www.samajalive.in
Sunday, December 14, 2025
26.1 C
Bhubaneswar

ଦିନ ଦ୍ବିପ୍ରହରରେ ଦୋକାନ ସାମ୍ନାରୁ ଦୋକାନୀଙ୍କ ସ୍କୁଟି ଚୋରି

ରେଙ୍ଗାଲି: କତରବଗା ଥାନାର ଲଇଡା ଗ୍ରାମ ଜଗନ୍ନାଥ ମନ୍ଦିର ପାଖରେ ଥିବା ବୁବୁନ୍ ଇଲେକ୍ଟ୍ରୋନିକ୍ସ ଦୋକାନ ସାମ୍ନାରୁ ଗତକାଲି ଦିନ ୧୧ଟା ୩୦ ମିନିଟ ସମୟରେ ଦୋକାନ ମାଲିକ ସଞ୍ଜୀବ ସାହୁଙ୍କ ସ୍କୁଟି ଚୋରି ହୋଇଥିବା ଅଭିଯୋଗ ହୋଇଛି । ୩ ଜଣ ଅପରାଧୀ ସ୍କୁଟି ଚୋରି କରିବା ପରେ ଚମ୍ପଟ ମାରିଛନ୍ତି । ଶ୍ରୀ ସାହୁ ଏ ସଂକ୍ରାନ୍ତରେ ଲଇଡା ଫାଣ୍ଡିରେ ଏତଲା ଦେବାପରେ ଫାଣ୍ଡି ଅଧିକାରୀ ଯୋଗେଶ୍ବର କିସାନ ତନାଘନା କରୁଥିବାର ଜଣାପଡିଛି । ସୂଚନା ଅନୁଯାୟୀ ବୁବୁନ୍ ଇଲେକ୍ଟ୍ରୋନିକ୍ସର ମାଲିକ ସଞ୍ଜୀବ ସାହୁ ତାଙ୍କ ଦୋକାନ ସାମ୍ନାରେ ତାଙ୍କର ଓଡି୧୫ଭି ୬୮୩୩ ଆକ୍ଟିଭର ୬ଜି ପ୍ରମିୟମ୍ ସ୍କୁଟି ଛିଡା କରି ଦୋକାନ ଭିତରେ ରହି ଗ୍ରାହକ ମାନଙ୍କୁ ଜିନିଷ ବିକ୍ରି କରୁଥିଲେ ।

ହିନ୍ଦୀ କଥାବାର୍ତ୍ତା କରୁଥିବା ୩ ଜଣ ଅଚିହ୍ନା ଯୁବକ ସଞ୍ଜୀବଙ୍କ ଦୋକାନକୁ ଆସି ବିଭିନ୍ନ ବୈଦ୍ୟୁତିକ ସାମଗ୍ରୀ କଣିବା ବାହାନା କରି ଦରଦାମ୍ ପଚାରି ଏକ ପ୍ରେସର୍ କୁକର୍ କିଣି ନେବାର ଅଛି ଦେଖାଅ ବୋଲି ସଞ୍ଜୀବଙ୍କୁ କହିଥିଲେ । ସଂପୃକ୍ତ ଗ୍ରାହକ ବରାଦ୍ କରିଥିବା ପ୍ରେସର୍ କୁକର୍ ଆଣିବାକୁ ସଞ୍ଜୀବ ଦୋକାନ ଗୋଦାମ ଭିତରକୁ ଗଲାବେଳକୁ ତାଙ୍କ ଦୋକାନ ଟେବୁଳ ଉପରେ ଥିବା ସ୍କୁଟି ଚାବି ଛାଡି ଯାଇଥିଲେ ।

- Advertisement -

ସଞ୍ଜୀବ ଦୋକାନରୁ ପ୍ରେସର୍ କୁକର୍ ନେବାକୁ ଗୋଦାମକୁ ଯାଇଥିବାର ସୁଯୋଗ ନେଇ ସ୍କୁଟି ଚାବି ଉଠାଇ ଆଣି ୩ ଜଣ ଅଚିହ୍ନା ଗ୍ରାହକ ଦୋକାନ ସାମ୍ନାରୁ ସଞ୍ଜୀବଙ୍କ ସ୍କୁଟି ଧରି ସେଠାରୁ ଚମ୍ପଟ ମାରିଥିଲେ ।  ସଞ୍ଜୀବଙ୍କ କହିବା ଅନୁଯାୟୀ ୩ଜଣ ଅଚି଼ହ୍ନା ଗ୍ରାହକ ଏକ ବାଇକରେ ଆସିଥିଲେ । ଦିନ ଦ୍ବିପ୍ରହରରେ ଗାଁ ମଝିରେ ଥିବା ଦୋକାନରୁ ବାଇକ୍ ଚୋରି ହେବା ଘଟଣା ଅଞ୍ଚଳରେ ଆଲୋଡନ ଓ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories