www.samajalive.in
Monday, December 15, 2025
17.1 C
Bhubaneswar

ଜ୍ୟୋତିର୍ମୟ ଶିବ ଦରବାର, ଓଁକାର ଧ୍ୱନିରେ ସର୍ବତ୍ର ମୁଖରିତ

ତିଗିରିଆ: ମହାଶିବରାତ୍ରି ପବିତ୍ର ଜାଗର ଉତ୍ସବ ଉପଲକ୍ଷେ ତିଗିରିଆର ପ୍ରତିଟି ଶିବାଳୟ ଶନିବାର ସକାଳୁ ଉତ୍ସବ ମୁଖର ହୋଇ ଉଠିଛି। ଅପରାହ୍ଣରୁ ହଜାର ହଜାର ଭକ୍ତଙ୍କ ସମାଗମରେ ଶୈବପୀଠ ଗୁଡ଼ିକ ପୁରି ଉଠିଛି। ଚଳିତ ବର୍ଷ ଅନୁକୂଳ ପାଣିପାଗରେ ପ୍ରତି ପୀଠରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ସନ୍ଧ୍ୟାରୁ ଭକ୍ତର ଦୀପ ଜ୍ୟୋତିରେ ଶିବ ଦରବାର ଜ୍ୟୋର୍ତିମୟ ହୋଇ ଉଠିଥିବା ବେଳେ ମନ୍ଦିର ଗମ୍ଭୀରାରୁ ସେବାୟତଙ୍କ ଓଁକାର ଧ୍ୱନି ସାଙ୍ଗକୁ ଡାକବାଜି ଯନ୍ତ୍ରରେ ବିଭିନ୍ନ ପ୍ରାନ୍ତରୁ ଶିବ ପଞ୍ଚାକ୍ଷର ମହାମନ୍ତ୍ରର ସ୍ୱରରେ ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ବାତାବରଣ ଭରିଦେଇଛି।

ବ୍ଲକର ବିଭିନ୍ନ ଶୈବପୀଠ ପକ୍ଷରୁ ସନ୍ଧ୍ୟାପରେ ଶିବପାର୍ବତୀଙ୍କ ଚଳନ୍ତି ପ୍ରତିମାକୁ ନାମ ସଙ୍କୀର୍ତ୍ତନ ଗହଣରେ ନଗର ପରିକ୍ରମା କରାଯାଇଛି। କେତେକ ଗ୍ରାମର ଜାଗର ଯାତ୍ରା ଅନୁଷ୍ଠିତ ହେବା ସହିତ ଏହି ଅବସରରେ ନାନା ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ତିଗିରିଆର ପ୍ରସିଦ୍ଧ ଶୈବପୀଠ ମାନପୁରର କପିଳେଶ୍ୱର, ନିଜିଗଡ଼଼ ପଞ୍ଚାୟତ ଅନ୍ତର୍ଗତ ଶଙ୍କରେଶ୍ୱର ଓ ବ୍ରହ୍ମେଶ୍ୱର, ନୂଆପାଟଣାର ରାମେଶ୍ୱର, ବାଲିପୁଟ ପଞ୍ଚାୟତର ବାଣେଶ୍ୱର , ବିନ୍ଧାଣିମାର ଚନ୍ଦ୍ରଶେଖର, ପାଞ୍ଚଗାଁର ପଞ୍ଚାନନେଶ୍ୱର, ସମପଡ଼ାର ସିଦ୍ଧେଶ୍ବର ପୀଠ ଏବଂ ମହାନଦୀ କୂଳରେ ରହିଥିବା ଡାହାଳିଆଙ୍କ ପ୍ରାଚୀନ କୀର୍ତ୍ତିରାଜି ବୃଦେ୍ଧଶ୍ୱର ଓ ଐଶାନେଶ୍ୱର ମନ୍ଦିରରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଳି ଲାଗି ରହିଛି। ତିଗିରିଆ ବ୍ଲକର ଅଚଳକୋଟ ଗ୍ରାମର ମଲ୍ଲିକାନାଥଙ୍କ ଜାଗର ଯାତ୍ରା ଗ୍ରାମରେ ତିନି ଦିନ ଧରି ଅନୁଷ୍ଠିତ ହେଉଥିବା ବେଳେ ନୂଆ ଶାସନର ବାଲୁଙ୍କେଶ୍ୱରଙ୍କ ପୀଠରେ ଜାଗରଯାତ୍ରା ଓ ଭଜନସଂନ୍ଧ୍ୟା ଏବଂ ବଡ଼ନାଉପୁଟର ସ୍ୱପ୍ନେଶ୍ୱର ମହାଦେବଙ୍କର ତିନି ଦିନିଆ ଜାଗର ଯାତ୍ରା ଅନୁଷ୍ଠିତ ହେଉଛି। ଗତକାଲି ଠାରୁ ଗ୍ରାମ ଗୁଡ଼ିକରେ ବିଭିନ୍ନ ସାଂସ୍କୃତିକ ଓ ମନୋରଞନଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ସେହିପରି ମାନପୁର କପିଳେଶ୍ୱରଙ୍କ ପୀଠରେ ଭଜନ ସଂନ୍ଧ୍ୟାରେ ଆୟୋଜନ ହୋଇଥିବା ବେଳେ ଏହି ପୀଠରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି। ନୂଆ ଶାସନସ୍ଥିତ ବାଲୁଙ୍କେଶ୍ୱରଙ୍କ ପୀଠରେ ଜାଗର ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେଉଥିବା ବେଳେ ବାଙ୍କୀ ଉତ୍ତର କୂଳ ବରପାଟଣାର ଯମେଶ୍ୱରଙ୍କ ତିନି ଦିନିଆ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଓ ପଞ୍ଚଦଶ ରୁଦ୍ର ମହାଯଜ୍ଞ ଅନୁଷ୍ଠିତ ହେଉଛି। ଏଠାରେ ଆସନ୍ତାକାଲି ଠାରୁ ଜାଗର ମହୋତ୍ସବର ମଞ୍ଚ କାର୍ଯ୍ୟକ୍ରମ ଆୟୋଜନ ହେଉଥିବା ଜଣାପଡ଼ିଛି। ମହାଦୀପ ଉଠିବା ପର୍ଯ୍ୟନ୍ତ ଗ୍ରାମମାନଙ୍କର ଏହି ଶିବାଳୟ ଗୁଡ଼ିକରେ ରହିଥିବା ନଦୀୟା ଓ ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା ସନ୍ଧ୍ୟାରୁ ନାମ କୀର୍ତ୍ତନ ଚାଲିଛି। ହଜାର ହଜାର ଭକ୍ତ ପୀଠ ପରିସରରେ ଦୀପ ଜାଳି ଶିବନାମ ସ୍ମରଣ କରି ମହାଦୀପ ଦର୍ଶନକୁ ପ୍ରତୀକ୍ଷା କରିଛନ୍ତି। ତିଗିରିଆ ଥାନା ଅଧିକାରୀ ସୁଚିତ୍ରା ଜେନାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଥାନା ପୁଲିସ ବିଭିନ୍ନ ପୀଠରେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରୁଥିବା ଦେଖିବାକୁୁ ମିଳିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories