ଅଭୟ ବାରିକ ଓ ତାଙ୍କ ସମର୍ଥକଙ୍କ ନାମରେ ଗୁରୁଡିଝାଟିଆ ଥାନାରେ ଏତଲା

ଗୁରୁଡିଝାଟିଆ  :  ଗୁରୁଡିଝାଟିଆ ଥାନାରେ ଯୁବ ସଂଗଠକ ଅଭୟ ବାରିକ ଓ ତାଙ୍କର ସହଯୋଗୀଙ୍କ ନାମରେ ଗୋବରା ପଞ୍ଚାୟତ ଓରିଙ୍ଗାବାଡି ଗ୍ରାମର ଜନଜାତି ମହିଳା ସୋନାଲି ଗୁଇଆ ଲିଖିତ ଏତଲା ଦେଇଛନ୍ତି । ମାଛୁଆ ଗୁଇଆଙ୍କ ସ୍ତ୍ରୀ ସୋନାଲି ଗୁଇଆ ୧୯ ତାରିଖ ଅପରହ୍ନ ୫ଟା ସମୟରେ ଜମିରୁ ଆସି ଘରେ ପହଞ୍ଚିବା ପରେ ଅଭୟ ବାରିକ ଓ ତାଙ୍କ ୭ଜଣ ସହଯୋଗୀ ଜାତିଆଣ ଆକ୍ଷେପ କରି ଆଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ଧମକ ଦେଇଥିବା ନେଇ ଏତଲାରେ ଉଲ୍ଲେଖ କରିଛନ୍ତି। ଘଟଣା ସଂପର୍କରେ ଅନୁଧ୍ୟାନ କରିବା ପାଇଁ ଗୁରୁଡିଝାଟିଆ ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନଙ୍କ ଉପସ୍ଥିତିରେ ଚୌଦ୍ୱାର ଏସଡିପିଓ ସତ୍ୟବ୍ରତ ଲେଙ୍କା ଘଟଣାସ୍ଥଳରେ ପହଞ୍ଚି ଟିକିନିକି ତଦନ୍ତ କରିଛନ୍ତି। ପ୍ରକାଶଯୋଗ୍ୟ ଗତ ୧୯ ତାରିଖ ଦିନ ଫଣି ସହାୟତା ଟଙ୍କା ଉଠାଣକୁ କେନ୍ଦ୍ର କରି ସ୍ଥାନୀୟ ସରପଞ୍ଚ ଦିପ୍ତିମୟୀ ଥାଟୋଇ, ତାଙ୍କର ସ୍ୱାମୀ ପ୍ରଭାତ ଥାଟୋଇ ଓ ସମର୍ଥକଙ୍କ ସହିତ ଅଭୟ ବାରିକ ଓ ତାଙ୍କ ସମର୍ଥକଙ୍କ କଥା କଟାକଟି, ଯୁକ୍ତିତର୍କ ଏକ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିଥିଲା । ଯାହା ଗୁରୁଡିଝାଟିଆ ଅଞ୍ଚଳରେ ମୁଖ୍ୟ ଆଲୋଚନାର ବିଷୟ ହୋଇଥିଲା । ।

Comments are closed.