଂଖ୍ୟାରେ ଶିଳ୍ପ ସଂସ୍ଥାଗୁଡ଼ିକର ଆବେଦନକୁଡ଼ିକୁ ଖାରଜ କରି ଦିଆଯାଉଥିଲା। ଏବେ ଏହି ନୀତିର ସଂଶୋଧନ ଫଳରେ ଏହି ନିର୍ଦ୍ଧାତିତ ଅବଧିକୁ ୨ ବର୍ଷକୁ ବୃଦ୍ଧି କରାଯାଇଛି। ଦ୍ୱିତୀୟରେ ଏହି ୨ ବର୍ଷ ପରେ ମଧ୍ୟ କ୍ଷମା କରିବାର ସୁଯୋଗ ଯୋଡ଼ା ଯାଇଛି। ଏତଦ୍‌ବ୍ୟତୀତ ଯେଉଁ ଶିଳ୍ପ ସଂସ୍ଥାଗୁଡ଼ିକର

- Advertisement -

ଆବେଦନ ବିଳମ୍ବ ପାଇଁ ଖାରଜ କରାଯାଇଥିଲା ସେମାନଙ୍କ ନିମନ୍ତେ ଥରକ ପାଇଁ କୋହଳ ନୀତି ଅବଲମ୍ବନ କରି ଏହି ସମୟ ଅବଧିକୁ ୨୦୨୩ ମସିହା ଜୁନ୍‌ ୩୦ ତାରିଖ ଯାଏଁ ବୃଦ୍ଧି କରାଯାଇଛି। ଫଳରେ ସେମାନେ ଏହି ଆର୍ଥିକ ପ୍ରୋତ୍ସାହନ ପାଇବା ପାଇଁ ନୂତନ ଭାବେ ଆବେଦନ କରି ପାରିବେ।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories