www.samajalive.in
Sunday, December 14, 2025
14.1 C
Bhubaneswar

ସାକ୍ଷୀଗୋପାଳ ମହାବିଦ୍ୟାଳୟରେ ପୁସ୍ତକ ଲୋକାର୍ପଣ ଉତ୍ସବ

ସାକ୍ଷୀଗୋପାଳ: ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ସାକ୍ଷୀଗୋପାଳର ସଭାଗୃହରେ ଗୁରୁବାର ପ୍ରଫେସର ରବୀନ୍ଦ୍ରନାଥ ରଥ ଓ ପ୍ରଫେସର ନିରୁପମା ରଥଙ୍କ ଦ୍ୱାରା ରଚିତ ଚାରିଖଣ୍ଡ ବିଶିଷ୍ଟ ପୁସ୍ତକ “ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ ଇତିହାସର ପୁର୍ନରଚନା” ଲୋକାର୍ପିତ ହୋଇଯାଇଛି। ପୁସ୍ତକଗୁଡିକର ରଚୟିତା ଦୀର୍ଘ ୪୬ ବର୍ଷ ତଳେ ସାକ୍ଷୀଗୋପାଳ ମହାବିଦ୍ୟାଳୟରେ ସେମାନଙ୍କର ଅଧ୍ୟାପନା ଜୀବନ ଆରମ୍ଭ କରି ପରବର୍ତ୍ତୀ ସମୟରେ ୧୯୭୯ରେ ପୋର୍ଟକ୍ଳେୟାରର ଜବାହରଲାଲ ନେହେରୁ ରାଜକୀୟ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକଭାବେ ଯୋଗଦେଇ କାର୍ଯ୍ୟ କରିଥିଲେ। ପ୍ରଫେସର ରବୀନ୍ଦ୍ରନାଥ ରଥ ଓ ପ୍ରଫେସର ନିରୁପମା ରଥ ସାକ୍ଷୀଗୋପାଳରୁ ଅଧ୍ୟାପନା ଆରମ୍ଭ କରି ସୁଦୂର ଆଣ୍ଡାମାନରେ ଦୀର୍ଘ ୪୦ ବର୍ଷର ଅଧ୍ୟାପନା ସମୟରେ ସେଠାକାର ଜନଜାତୀୟ ସଂସ୍କୃତି, ପରମ୍ପରା, ଇତିହାସର ଗଭୀର ଅଧ୍ୟୟନର ଫଳ ହେଉଛି ଚାରିଖଣ୍ଡ ବିଶିଷ୍ଟ “ଆଣ୍ଡାମାନ ନିକୋବର ଇତିହାସର ପୁର୍ନରଚନା” ପୁସ୍ତକ। ପ୍ରଫେସର ରଥ ଦମ୍ପତି ଏହି ପୁସ୍ତକକୁ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ କାର‌୍ୟ୍ୟକାଳ ସମୟରେ ହାସଲ କରିଥିବା ପ୍ରତିଷ୍ଠା, ପରିଚୟ ଓ ଖ୍ୟାତିର ଋଣ ପରିଶୋଧ ବୋଲି କହିଥିଲେ। ସେହିଭଳି ଯେଉଁ ଛୋଟିଆ ଚାରିବାଖୁରିଆ ଛଣ ଛପର ଘରେ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ଜୀବନଯାତ୍ରା ଆରମ୍ଭ କରି ୪୬ ବର୍ଷ ଅତିକ୍ରମ କରି ଏକ ପୂର୍ଣ୍ଣାଙ୍ଗ ଉଚ୍ଚଶିକ୍ଷା ଅନୁଷ୍ଠାନ ଭାବେ ମୁଣ୍ଡ ଟେକିଛି ତାକୁ ଦେଖି ନିଜ ଆଖିକୁ ବିଶ୍ୱାସ କରି ପାରୁନଥିଲେ। ଉଭୟ ଚାରିଦଶନ୍ଧି ତଳ ମହାବିଦ୍ୟାଳୟର ସେ କାଳର ସ୍ମୃତିଚାରଣ କରି ଛାତ୍ରଛାତ୍ରୀମାନଙ୍କୁ “ଘରୁ ଗୋଡ଼ କାଢ଼ିଲେ ଦୁନିଆଁ ଦେଖିବ ଓ ସେଥିପାଇଁ ସର୍ବଦା ଶ୍ରଦ୍ଧାର ସହ ସଂଘର୍ଷ କରିବାକୁ” ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ ରତିକାନ୍ତ ପରିଡ଼ା ସଭାପତିତ୍ୱ କରିଥିବାବେଳେ ମୁଖ୍ୟ କିରାଣୀ ରାଜକିଶୋର ପତି ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ଓ ପ୍ରାଧ୍ୟାପକ ପ୍ର. ମନୋଜ ପରିଡ଼ା ସଭାଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories