ବୌଦ୍ଧ: ସ୍ଥାନୀୟ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ୱବିଦ୍ୟାଳୟରେ ପବିତ୍ର ଶିବ ଜୟନ୍ତୀ ଉତ୍ସବ ତଥା ମହା ଶିବରାତ୍ରି ଖୁଵ ଆଧ୍ୟାତ୍ମିକ ପରିବେଶରେ ପାଳିତ ହୋଇଛି। କାର୍ୟ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରା ଯୋଗଦାନ ଦେଇ କାର୍ୟ୍ୟକ୍ରମରେ ଉପସ୍ଥିତି ରହି ମୁଁ ବିଶେଷ ଖୁସି ଓ ଆନନ୍ଦ ଅନୁଭବ କରୁଛି ବୋଲି କହିଛନ୍ତି। ସମ୍ମାନିତ ଅତିଥି ଭାବେ ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର, ଭଗବାନ ଶିବଙ୍କ ପ୍ରତି ନିଜକୁ ଅର୍ପଣ କରବା ଜୀବନର ଶ୍ରେଷ୍ଠ ଉଦ୍ଦେଶ୍ୟ ହେବା ଉଚିତ ବୋଲି ବର୍ଣନା କରିଥିଲେ। ରାଜେନ୍ଦ୍ର ମିଶ୍ର ଜୀବନକୁ ଈଶ୍ବରୀୟ ସତ୍ତା ସହିତ ସମ୍ପର୍କ ରଖି ଅନ୍ୟମାନଙ୍କ ପ୍ରତି କଲ୍ୟାଣ କରି ହୋଇ ପାରିଲେ ଜୀବନ ସାର୍ଥକ ହୋଇ ପାରିବ ବୋଲି କହିଛନ୍ତି।
Popular Categories



