www.samajalive.in
Tuesday, December 9, 2025
26.1 C
Bhubaneswar

ଆଇଏଏସ ସମ୍ମିଳନୀ ଉଦ୍‌ଘାଟିତ; ଲୋକଙ୍କ ପାଖରେ ପହଞ୍ଚି ସମସ୍ୟାର ସମାଧାନ କରିବାକୁ ଜିଲାପାଳମାନଙ୍କୁ ନିର୍ଦେଶ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଦିନିଆ ଆଇଏଏସ ସମ୍ମିଳନୀକୁ ମଙ୍ଗଳବାର ଉଦଘାଟନ କରିଛନ୍ତି। ପ୍ରଥମ ଦିନରେ ଆଜି ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତାକାଲି କୋଣାର୍କ ଇକୋ ରିଟ୍ରିଟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଜଣାପଡ଼ିଛି।  ଆଜିର ସମ୍ମିଳନୀରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ସବୁ ଜିଲାର ଜିଲାପାଳମାନେ ଏକତ୍ରିତ ହୋଇଛନ୍ତି। ବିଭିନ୍ନ ଦିଗ ଉପରେ ଆଜି ଆଲୋଚନା ହୋଇଛି। ଏହି ଅବସରରେ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଓ ସଶକ୍ତ ଓଡ଼ିଶା ଗଠନ ପାଇଁ ଦିଗରେ କାର୍ଯ୍ୟ କରିବା ପାଇଁ ଗୁରୁମନ୍ତ୍ର ଦେଇଛନ୍ତି ନବୀନ। ଗ୍ରାଉଣ୍ଡରେ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ବିନା ବାଧାରେ ଓ କମ୍ ସମୟରେ ସମାଧାନ କରିବାକୁ ଜିଲାପାଳମାନଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ଲକ୍ଷ୍ୟ ହାସଲ ପାଇଁ ଜିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା ହେବା ଉଚିତ ଏବଂ ଅନ୍ୟମାନଙ୍କ ପାଇଁ ମାନଦଣ୍ଡ ସ୍ଥିର କରିବା ଉଚିତ ବୋଲି କହିଛନ୍ତି। ଏଥିସହ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ସ୍କୁଲ ରୂପାନ୍ତରିକରଣ, ପର୍ଯ୍ୟଟନର ପ୍ରଚାର, ଖେଳ କ୍ଷେତ୍ରକୁ ମଧ୍ୟ ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହ ସରକାରଙ୍କ ରୂପାନ୍ତରଣ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ୍‌। ସେ କହିଛନ୍ତି ରାଜ୍ୟରେ ରୂପାନ୍ତରଣ କାର୍ଯ୍ୟକ୍ରମ ଏକ ଯୁଗାନ୍ତକାରୀ ପଦକ୍ଷେପ। ରୂପାନ୍ତରଣରେ ୫-ଟି ଏବଂ ମୋ ସରକାର ବଳିଷ୍ଠ ପଦକ୍ଷେପ ନେଇଛି।

- Advertisement -

ସୂଚନାଯୋଗ୍ୟ, ଆସନ୍ତାକାଲି ଦ୍ୱିତୀୟ ଦିନରେ କୋଣାର୍କ ଇକୋ ରିଟ୍ରିଟରେ ଏହି ସମ୍ମିଳନୀ ହେବ। ଏଥିରେ କାଳିଆ, ମମତା, ବିଜୁ ସ୍ବାସ୍ଥ୍ୟ ଯୋଜନା, ମୁକ୍ତା ଭଳି ବିଭିନ୍ନ ବିଷୟରେ ଆଲୋଚନା କରାଯିବ।

 

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories