www.samajalive.in
Monday, December 15, 2025
17.1 C
Bhubaneswar

ପ୍ରବନ୍ଧ ଲିଖନ ପାଇଁ ରାଜ୍ୟପାଳଙ୍କ ଠାରୁ ପ୍ରଶଂସା ପତ୍ର ପାଇଲେ ଧରିତ୍ରୀ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍.ଏ.ସି ସ୍ଥିତ ଲାଦରପାଲି ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଦଶମ ଶ୍ରେଣୀର ଛାତ୍ରୀ ଧରିତ୍ରୀ ସାହୁ ପ୍ରବନ୍ଧ ଲିଖନ ପାଇଁ ରାଜ୍ୟପାଳ ପ୍ରଫେସର ଗଶେଶୀ ଲାଲଙ୍କ ଠାରୁ ପ୍ରଶଂସା ପତ୍ର ଗ୍ରହଣ କରିଛନ୍ତି । ସେ  ପ୍ରଥମ ଶ୍ରେଣୀରୁ  ପ୍ରବନ୍ଧ ଲିଖନ ଓ ସୁନ୍ଦର୍ ହସ୍ତାକ୍ଷର  ତଥା ତର୍କ ପ୍ରତିଯୋଗିତାରେ ଭାଗ ନେଇ  ଅନେକ ଥର ପୁରସ୍କାର ପାଇଛନ୍ତି ।  ୨୦୨୦-୨୧ ଶିକ୍ଷାବର୍ଷରେ ସେ ପ୍ରଥମେ ବିଦ୍ୟାଳୟ ସ୍ତରରେ ସୁନ୍ଦର୍ ହସ୍ତାକ୍ଷର ଓ ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିଲେ ।

ଜିଲ୍ଲା ସ୍ତରରେ ଦ୍ଵିତୀୟ ସ୍ଥାନ ଅଧିକାର କରି ମାନପତ୍ର ସହ ୨୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପାଇ ରାଜ୍ୟସ୍ତରକୁ ମନୋନୀତ ହୋଇଥିଲେ । ରାଜ୍ୟପାଳଙ୍କ ଠାରୁ ଏହି ପ୍ରଶଂସା ପତ୍ର ପାଇଛନ୍ତି । ଏଥିପାଇଁ ବିଦ୍ୟାଳୟର ସମସ୍ତ ଭାଇ ଅପା ଖୁସି ହୋଇ ବିଦ୍ୟାଳୟ ତରଫରୁ ମଧ୍ୟ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।  ଏଥିପାଇଁ ବିଦ୍ୟାଳୟର ସଭାପତି ଶେଷଦେବ ନାଏକ, ସମ୍ପାଦକ କୃଷ୍ଣ ଚନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ଜୟ ପ୍ରକାଶ ଅଗ୍ରୱାଲ, ଉପାଧ୍ୟକ୍ଷ ଯତୀନ୍ଦ୍ର ପ୍ରଧାନ, ବବ୍ରୁ ବାହନ ମିଶ୍ର, ସରୋଜ କୁମାର ରଥ, ନିରଞ୍ଜନ ପଶାୟତ ପ୍ରମୁଖ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories