ଜାଗରରେ ଅଘଟଣ, ଦୀପ ନିଆଁ ଲାଗି ମହିଳା ଗୁରୁତର

ଆସ୍କା: ଜାଗରରେ ଅଘଟଣ। ଜାଗର ଦୀପରୁ ନିଆଁ ଲାଗି ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ମହିଳାଙ୍କୁ ଚିକିତ୍ସା ପାଇଁ ଆସ୍କା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ମହିଳାଙ୍କ ଶରୀରର ୪୦% ପୋଡ଼ି ଯାଇଥିବା ସୂଚନା ମିଳିଛି।

prayash

ମିଳିଥିବା ସୂଚନା ଅନୁଯାୟୀ ପୁଡୁକେଶ୍ବର ମନ୍ଦିର ପରିସରରେ ଲାଗିଥିବା ଦୀପରୁ ମହିଳାଙ୍କ ଶାଢ଼ିରେ ନିଆଁ ଲାଗିଯାଇଥିଲା। ସ୍ଥାନୀୟ ଲୋକେ ତୁରନ୍ତ ମହିଳାଙ୍କ ଶାଢ଼ିରୁ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ନିଆଁ ଲିଭିଯିବା ପରେ ମହିଳାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଆସ୍କା ମେଡ଼ିକାଲକୁ ନିଆ ଯାଇଥିଲା ଏବଂ ସେଠାରେ ତତ୍କାଳ ଚିକିତ୍ସା ସେବା ଆରମ୍ଭ ହୋଇଥିଲା।

kalyan agarbati

Comments are closed.