www.samajalive.in
Monday, December 15, 2025
17.1 C
Bhubaneswar

ଅଙ୍ଗନବାଡିଙ୍କୁ ସରକାରଙ୍କ ତାଗିତ୍‌; ଅସନ୍ତୋଷବ୍ୟକ୍ତ କଲେ କର୍ମୀ

ମୋହନା: ଅଲ ଓଡିଶା ଅଙ୍ଗନବାଡି ଲେଡିସ୍‌ ୱାର୍କର ଆସୋସିଏସନ ଭାରତୀୟ ମଜଦୁର ସଂଘ ତରଫରୁ ବିଭିନ୍ନ ଦାବିନେଇ ବିଭିନ୍ନ ସମୟରେ ସରକାରଙ୍କୁ ନିଜର ହକ୍‌ ଜଣାଇ ଆସୁଥିବାବେଳେ ରାଜ୍ୟସରକାର ସେମାନଙ୍କ ଦାବିକୁ ଅଣଦେଖା କରୁଥିବାରୁ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚାନା ଦିଆଯାଇଅଛି କି ଯଦି ଅଙ୍ଗନବାଡି କର୍ମୀମାନେ ବିଧାନସଭା ଘେରାଉ କରିବେ ତେବେ ସେମାନଙ୍କୁ ଚାକିରିରୁ ବହିଷ୍କୃତ କରାଯିବା ସହ ସେମାନଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ।

ଏହାକୁ ଦୃଷ୍ଟିରେ ରଖି ମୋହନା ବ୍ଲକ ଅଙ୍ଗନବାଡି ସଂଘ ପକ୍ଷରୁ ରବିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ନିଜର ଅସନ୍ତୋଷବ୍ୟକ୍ତ କରିଛନ୍ତି । ସେମାନଙ୍କର ଦାବିଗୁଡିକ ମଧ୍ୟରେ ଅଙ୍ଗନବାଡି କର୍ମୀଙ୍କୁ ସରକାରୀ ମାନ୍ୟତା, ଗ୍ରାଚୁଏଟ୍‌ ଲାଗୁ, ଦରମାବୃଦ୍ଧି, ଇପିଏଫ ଦିଆଯିବା, ସ୍କିମ୍‌ ପ୍ରଥାକୁ ଉଚ୍ଛେଦ, ବଜାରଦରକୁ ଆଖିଆଗରେ ରଖି ଗରମରନ୍ଧା ଖାଦ୍ୟର ମୂଲ୍ୟବୃଦ୍ଧି, ଅବସରପରେ ପେନସନ୍‌ ଯୋଜନା ଲାଗୁ କରିବା, ଭତ୍ତାବୃଦ୍ଧି ଓ କର୍ମୀଙ୍କୁ ପ୍ରି ପ୍ରାଇମେରୀ ଯୋଗ୍ୟତା ଦେବା ଆଦି ଦାବି ରହିଛି ।

- Advertisement -

ସରକାର ବିଭିନ୍ନ ସମୟରେ ‌କର୍ମୀମାନଙ୍କୁ ଅଣଦେଖା କରିବା ଏବଂ ସେମାନଙ୍କର ଦୀର୍ଘଦିନର ଦାବୀଗୁଡିକୁ ପୂରଣ କରିବାରେ ବିଳମ୍ବ ଘଟୁଥିବାରୁ ମୋହନା ବ୍ଲକରେ ରହିଥିବା ୬୩୫ ଅଙ୍ଗନବାଡି କେନ୍ଦ୍ର ଓ ଜିଲ୍ଲାର ପ୍ରାୟ ତିନି ହଜାରରୁ ଊର୍ଦ୍ଧ୍ଵ କର୍ମୀ ସୋମବାର ଦିନ ବିଧାନସଭା ସମ୍ମୁଖରେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟକାଳ ଧାରଣା ଦେବେ ବୋଲି ସଂଘର ସମ୍ପାଦିକା ଅଞ୍ଜଳି ନାୟକ କହିଛନ୍ତି । ମଙ୍ଗଳବାର ଠାରୁ କର୍ମୀମାନେ ସମ୍ମିଳିତଭାବେ ସମନ୍ନିତ ଶିଶୁ ବିକାଶ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାଦେବେ ବୋଲି ସଂଘର କର୍ମକର୍ତ୍ତା ମାନେ କହିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories