ପିପିଲି ମହାବିଦ୍ୟାଳୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ୭୦ ୟୁନିଟ୍ ରକ୍ତ ସଂଗ୍ରହ
ପିପିଲି:ପିପିଲି ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ନେକ୍ସସ୍ ହେଲ୍ଥ ଫାଉଣ୍ଡେସନ ଓ ପିପିଲି ମହାବିଦ୍ୟାଳୟର ୟୁଥ୍ ରେଡ୍କ୍ରସର ମିଳିତ ସହଯୋଗରେ ଆୟୋଜିତ ଏହି ରକ୍ତଦାନ ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଶିବପ୍ରସାଦ ମିଶ୍ର ଉଦ୍ଘାଟନ କରିବା ଅବସରରେ ରକ୍ତଦାନର ଆବଶ୍ୟକତା ଓ ଉପକାରିତା ସଂପର୍କରେ ଆଲୋକପାତ କରିଥିଲେ। କଟକର ସେଣ୍ଟ୍ରାଲ ରେଡ୍କ୍ରସ ବ୍ଲଡ୍ ବ୍ୟାଙ୍କ ସହଯୋଗରେ ଆୟୋଜିତ ଏହି ଶିବିରରେ ମୋଟ୍ ୭୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଏଥିରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ରକ୍ତଦାନ କରିଥିଲେ। ମହାବିଦ୍ୟାଳୟର ୟୁଥ୍ ରେଡ୍କ୍ରସ କାଉନସେଲର ତଥା ସଂଗୀତ ଅଧ୍ୟାପକ ସଚ୍ଚିକାନ୍ତ ନାୟକ, ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପିକା ସ୍ନେହାଞ୍ଜଳୀ ମହାନ୍ତିଙ୍କ ସମେତ ନେକ୍ସସ୍ ହେଲ୍ଥ ଫାଉଣ୍ଡେସନର ମାର୍ଗଦର୍ଶକ ସତ୍ୟନାରାୟଣ ସାହୁ, ତୋଫାନ ବେହେରା, ସାନ୍ତନୁ କୁମାର ସାହୁ, ପରିଚାଳକ ସୁବ୍ରତ ମଲ୍ଲିକ, ପ୍ରଦୀପ୍ତ କୁମାର ଦାସ, ସଞ୍ଜିତ ଖଟୋଇ, ସଚ୍ଚିକାନ୍ତ ମୁଦୁଲି ପ୍ରମୁଖ ଶିବିରକୁ ପରିଚାଳନା କରିଥିଲେ।
Comments are closed.