ରାଷ୍ଟ୍ରୀୟ ଲୋକ ଅଦାଲତ

ବୌଦ୍ଧ: ବୌଦ୍ଧ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏକ ରାଷ୍ଟ୍ରୀୟ ଲୋକ ଅଦାଲତ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌‌ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧର ଭାରପ୍ରାପ୍ତ ଅଧ୍ୟକ୍ଷା ଅଳ୍ପନା ସ୍ୱାଇଁଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ହୋଇଯାଇଅଛି। ଏହି ଲୋକ ଅଦାଲତରେ ସର୍ବମୋଟ ୬୩ ଟି ବିଚାରଧିନ କେସ୍‌‌ ଯଥା ମୋଟର ଦୂର୍ଘଟଣା ଜନିତ ମକଦ୍ଦମା, ପାରିବାରିକ ମାମଲା, ଦେୱାନୀ ମକଦ୍ଦମା ଏବଂ ୩୧ ଟି ପ୍ରାକ୍‌‌ ମକଦ୍ଦମା କେସ୍‌‌ ଯଥା ବ୍ୟାଙ୍କ କେସ ଇତ୍ୟାଦି ଫୈସଲା କରାଯାଇ ମୋଟ ୩୭, ୭୨, ୧୩୨/- ଟଙ୍କା ଆଦାୟ କରାଯାଇଥିଲା। ଏଥିରେ ପରିବାର ଅଦାଲତ ବିଚାରପତି ପ୍ରଶନ୍ନ କୁମାର କର୍ଣ୍ଣ, ରେଜିଷ୍ଟ୍ରାର ଦେୱାନୀ ଅଦାଲତ ସୁଚିତ୍ରା ପରମଗୁରୁ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଚରଣଜିତ ଓରାମ, ବରିଷ୍ଠ ଦେୱାନୀ ଅଦାଲତ ବିଚାରପତି ସୀତକଣ୍ଠ ପ୍ରଧାନ, ଉପଖଣ୍ଡିୟ ବିଚାର ବିଭାଗୀୟ ଅଧିକାରୀ ସଙ୍ଗୀତା ଦାସ ଉପସ୍ଥିତ ଥିଲେ।

Comments are closed.