ମୋହନାରେ ଘନ କୁହୁଡି, ସକାଳ ୯ଟା ଯାଏଁ ଦେଖାଯାଉନି ରାସ୍ତା

ମୋହନା: ଦିନକୁ ଦିନ ମୋହନା ଅଞ୍ଚଳରେ ଶୀତର ପ୍ରକୋପ ବଢିବାରେ ଲାଗିଛି। କିଛି ଦିନ ଧରି ଅଞ୍ଚଳରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳୁଛି । ଯାହା ଫଳରେ ସକାଳୁ ସକାଳୁ ଯାନବାହାନ ଚଳାଚଳ କରିବାରେ ଅସୁବିଧାର ହେଉଛି । ସକାଳ ୯ ପର୍ଯ୍ୟନ୍ତ କୁହୁଡି ଲାଗି ରହୁଛି । ଏହା ସହିତ ଶୀତର ପ୍ରକୋପ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଲୋକେ ଶୀତରୁ ରକ୍ଷା ପାଇବା ପାଇଁ ଶୀତବସ୍ତ୍ର ପରିଧାନ କରି ପଦାକୁ ବାହାରୁଛନ୍ତି । ଉପାନ୍ତ ଅଞ୍ଚଳର ଲୋକେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ କାଠଗଣ୍ଡିରେ ନିଆଁ ଜାଳି ଉପଶମ ପାଇଁ ନିଆଁମୂଳେ ଜାଗି ରହୁଛନ୍ତି । ମୋହନାରେ ବର୍ତ୍ତମାନ ଶୀତର ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ ଥିବା ପାଣିପାଗ  କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି । ଶୀତର ପ୍ରକୋପ ବୃଦ୍ଧି ପାଉଥିବା ଯୋଗୁଁ ଦୁର୍ଗମ ଅଞ୍ଚଳ ଓ ମୋହନା ଅଞ୍ଚଳର ଗରୀବ ଜନସାଧାରଣଙ୍କୁ ଶୀତବସ୍ତ୍ର ପ୍ରଦାନ ପାଇଁ ଅଞ୍ଚଳବାସୀ ଜିଲ୍ଲା ପ୍ରସାଶନକୁ ନିବେଦନ କରିଛନ୍ତି ।

Comments are closed.