ରାମଗଡ ପଞ୍ଚାୟତରେ କଂଗ୍ରେସ ହାତକୁ ହାତ ଯୋଡ କାର୍ଯ୍ୟକ୍ରମ

ବୌଦ୍ଧ : ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀର ହରଭଙ୍ଗା ବ୍ଲକ ରାମଗଡ଼ ଗ୍ରାମପଞ୍ଚାୟତ ଠାରେ ଆଜି ଦଳୀୟ କର୍ମୀ ମାନଙ୍କ ଦ୍ୱାରା “ହାତସେ ହାତ ଜୋଡୋ” କାର୍ୟ୍ୟକ୍ରମ କାରାଯାଇ ଥିଲା। ସର୍ବପ୍ରଥମେ ଗ୍ରାମରେ ଥିବା” ବୁଢ଼ୀ ବାଉରୀ ଦେବୀ “ ମନ୍ଦିରରେ ପୂଜା ଅର୍ଚ୍ଚନା କରା ଯାଇ ଥିଲା , ଏହାପରେ ରାହୁଲ ଗାନ୍ଧୀଙ୍କ ଦ୍ୱାରା ଡାକରା ଦିଆଯାଇଥିବା “ହାତ ସେ ହାତ ଜୋଡୋ” କାର୍ୟ୍ୟକ୍ରମର ଉଦ୍ଧେଶ୍ୟ ସମ୍ପର୍କରେ ସୂଚନା ଦେବା ସଙ୍ଗେ ସଙ୍ଗେ ପୁରୁଖା କଂଗ୍ରେସ କର୍ମୀ ଏବଂ ନୂତନ ଯୁବପିଢ଼ି ମାନଙ୍କ ସହ ସାକ୍ଷାତ ଆଲୋଚନା କରି କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡ଼ି ସରକାର କିପରି ଭାବେ ଚୁଡା, ମୁଢ଼ି଼ ଆଦିକୁ ଜିଏସଟି ଅନ୍ତର୍ଭୁକ୍ତ କରି ଲୋକ ମାନଙ୍କର ସାମାନ୍ୟ ତମ ଅଧିକାରକୁ ଛଡାଇ ନେଇ ଛନ୍ତି,ସେହିପରି “ମନରେଗା “ କାମ କରିବା ପାଇଁ ରହିଥିବା ନୀତି ନିୟମକୁ ଖୋଲାଖୋଲି ଭାବେ ଉଲଂଘନ କରା ଯାଇ ପ୍ରଶାସନ ର ଜ୍ଞାତସାର ରେ ମେସିନ ଦ୍ୱାରା କାମ କାରାଯାଉଛି , ଫଳରେ ଆମ ଗାଁର ଜବକାର୍ଡ ଧାରୀ ମାନେ ରୋଜଗାରର ପନ୍ଥା ପାଇ ନପାରି ଅନ୍ୟାନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି।

prayash

ଅହେତୁକ ଭାବେ ବୃଦ୍ଧି ପାଉଥିବା ଦରଦାମ ସମ୍ପର୍କରେ ଲୋକଙ୍କୁ ସୂଚନା ଦେବା ସହ କ୍ୟାବିନେଟ ମନ୍ତ୍ରୀଙ୍କୁ ପୋଲିସ ଗୁଳିରେ ଶୀକାର ଘଟଣା ରାଜ୍ୟର ଆଇନ ଶୃଙ୍ଖଳା ବିପର୍ୟ୍ୟସ୍ତ ହୋଇ ଯାଇଛି ବୋଲି ଲୋକଙ୍କୁ ସୂଚନା ପ୍ରଦାନ କରାଯାଇଥିଲା। ଆଜିର ଏହି କାର୍ୟ୍ୟକ୍ରମରେ ଜିଲା କଂଗ୍ରେସ ମୁଖ୍ୟ ମୁଖପାତ୍ର ଶାନ୍ତନୁ କୁମାର ମହାପାତ୍ର , ଜିଲା କଂଗ୍ରେସ ଉପସଭାପତି ସମରେଶ ମିଶ୍ର, ବ୍ଲକ କଂଗ୍ରେସ ସଭାପତି ପଙ୍କଜ କର୍ଣ୍ଣ, ପୌଲସ୍ତି ପ୍ରଧାନ, ବେଣୁଧର ମେହେର, ରୋହିତାଶ୍ଵ ବେହେରା,ସତ୍ୟ ବେହେରା, ପ୍ରଦୀପ ବେହେରା, ପ୍ରଦୀପ ଦାସ, ଖଗେଶ୍ୱର ଜଗଦଳା, ହୃଷିକେଶ ସାହୁ, ଗୋପାଳ ବାଘ, ସମରେନ୍ଦ୍ର ମହାକୁଡ଼, ରିଙ୍କୁ ପ୍ରଧାନ, ଚିତ୍ତ ବେହେରା, ଉଦ୍ଧବ ବେହେରା ପ୍ରମୁଖ ଯୋଗ ଦେଇଥିଲେ।

kalyan agarbati

Comments are closed.