www.samajalive.in
Wednesday, December 10, 2025
15.1 C
Bhubaneswar

ସେଣ୍ଟ ଜନ୍ସ ସ୍କୁଲର ପଡିଆରେ ଜିଲାସ୍ତରୀୟ ଖେଳ ଉତ୍ସବ

ସମ୍ବଲପୁର: ନେହେରୁ ଯୁବ କେନ୍ଦ୍ର, ସମ୍ବଲପୁର ଓ ଜାଗୃତି ୟୁବ ଏସୋସିଏସନ ସମ୍ବଲପୁରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସରଲା ସ୍ଥିତ ସେଣ୍ଟ ଜନ୍ସ ସ୍କୁଲର ପଡିଆ ଠାରେ ଜିଲାସ୍ତରୀୟ ଖେଳ ଉତ୍ସବ ଆୟୋଜିତ ହୋଇଯାଇଛି। ଗତ ୧୨ ତାରିଖରେ ଆୟୋଜିତ ଫୁଟବଲ ପ୍ରତିଯୋଗିତାର ପୁରୁଷ ବିଭାଗରେ ଛାମୁଣ୍ଡାର ମାଁ ମେଣ୍ଢାସିନୀ ୟୁଥ କ୍ଲବ ବିଜେତା ଓ ସୋଡାସିଂହାର ଜୟ ମା ଦୁର୍ଗା କ୍ଲବ ଉପ ବିଜେତା ହୋଇଛନ୍ତି। ସେହିଭଳି ମହିଳା ବିଭାଗରେ ସାକ୍ଷୀପଡା ଦଳ ବିଜେତା ଓ କୁଦୋପାଲି ଦଳ ଉପ ବିଜେତା ହୋଇଛନ୍ତି। ଫୁଟବଲ ମ୍ୟାଚ ଗୁଡିକରେ ଗୌତମ ପଟେଲ, ଜନସନ କୁଜୁର ଓ ଅମରଦୀପ ବା ରେଫରୀ ଦାୟିତ୍ୱ ତୁଲାଇଥିଲେ।

ସେହିଭଳି ଶନିବାର ଆୟୋଜିତ ହକି ପ୍ରତିଯୋଗିତାରେ ଦାନ୍ତ୍ରୀ, ଯ୍ୟୁୁମୁରାର କରୁଣା ମାଁ କ୍ଲବ ୨-୦ ଗୋଲରେ ରେଢ଼ାଖୋଲ ବଡମାଳର ୟୁବ ବିକାଶ କ୍ଲବ ହରାଇ ଚାମ୍ପୟନ ହୋଇଛନ୍ତି। ପ୍ରତିଯୋଗିତାରେ କରୁଣା ମାଁ କ୍ଲବର କୁନା ଟପ୍ପୋ ବେଷ୍ଟ ପ୍ଲେୟାର ପୁରସ୍କାର ହାସଲ କରିଛନ୍ତି। ରେଫରୀ ରୂପ ଗିରିଡ ଡୁଙ୍ଗ, ନାଗେଶ୍ୱର ଟପ୍ପୋ, ରାୟବାରୁ ଏକ୍ସା ଓ ସୁଜାତା ଏକ୍ସା ଦାୟିତ୍ୱ ନିର୍ବାହ କରିଥିଲେ।

- Advertisement -

ସେହିପରି ପାରମ୍ପରିକ ଧନୁତୀର ପ୍ରତିଯୋଗିତାରେ ଅମିତ ଲାକ୍ରା ପ୍ରଥମ, ରାଜୀବ ତିର୍କୀ ଦ୍ୱିତୀୟ ଏବଂ ଶେଖର ମିଞ୍ଜ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ବ୍ୟାଡମିନ୍ଟନ (ଯୁଗ୍ମ) ରେ ବୈଭବ ବିରାଜ ହୋତା ଏବଂ ସୌରଭ ପ୍ରସାଦ ଭୂୟାଁ ମିଳିତ ଭାବରେ ପ୍ରିତମ ତିର୍କୀ ଓ ଶେଖ ଅକ୍ତତର ରଜା ଙ୍କୁ ହରାଇ ଚଳିତ ବର୍ଷର ଚାମ୍ପିୟନ ହୋଇଛନ୍ତି। ଶନିବାର ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ବିଜେଡି ଜିଲା ସଭାପତି ସିଦ୍ଧାର୍ଥ ଦାସ ମୁଖ୍ୟ ଅତିଥି ଓ ସେନ୍ଟ ଜନ୍ସ ସ୍କୁଲର ଅଧ୍ୟକ୍ଷ ଅନୀଲ କୁଜୁର ସମ୍ମାନୀତ ଅତିଥି ରୂପେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।

ସେହିଭଳି ଉଦଯାପନୀ ଉତ୍ସବରେ ଜିଲା କ୍ରିଡା ସଂଘର ହକି ସଚିବ ବିନୋଦ ଟପ୍ପୋ ମୁଖ୍ୟ ଅତିଥି, ସମ୍ମାନୀତ ଅତଥି ରୂପେ ବିନୋଦ ଜେସ ଓ ଏନୱାକେ ର ସଂଯୋଜକ ମାରିୟାନୁସ ବିଲୁଙ୍ଗ ଯୋଗ ଦେଇଥିଲେ। ଅତିଥି ମାନେ ବିଜେତା ଦଳ ଓ ବିଜୟୀ ଖେଳାଳି ମାନଙ୍କୁ ମେଡାଲ, ପ୍ରମାଣପତ୍ର ଓ ନଗଦ ଟଙ୍କା ରାଶି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ପ୍ରକାଶ କିରୋ ଉଦଘୋଷଣା କରିଥିବା ବେଳେ ଶେଷରେ ସୁପ୍ରିତା ବାର୍ଲା ଧନ୍ୟବାଦ ଅର୍ପଣ କରିଥିଲେ।

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories