www.samajalive.in
Monday, December 15, 2025
16.1 C
Bhubaneswar

ଜଙ୍ଗଲ ଓ ଜଙ୍ଗଲ ଜୀବ ଜନ୍ତୁଙ୍କୁ ନିଆଁ ଦାଉରୁ ରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ

ଫୁଲବାଣୀ:ସୋମବାର ଫୁଲବାଣୀ ବନାଞ୍ଚଳ ଅନ୍ତର୍ଗତ ବିଶିପଡ଼ା ସେକ୍ସନର ଗଞ୍ଜୁଗୁଡ଼ା ଗ୍ରାମ ପଞ୍ଚାୟତ ନିକଟରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଜଙ୍ଗଲ ଓ ଜଙ୍ଗଲ ଜୀବଜନ୍ତୁଙ୍କୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଏକ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଚେତନତା କାର୍ୟ୍ୟକ୍ରମରେ ଗଞ୍ଜୁଗୁଡ଼ା ସରପଞ୍ଚ ଅାଲୋକ କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଏସିଏଫ ମଳୟ ରଞ୍ଜନ କାଲୋ, ଫୁଲବାଣୀ ଫରେଷ୍ଟର ଆଶିଷ କୁମାର ଦିଗାଲ, ବିଶିପଡ଼ା ସେକ୍ସନ ଫରେଷ୍ଟର ମୋନାଲିସା ପଣ୍ଡା, ବିଶିପଡ଼ା ଫରେଷ୍ଟ ଗାର୍ଡ ସୂର୍ଯ୍ୟକାନ୍ତି ବେହେରା, ସ୍ବେଚ୍ଛାସେବୀ ଅନୁଷ୍ଠାନ ପାହାଡ଼ର ଟିମ ଲିଡ଼ର, ଉନ୍ନୟନ ଅଧିକାରୀ, ପକନାଗାଁ ବନ ସୁରକ୍ଷା ସମିତିର, ସଭ୍ୟ, ସଭ୍ୟା ପଦରସାହି ବନ ସୁରକ୍ଷା ସମିତିର ସଭ୍ୟ ସଭ୍ୟା ପ୍ରମୁଖ ଉପସ୍ଥିତ ରହି ଜଙ୍ଗଲକୁ କିଭଳି ନିଆଁ ଦାଉରୁ ସୁରକ୍ଷା ଦିଆ ଯାଇ ପାରିବ ସେ ଉପରେ ଉପସ୍ଥିତ ଥିବା ଜନସଧାରଣଙ୍କୁ ସଚେତନ କରିଥିଲେ ଏବଂ ଶପଥ ପାଠ କରେଇ ଥିଲେ।

- Advertisement -

ଏହି କାର୍ୟ୍ୟକ୍ରମରେ ଡ୍ୟାନ୍ସ ଏକାଡେମୀ ଫୁଲବାଣୀ ଏବଂ ପକନାଗାଁ ଗ୍ରାମର କୁନି କୁନି କଳାକାର ମାନଙ୍କ ଦ୍ବାରା ଜଙ୍ଗଲ ସଚେତନତା ଉପରେ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା।

Hot this week

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

Related Articles

Popular Categories