www.samajalive.in
Monday, December 15, 2025
14.1 C
Bhubaneswar

ଆରମ୍ଭ ହେଲା ଜରିଖଣ୍ଡି ପୁନଃରୁଦ୍ଧାର କାର୍ଯ୍ୟ

ବୌଦ୍ଧ: ଅନିଶ୍ଚିତତା ମଧ୍ୟରେ ଦୀର୍ଘଦିନ ହେବ ବନ୍ଦ ହୋଇପଡିଥିବା ବୌଦ୍ଧ ଜରିଖଣ୍ଡି(ଗଡଖାଇ) ପୁନଃରୁଦ୍ଧାର କାର୍ଯ୍ୟ ଜିଲାପାଳ ସତ୍ୟରଞ୍ଜନ ସାହୁଙ୍କ ଉଦ୍ୟମକ୍ରମେ ପୁଣିଥରେ ଆରମ୍ଭ ହୋଇଛି । ବୌଦ୍ଧ ସହରର ସୌନ୍ଦର୍ଯ୍ୟକରଣରେ ଏକ ଡ୍ରିମ୍‌ ପ୍ରୋଜେକ୍ଟ ଭାବରେ ପୂର୍ବତନ ଜିଲାପାଳଙ୍କ ସମୟରେ ଏହି ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଥିଲା । ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ପ୍ରକଳ୍ପ କାର୍ଯ୍ୟ ପାଇଁ ଜରିଖଣ୍ଡି କଡରେ ବସବାସ କରୁଥିବା ପରିବାରମାନଙ୍କୁ ବିସ୍ଥାପିତ କରି ବିଜୁ ଆଦର୍ଶ କଲୋନୀରେ ଥଇଥାନ କରାଯାଇଥିବାବେଳେ ଦୋକାନ କରି ବ୍ୟବସାୟ କରୁଥିବା ଲୋକମାନଙ୍କୁ ମଧ୍ୟ ଉପଯୁକ୍ତ ଥଇଥାନ କରିବା ପାଇଁ ଦାବି ହୋଇଆସୁଅଛି ।

ତେଣୁ ପରିଷଦ ପକ୍ଷରୁ ସମସ୍ତ ବ୍ୟବସାୟୀଙ୍କ ତାଲିକା ପ୍ରସ୍ତୁତି କରାଯାଇ ପର୍ଯ୍ୟାୟକ୍ରମେ ସେମାନଙ୍କୁ ମଧ୍ୟ ଥଇଥାନ କରାଯିବାକୁ ଯୋଜନା କରାଯାଇଛି । କିନ୍ତୁ ଜରିଖଣ୍ଡିର ସଫେଇ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ହଠାତ୍‌ ଏହି କାର୍ଯ୍ୟ ବନ୍ଦ ହୋଇଯିବା ସହିତ ପ୍ରକଳ୍ପର ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଥିଲା । ଜିଲାପାଳଙ୍କ ହସ୍ତକ୍ଷେପ ଫଳରେ ଏବଂ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ରଙ୍କ ଆଗ୍ରହକ୍ରମେ ପୁଣିଥରେ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବାରୁ ସାଧାରଣରେ ଆନନ୍ଦ ପ୍ରକାଶ ପାଇଛି । ଏନେଇ ଏକ ବୈଠକ ଜିଲାପାଳ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅବାସିକ କାର୍ଯ୍ୟାଳୟ ସମ୍ମିଳନୀକକ୍ଷଠାରେ ଅନୁଷ୍ଠିତ ହୋଇଥିଲା ।

- Advertisement -

ଏହି ବୈଠକରେ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଜିଲ୍ଳାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରତାପ ଚନ୍ଦ୍ର ପ୍ରଧାନ, ଏନଏସି ନିର୍ବାହୀ ଅଧିକାରୀ ଇଂ.ମନୋରଞ୍ଜନ ପଣ୍ଡା, କନିଷ୍ଠ ଯନ୍ତ୍ରୀ ପବିତ୍ରମୋହନ ପ୍ରଧାନ, ପ୍ରକଳ୍ପ କାର୍ଯ୍ୟରେ ନିୟୋଜିତ ଠିକାସଂସ୍ଥାର ମାଲିକ ପ୍ରତାପ ଚନ୍ଦ୍ର ପରିଡା ଓ ଲୁନା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରକଳ୍ପ କାର୍ଯ୍ୟ ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ପୂର୍ବରୁ କାର୍ଯ୍ୟାଦେଶ ଦିଆଯାଇଥିଲେ ମଧ୍ୟ କୌଣସି କାରଣ ବଶତଃ କାମ ଅଟକି ରହିଥିଲା । ତୁରନ୍ତ କାର୍ଯ୍ୟ ଆରମ୍ଭ କରି ନିର୍ଧାରିତ ସମୟସୀମା ମଧ୍ୟରେ କାମ ଶେଷ କରିବାକୁ ଜିଲାପାଳ ଶ୍ରୀସାହୁ ଠିକା ସଂସ୍ଥାର ମାଲିକଙ୍କୁ ନିର୍ଦ୍ଦେଶ ଦେଇଥିବାବେଳେ କାର୍ଯ୍ୟରେ ଖିଲାପି କଳେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଚେତାଇ ଦେଇଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories