www.samajalive.in
Sunday, December 14, 2025
19.1 C
Bhubaneswar

ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟ ରାସ୍ତା ବିପଦପୂର୍ଣ୍ଣ

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ବିକାଶର ଦାବି କରାଯାଉଥିବା ବେଳେ କିନ୍ତୁ ତାହା ବାସ୍ତବରେ ସତ୍ୟତାରୁ ବହୁ ଦୂରରେ ରହିଥିବାର ଦେଖାଯାଉଛି। ସମ୍ବଲପୁର ପାଞ୍ଚଗଛିଆ ସ୍ଥିତ ବିଦ୍ୟାଳୟ ସମୁହ ଗୁଡିକୁ ଯାଇଥିବା ପ୍ରମୁଖ ରାସ୍ତା ଅବସ୍ଥା କହିଲେ ନ ସରେ। ଜାତୀୟ ରାଜପଥ କଡରେ ଥିବାରୁ ଏହି ଅଞ୍ଚଳ ସହର ମଧ୍ୟକୁ ପ୍ରବେଶ କରିବାର ଅନ୍ୟତମ ପ୍ରବେଶ ଦ୍ୱାର ଅଟେ। କିନ୍ତୁ ପ୍ରଶାସନ ଏହି ଅଞ୍ଚଳର ରାସ୍ତାଘାଟ, ନାଳ ଆଦିର ବିକାଶ କରିବାକୁ ସମ୍ପୁର୍ଣ୍ଣ ରୂପେ ଭୁଲି ଯାଇଛି। ଅଞ୍ଚଳର ରାସ୍ତାଘାଟରେ ଦେଇ ଯାତାୟାତ କରୁଥିବା ଲୋକଙ୍କୁ ଏହା ଗ୍ରାମାଞ୍ଚଳର କାଦୁଅ ପଚପଚ ରାସ୍ତାର ଅନୁଭୂତି ପ୍ରଦାନ କରିଥାଏ। ପ୍ରତ୍ୟହ ଏହି ରାସ୍ତାରେ ହଜାର ହଜାର ଛାତ୍ରଛାତ୍ରୀ, ଜନତା ଙ୍କ ଯାତାୟାତ ସହିତ ଶତାଧିକ ବିଭିନ୍ନ ପ୍ରକାରର ଯାନବାହାନ ଯାତାୟାତ କରୁଛି। ଏଥି ସହ ଏହି ଅଞ୍ଚଳରେ ବ୍ୟାପକ ବ୍ୟବସାୟିକ ଗତିବିଧି ସମେତ ବିଭିନ୍ନ ଦୈନିକ ଗଣମାଧ୍ୟମ ଗୁଡିକରର ମୁଦ୍ରଣ, ଗୋଦାମ ଗୃହ ଓ କାର୍ଯ୍ୟାଳୟ ରହିଛି।

ଏହି ପ୍ରମୁଖ ରାସ୍ତା ପୂର୍ବରୁ ଆବଶ୍ୟକତା ଅନୁଯାୟୀ ସଙ୍କୁଚିତ ରହିଥିବା ବେଳେ ରାସ୍ତା କଡରେ ଗ୍ୟାସ ପାଇପ ଲାଇନ ବିଛାଯିବାର କାର୍ଯ୍ୟ ଓ ରାସ୍ତା କାର୍ଯ୍ୟ ଜାରି ରହିଛି। ପ୍ରଥମରୁ ସଙ୍କୁଚିତ ରାସ୍ତାର କଡରେ ମାସ ମାସ ଧରି ଗ୍ୟାସ ପାଇପ ଗୁଡିକ ରଖାଯାଇ ୨୫ ପ୍ରତିଶତରୁ ଅଧିକ ରାସ୍ତାକୁ ଅବରୋଧ କରାଯାଇଥିବା ବେଳେ ଏବେ ଏକ ବଡ ରାସ୍ତା ନିର୍ମାଣକାରୀ ଯନ୍ତ୍ର ରଖାଯାଇଛି। ଫଳରେ ଶୁକ୍ରବାର ଏହି ସାଙ୍କୁରିଆ ରାସ୍ତାରେ ଆଜି ସକାଳୁ ପ୍ରାୟ ୧ ଘଣ୍ଟା ଧରି ପ୍ରବଳ ଟ୍ରାଫିକ ଜାମ ହୋଇ ଯାଇଥିଲା। ଏଣୁ ପ୍ରାୟ ୨ ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଠିକଣା ସମୟରେ ସେମାନଙ୍କର ବିଦ୍ୟାଳୟ ଗୁଡିକୁ ପହୁଞ୍ôଚ ପାରି ନ ଥିଲେ। ରାସ୍ତାକୁ ଖୋଳି ଦିଆଯାଇଥିବାରୁ ରାସ୍ତା ପ୍ରାୟ ୫୦ ପ୍ରତିଶତ ସଙ୍କୁଚିତ ହୋଇଯାଇଛି। ଏହି ରାସ୍ତାରେ ପଶ୍ଚିମ ଓଡ଼ିଶାର ସର୍ବବୃହତ କେନ୍ଦ୍ରୀୟ ବିଦ୍ୟାଳୟ ସମେତ ୨ଟି ବଡ ବେସରକାରୀ ବିଦ୍ୟାଳୟ ଏବଂ ରେଳନଗର କଲୋନୀ ସମେତ ପୁରୁଣା ବସ୍ତି ରହିଛି। ଫଳରେ ଦୈନିକ ହଜାର ହଜାର ଯାନବାହନ ସମେତ ଜନତା ଯାତାୟାତ କରୁଥିବା ବେଳେ ଏବେ ରାସ୍ତାକୁ ଖୋଳି ଦିଆଯାଇ ସଙ୍କୁଚିତ କରି ଦିଆଯାଇଥିବାରୁ ରାସ୍ତା ଅତ୍ୟନ୍ତ ବିପଦଜନକ ଅବସ୍ଥାରେ ରହିଛି। ରାସ୍ତା ଏବେ ଖାଲଖମାରେ ପରିପୂର୍ଣ୍ଣ ରହିଥିବା ବେଳେ ବିଦ୍ୟାଳୟ ଚାଲିବା ସମୟରେ ଦୈନିକ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଜାମ ହେଉଛି। ରାସ୍ତା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଥିବାରୁ ଅନେକ ସମୟରେ ଛାତ୍ରଛାତ୍ରୀ ଙ୍କ ସମେତ ପଥଚାରୀ, ଦୁଇ ଚକିଆ ଯାନବାହନ ଆରୋହୀ, ଜନତା ପଡ଼ି ଉଠି କାଦୁଅ ପଚପଚ ହେବା ସହିତ ଖଣ୍ଡିଆ ଖାବରା ମଧ୍ୟ ହେଉଛନ୍ତି। ଅଞ୍ଚଳ ଗୁଡିକର ରାସ୍ତା ଗୁଡିକ ଏଭଳି ଅବସ୍ଥାରେ ରହିଛି ଯେ, ରାସ୍ତା ମଝିରେ ଖାଲ ନା ଖାଲ ମଧ୍ୟରେ ରାସ୍ତା ତାହା ଜଣା ପଡୁ ନାହିଁ, ଯାହାକି ଗ୍ରାମାଞ୍ଚଳର ଅନୁଭୂତି ଦେଉଛି। ବାରମ୍ବାର ଦାବି ସତ୍ୱେ ଜିଲା ପ୍ରଶାସାନ ଓ ନଗର ନିଗମ ସମସ୍ୟାର ସମାଧାନ ପାଇଁ କୌଣସି ଧ୍ୟାନ ଦେଉ ନାହାନ୍ତି। କିନ୍ତୁ ପ୍ରଶାସନ ନିଦାବିଷ୍ଣୁ ସାଜିଥିବାରୁ ସମସ୍ୟାର ସମାଧାନ ଏ ପର୍ଯ୍ୟନ୍ତ ହୋଇ ପାରି ନାହିଁ। ବୋଧହୁଏ କୌଣସି ଏକ ବଡ ଅଘଟଣ ଘଟିଲେ ଯାଇ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories