ହାତୀ ଉପଦ୍ରବ ପାଇଁ ୮ ଦିନ ହେଲା ବିଦ୍ୟୁତ୍ କାଟ, ପ୍ରତିବାଦରେ ୬ଟି ଗ୍ରାମର ଯୁବଗୋଷ୍ଠୀଙ୍କ ବନଖଣ୍ଡ କାର୍ଯ୍ୟାଳୟ ଘେରାଉ
ଲାଞ୍ଜିଗଡ଼:ବିଦ୍ୟୁତ୍ ବ୍ୟବସ୍ଥାରେ ସଂସ୍କାର ଆଣିବା ସହିତ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଇଦେବାକୁ ରାଜ୍ୟ ସରକାର ବଦ୍ଧ ପରିକର ହୋଇଛନ୍ତି। ଏନେଇ ଘୋଷଣା କରାଯିବାପରେ କଳାହାଣ୍ଡି ଜିଲାବାସୀ ବେଶ୍ ଖୁସିବ୍ୟକ୍ତ କରିଥିଲେ। ତେବେ ଟାଟା ପାୱାରକୁ ବିଦ୍ୟୁତ୍ ସେବା ପ୍ରଦାନ ପରେ ଏବେ ବିଦ୍ୟୁତ୍ ବିଭାଗରେ ସଂସ୍କାର ହେବା ତ ଦୂରର କଥା ବରଂ ଗ୍ରାହକଙ୍କ ଦୁଃଖ ବହୁଗୁଣିତ ହୋଇଯାଇଛି।
ଏପରି ଆଜିକୁ ୮ଦିନ ହେଲା ସନ୍ଧ୍ୟା ହେଲେ ବିଦ୍ୟୁତ୍ କାଟ ହେଉଥିବାବେଳେ ଏହାର ପ୍ରତିବାଦ କରି ଆଜି ୬ ଗୋଟି ଗ୍ରାମର ଯୁବକ ବାଲି ମାଝୀ, ଲଳିତ ହରିଜନ, ଅଚୁତ ମାଝୀ, ବଳଭଦ୍ର ମାଝୀ, ଦିଲ୍ଲୀପ ହରିଜନ, ସୁଜନ ହରିଜନ, ଚେରୁ ହରିଜନ, ରାଜେନ୍ଦ୍ର ମାଝୀ, ରାମଚନ୍ଦ୍ର ମାଝୀ, ଦେବରାଜ ମାଝୀ ଓ ପୁରନ୍ଧର ମାଝୀ ଲାଞ୍ଜିଗଡ଼ ବନଖଣ୍ଡ କାର୍ଯ୍ୟାଳୟକୁ ଯାଇ ପ୍ରତିବାଦ କରି ଘେରାଉ କରିଥିବା ସହ ବିଶ୍ୱନାଥପୁର ସ୍ଥିତ ମୁଖ୍ୟ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରିବୁ ବୋଲି ଚେତାବନୀ ଦେଇଛନ୍ତି।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଲାଞ୍ଜିଗଡ ବ୍ଲକ ମୂଷାନାଳ ଓ ଲାଞ୍ଜିଗଡ଼ ସେକ୍ସନର ଲାଞ୍ଜିଗଡ଼ ଓ ଛତ୍ରପୁର ପଞ୍ଚାୟତ ଅଧୀନରେ ଥିବା ଟାଙ୍ଗନକଣା,ଗୋଇପଟା, ଲେପଟାଗୁଡା, ବାରବୁଲି, ଶାନ୍ତିନଗରପଡା ଓ କଲୋନୀ ପଡ଼ାରେ।ଏହି ଗାଁ ଅଞ୍ଚଳରେ ଆଜିକୁ ୮ ଦିନ ହେଲା ବିଦ୍ୟୁତ୍ ବିଭାଗ ସନ୍ଧ୍ୟା ହେଲେ ବିଦ୍ୟୁତ କାଟ ଯୋଗୁଁ ଗ୍ରାମବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ବ୍ଲକ ନର୍ଲା ଉପଖଣ୍ଡ ଅଧୀନରେ ଥିବା ଲାଞ୍ଜିଗଡ଼ ଟ୍ରକ୍ଚର ବିଦ୍ୟୁତ୍ ବିଭ୍ରାଟର ପରିମାଣ ଏତିକି ଯେ ଲୋକେ ସହ୍ୟ କରି ପାରୁ ନାହାଁନ୍ତି । ବ୍ଲକର ବେଡାଗାଁ,ଲାଞ୍ଜି,କୁମଖାଲ,ଛତ୍ରପୁର, ବନ୍ଧପାରି ଆଦି ଗ୍ରାମପଞ୍ଚାୟତ ଅଞ୍ଚଳରେ ଜଙ୍ଗଲୀ ହାତୀଙ୍କ ଚଳପ୍ରଚଳ ଯୋଗୁଁ ସନ୍ଧ୍ୟା ନହେଉଣୁ ବିଦ୍ୟୁତ୍ କାଟ ହେଉଥିବାବେଳେ ଲାଞ୍ଜିଗଡ଼ ଓ ଛତ୍ରପୁର ଗ୍ରାମପଞ୍ଚାୟତ ଅଧୀନରେ ଥିବା ଏହି ୬ ଗୋଟି ଗାଁ ଟାଙ୍ଗନକନା,ଗୋଇପଟା,ଲେପଟା ଗୁଡା, ବାରବୁଲି, ଶାନ୍ତିନଗର ପଡା ଓ କଲୋନୀ ପଡ଼ାରେ ସନ୍ଧ୍ୟା ୭ ଘଣ୍ଟା ହେଲେ ମନଇଛା ବିଦ୍ୟୁତ୍ କାଟ ହେଉଥିବା ଯୋଗୁଁ ଲୋକେ ଅତିଷ୍ଠ ହୋଇ ପଡିଲେଣି।ବିଦ୍ୟୁତ୍ କାଟ ଯୋଗୁଁ ଛାତ୍ରଛାତ୍ରୀ, ବୃଦ୍ଧବୃଦ୍ଧା, ରୋଗୀ ଓ ଶିଶୁମାନେ ବହୁ ହଇରାଣ ହେଉଛନ୍ତି ।
ସୂଚନାଯୋଗ୍ୟ ଯେ, ଆଜିକୁ ୧୨ ଦିନ ତଳେ ମୂଷାନାଳ ସେକ୍ସନ ଛତ୍ରପୁର ପଞ୍ଚାୟତ ଅଧୀନରେ ଥିବା ଲେପଟାଗୁଡା ଓ ବାରବୁଲି ଗ୍ରାମକୁ ଏକ ୧୦ ଟିକିଆ ଜଙ୍ଗଲୀ ହାତୀ ଆସିଥିଲେ।ଏହାକୁ ନେଇ ଗ୍ରାମବାସୀ ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗର ଫୋନ ମେସେଜ ଅନୁଯାୟୀ ବିଦ୍ୟୁତ ବିଭାଗ ସେହି ଅଞ୍ଚଳର ବିଦ୍ୟୁତ କାଟ କରିଥିବା ବେଳେ ଗ୍ରାମବାସୀ ଓ ବନ ବିଭାଗ ମିଳିତ ଭାବେ ହାତୀ ଘଉଡ଼ାଇ ଥିଲେ।ହେଲେ ହାତୀ ସେହି ଅଞ୍ଚଳରୁ ଯାଇ ଆଜିକୁ ୮ ଦିନରୁ ଉର୍ଦ୍ଧ୍ବ ସମୟ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପୂର୍ବପରି ପ୍ରତିଦିନ ସନ୍ଧ୍ୟାରେ ବିଦ୍ୟୁତ କଟା ଯାଉଛି।ଛାତ୍ରଛାତ୍ରୀଙ୍କ ବୋର୍ଡ ପରୀକ୍ଷା ଆସୁଥିବା ଯୋଗୁଁ ବିଦ୍ୟୁତ କାଟ ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏନେଇ ଆଜି ଗାଁ ଲୋକେ ଲାଞ୍ଜିଗଡ଼ ଟ୍ରକ୍ଚର ଯାଇ ପଚାରିଥିବା ବେଳେ ଲାଞ୍ଜିଗଡ଼ ବ୍ଳକ ବିଦ୍ୟୁତ ବିଭାଗ ଦାଇତ୍ୱରେ ଥିବା ଯନ୍ତ୍ରୀ ସୌଦାଗର ମେହେର ପ୍ରତିଦିନ ସନ୍ଧ୍ୟାରେ ବିଦ୍ୟୁତ କାଟିବାକୁ ଆମକୁ ଫୋନ ମାଧ୍ୟମରେ ମେସେଜ ଦେବାରୁ ଆମେ ବିଦ୍ୟୁତ କାଟି ଯାଉଛୁ ବୋଲି ଟ୍ରକ୍ଚର କର୍ମଚାରୀମାନେ ପ୍ରକାଶ କରିଛନ୍ତି। ଏନେଇ ମୂଷାନାଳ ଫରେଷ୍ଟର ଚିନ୍ତାମଣି ମାଝୀଙ୍କୁ ପଚାରିବାରୁ ବର୍ତ୍ତମାନ ହାତୀ ସେହି ଅଞ୍ଚଳରେ ନାହିଁ।କୁମଖାଲ ପଞ୍ଚାୟତ ପ୍ରତିବେଡା ଗାଁ ନିକଟ ଜଙ୍ଗଲରେ ହାତୀଥିବା ଜଣା ପଡିଛି।ମୁଁ ସେହି ଅଞ୍ଚଳର ଲାଇନ କାଟିବା ପାଇଁ ବିଦ୍ୟୁତ ବିଭାଗକୁ କହିନାହୁଁ ବୋଲି ପ୍ରକାଶ କରିଥିଲେ।
ସେହିପରି ଲାଞ୍ଜିଗଡ଼ ଫରେଷ୍ଟର ଜଗନ୍ନାଥ ନାଗଙ୍କୁ ପଚାରିବାରୁ ଆମ ଫରେଷ୍ଟ ଅଞ୍ଚଳରେ ହାତୀ ନାହିଁ କିମ୍ବା ବିଦ୍ୟୁତ ବିଭାଗକୁ ବିଦ୍ୟୁତ କାଟ ପାଇଁ ମେସେଜ ଦେଇନୁ ବୋଲି ଫରେଷ୍ଟ କାର୍ଯ୍ୟାଳୟକୁ ଆସିଥିବା ୬ ଖଣ୍ଡ ଗାଁର ଯୁବକଙ୍କୁ କହିଥିଲେ।ଏନେଇ ବ୍ଳକ ବିଦ୍ୟୁତ ଦାଇତ୍ଵରେ ଥିବା ଯନ୍ତ୍ରୀ ଶ୍ରୀ ମେହେରଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ ଫୋନ ସୁଇଚଅଫ ଥିଲା।ଏଣୁ ବିଦ୍ୟୁତକାଟ ସମସ୍ୟାର ସ୍ଥାୟୀ ସମସ୍ୟାର ସମାଧାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
Comments are closed.