୨୦୨୫ ଶେଷ ସୁଦ୍ଧା ଭାରତ ହେବ ଯକ୍ଷ୍ମା ମୁକ୍ତ

ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନିକ୍ଷୟ ମିତ୍ର ଯୋଜନାର ଶୁଭାରମ୍ଭ

ପିପିଲି:୨୦୨୫ ଶେଷ ସୁଦ୍ଧା ଭାରତ ହେବ ଯକ୍ଷ୍ମା ମୁକ୍ତ। ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନକୁ ସାକାର କରିବା ପାଇଁ ସ୍ଥାନୀୟ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶନିବାର ନିକ୍ଷୟ ମିତ୍ର ଯୋଜନାର ଶୁଭାରମ୍ଭ ହୋଇଯାଇଛି। ଏହାକୁ ପୁରୀ ଜିଲା ଯକ୍ଷ୍ମା ଅଧିକାରୀ ଡାକ୍ତର ଲଲାଟେନ୍ଦୁ ମିଶ୍ର ଓ ପିପିଲି ବ୍ଲକ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିନୟ କୁମାର ପଣ୍ଡା ଉଦ୍‍ଘାଟନ କରିଥିଲେ। ସରକାରଙ୍କ ପକ୍ଷରୁ ନିକ୍ଷୟ ପୋଷଣ ଯୋଜନାରେ ପ୍ରତ୍ୟେକ ଯକ୍ଷ୍ମାରୋଗୀଙ୍କୁ ୫ଶହ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଉଥିଲେ ମଧ୍ୟ ଏହା ସେମାନଙ୍କ ପାଇଁ ଯଥେଷ୍ଟ ହେଉନାହିଁ। ତେଣୁ, ଯକ୍ଷ୍ମାରୋଗୀଙ୍କୁ ସରକାରଙ୍କ ସହାୟତା ସହିତ ସେମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇଦେବା ଲକ୍ଷ୍ୟରେ ସର୍ବସାଧାରଣଙ୍କୁ ଆହ୍ୱାନ କରାଯିବା ସହ ନିକ୍ଷୟ ମିତ୍ର ହେବା ପାଇଁ ଉପରୋକ୍ତ ଦୁଇ ଅଧିକାରୀ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଏହି ପରିପ୍ରେକ୍ଷିରେ ୧୦ଜଣ ରୋଗୀଙ୍କୁ ଏହି ଯୋଜନାରେ ଅର୍ନ୍ତଭୁକ୍ତ କରାଯାଇ ସେମାନଙ୍କୁ ପୌଷ୍ଠିକ ଖାଦ୍ୟ ପ୍ରଦାନ କରାଯାଇଥିଲା। ଡାକ୍ତର ବିନୟ କୁମାର ପଣ୍ଡା ପ୍ରଥମ ନିକ୍ଷୟ ମିତ୍ର ହେବା ସହ ପ୍ରଥମ ଦଫାରେ ୧୦ଜଣ ରୋଗୀଙ୍କୁ ସହଯୋଗ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲା ଯକ୍ଷ୍ମା ସଂଯୋଜକ ଦେବାଶିଷ ମର୍ଦ୍ଦରାଜ, ପିପିଲି ବ୍ଳକ ପ୍ରୋଗ୍ରାମ ମ୍ୟାନେଜର ବିଜୟଲକ୍ଷ୍ମୀ ସାହୁ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଅନିଲ ଦାସ, କେଦାରନାଥ ମହାପାତ୍ର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନେ ଉପସ୍ଥିତ ଥିଲେ।

kalyan agarbati

Comments are closed.