www.samajalive.in
Thursday, December 11, 2025
23.1 C
Bhubaneswar

ଜାତୀୟ ଶିଶୁ ମହୋତ୍ସବ ପାଇଁ ଦେଉଳିରୁ ନୂଆଦିଲ୍ଲୀ

ସମ୍ବଲପୁର: ପଶ୍ଚିମ ଓଡିଶାର ବରଗଡ ଜିଲା ପଦ୍ମପୁର ବ୍ଲକ ଅର୍ନ୍ତଗତ ଦେଉଳି ଗ୍ରାମର ଶିଶୁ କଳାକାର ମାନେ ଜାତୀୟ ଶିଶୁ ମହୋତ୍ସବରେ ନୃତ୍ୟ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ୧୧ ତାରିଖରେ ଦେଉଳି ଗ୍ରାମର ଶିଶୁ କଳାକାର ମାନେ ମହିଲପାଲି ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିବ ସୁରଭି କାର୍ଯ୍ୟକ୍ରମରେ ଡାଲଖାଇ ନୃତ୍ୟ ପରିବେଷଣ କରି ସର୍ବ ଭାରତୀୟ ସ୍ତରରେ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଜାତୀୟ ଶିଶୁ ମହୋତ୍ସବରେ ଯୋଗ ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ।

ଏଣୁ ଓଡିଶା ବାଳଭବନ ଶିକ୍ଷକ ଏବଂ ଲୋକ ସଙ୍ଗୀତ ତଥା ନୃତ୍ୟ ନିର୍ଦ୍ଦେଶକ ସୁରେନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏକ ୧୦ ଜଣିଆ ଦଳ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ । ରଶ୍ମୀ ମାଝୀ, ନିର ସୁନା, କୁସୁମିତା କଲାରୀ, ନିରୁପମା ରାଉତ, ଶୁଭମ ସୁନା, ନିତେଶ ହଂସ, ରାମଚନ୍ଦ୍ର ସୁନା, ଦେଉଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଲକ୍ଷ୍ମୀ ମାଝୀ, ଶିକ୍ଷୟିତ୍ରୀ ସୁନିତା ଦାସ, ରିଙ୍କି ବିଶ୍ୱାଳ ଓ ରମେଶ ଗୁର୍ଲା ଦଳରେ ସାମିଲ ରହିଥିଲେ । ପଶ୍ଚିମ ଓଡିଶାର ଲୋକ ସଂସ୍କୃତି ଓ ଲୋକକଳାକୁ କୁନି କୁନି ଛାତ୍ରଛାତରୀ ମାନେ ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରୀୟ ବାଳଭବନ ଠାରେ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ ।

- Advertisement -

ବର୍ତ୍ତମାନ ଆଧୁନିକ ବାଦ୍ୟଯନ୍ତ୍ରର ବ୍ୟାପକତା ପ୍ରଭାବ ଯୋଗୁଁ ଗଁଣ୍ଡାବାଜାର ମୌଳିକତାକୁ ବଜାୟ ରଖିବାରେ ଏହି କୁନି କୁନି ଛାତ୍ରଛାତ୍ରୀ ମାନଙ୍କର ପ୍ରଚେଷ୍ଟା ଉଲ୍ଲେଖନୀୟ । ପଶ୍ଚିମ ଓଡିଶାର ଲୋକ ବାଦ୍ୟ ଗଣ୍ଡାବାଜା ଓ ଡାଲଖାଇ ନୃତ୍ୟକୁ ସମଗ୍ର ବିଶ୍ୱରେ ଅଧିକ ପ୍ରଚାର ପ୍ରସାର ନିମନ୍ତେ ସରକାରୀ ସହାୟତା ଓ ପଦକ୍ଷେପ ନିତାନ୍ତ ଆବଶ୍ୟକ ବୋଲି ଲୋକକଳା ଗବେଷକ ତୁଲାରାମ କଲେତ, ଲୋକବାଦ୍ୟ ଗବେଷକ ଭୋଲାରାମ କୁମ୍ଭାର ଓ ସମ୍ବଲପୁରୀ ଭାଷା ସାହିତ୍ୟିକ ଗାଳ୍ପିକ କ୍ଷେତ୍ରମଣି ବିଭାର ଓ ମୁରଲୀ ଶିକା ମତବ୍ୟକ୍ତ କରି ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚ ପ୍ରଶଂସିତ କରିଛନ୍ତି ।

 

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories