www.samajalive.in
Sunday, December 14, 2025
18.1 C
Bhubaneswar

ଗୁଜୁରାଟ ଝୁଲାପୋଲ ଦୁର୍ଘଟଣା: ବିନା ଅନୁମତିରେ କମ୍ପାନୀ ଖୋଲିଥିଲା ପୋଲ

ଡେସ୍କ: ଗୁଜୁରାଟ ମୋରବି ଝୁଲାପୋଲ ଦୁର୍ଘଟଣାରେ ନୂଆ ମୋଡ଼ ଆସିଛି। ଏ ନେଇ ମୋରବି ମୁନିସିପାଲିଟି ହାଇକୋର୍ଟକୁ ଅବଗତ କରିଛି ଯେ ଝୁଲାପୋଲ ରକ୍ଷଣାବେକ୍ଷଣ ଓ ମରାମତି ଦାୟିତ୍ୱ ନେଇଥିବା କମ୍ପାନୀ କୌଣସି ଅନୁମତି ନ ନେଇ ଓ ମରାମତି ସମ୍ପର୍କରେ ନ ଜଣାଇ ସାଧାରଣ ଯାତ୍ରୀଙ୍କ ବ୍ୟବହାର ପାଇଁ ଖୋଲିଦେଇଥିଲା। ଏହି ଦୁର୍ଘଟଣାରେ ୧୩୫ ଜଣ ପ୍ରାଣ ହରାଇଥିଲେ।

ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ମୋରବି ମୁନିସିପାଲିଟି କହିଛି ଯେ ୨୦୨୨ ମାର୍ଚ୍ଚ ୮ରେ ହୋଇଥିବା ବୁଝାମଣା ଅନୁଯାୟୀ, ଅଜନ୍ତା କମ୍ପାନୀ (ଓରେଭା ଗ୍ରୁପ) ୮ରୁ ୧୨ ମାସ ସମୟ ମଧ୍ୟରେ ଏହାର ନବୀକରଣ କରିବା ପରେ ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ଉନ୍ମୁକ୍ତ ହେବ। କିନ୍ତୁ ଅକ୍ଟୋବର ୩୦ରେ ଅର୍ଥାତ ପୋଲ ଖୋଳାଯିବାର ମାତ୍ର ୫ ଦିନ ପରେ ଏହି ଝୁଲାପୋଲ ଛିଡି ଯିବା ପରେ ନଦୀ ମଧ୍ୟକୁ ଖସିପଡି ୧୩୫ ଜଣ ପ୍ରାଣ ହରାଇଥିଲେ। ତେବେ ବ୍ୟବହାର ପାଇଁ ଅନୁମତି ନ ଥାଇ ମଧ୍ୟ କାହିଁକି ମରାମତି କରୁଥିବା କମ୍ପାନୀ ଏହାର ବ୍ୟବହାର ପାଇଁ ଖୋଲିଥିଲା, ତାହାର କାରଣ ଜାଣିବାକୁ ଚାହିଁଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories