www.samajalive.in
Sunday, December 7, 2025
14.1 C
Bhubaneswar

ଦ୍ବିତୀୟ ଟେଷ୍ଟ ପ୍ରଥମ ଇନିଂସ, ଅଷ୍ଟ୍ରେଲିଆ ୨୬୩ରେ ଅଲଆଉଟ

ନୂଆଦିଲ୍ଲୀ: ଦ୍ବିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୨୬୩ରେ ଅଲଆଉଟ ହୋଇଛି। ଅଷ୍ଟ୍ରେଲିଆର ଓପନର ଖାୱଜାଙ୍କ ୮୧ ରନ ଓ ହ୍ୟାଣ୍ଡସକମ୍ବଙ୍କ ଅପରାଜିତ ୭୨ରନ ବଳରେ ଅଷ୍ଟ୍ରେଲିୟା ୨୬୩ରନ କରିବାରେ ସଫଳ ହୋଇଛି।

ଦ୍ବିତୀୟ ଟେଷ୍ଟରେ ଭାରତର ବୋଲର ସାମିଙ୍କୁ ସର୍ବାଧିକ ୪ ୱିକେଟ ମିଳିଥିବାବେଳେ ଅଶ୍ବିନ ଓ ଜାଡେଜାଙ୍କୁ ୩ ଲେଖାଏଁ ୱିକେଟ।
ନୂଆଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ନିଜର ପ୍ରଥମ ଇନିଂସରେ ୨୬୩ ରନ କରି ଅଲଆଉଟ ହୋଇଯାଇଛି । ଆଜିର ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।

- Advertisement -

ଦଳର ଦୁଇ ଓପନର ଡେଭିଡ୍ ୱାର୍ଣ୍ଣର ଓ ଉସମାନ ଖାୱଜା ଭଲ ଆରମ୍ଭ କରିଥିଲେ । ତେବେ ୱାର୍ଣ୍ଣର ମାତ୍ର ୧୫ ରନରେଆଉଟ ହୋଇଯାଇଥିବାବେଳେ ଖାୱଜା ୮୧ ରନ କରିଥିଲେ। ଅପରପକ୍ଷରେ ପିଟର ହାଣ୍ଡସକମ୍ବ ଓ ପାଟ କମିନ୍ସ ଲଢୁଆ ବ୍ୟାଟିଂ କରି ସ୍କୋରକୁ ଆଗେଇନେଇଥିଲେ। ହାଣ୍ଡସକମ୍ବଙ୍କ ଅପରାଜିତ ୭୨ ଓ କମିନ୍ସ ୩୩ ରନ କରିଥିଲେ। ଫଳରେ ଦଳ ୨୬୩ ପର୍ଯ୍ୟନ୍ତ ପହଞ୍ଚିପାରିଥିଲା ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories