www.samajalive.in
Sunday, December 14, 2025
23.1 C
Bhubaneswar

ବନ୍ଧୁକ ମୁନରେ ଲୁଟ୍‌; ସିସିଟିଭିରେ କଏଦ ହେଲା ଭିଡିଓ

କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡ ପରଜଙ୍ଗ ଲକ୍ଷ୍ମୀ ବଜାର ସ୍ଥିତ ଲଳିତା କ୍ଲଥ ଷ୍ଟୋରରେ ମାଲିକଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ଟଙ୍କା ସହ ସୁନା ଚେନ ଓ ୩ଟି ମୋବାଇଲ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି ।  ୬ଜଣ ଦୁର୍ବୃତ୍ତ ଲୁଟ କରିଥିବା ସିସିଟିଭିରେ କଏଦ ହୋଇଛି । ଦୋକାନ ମାଲିକ ଅଙ୍କିତ ମୁନ୍ଦରାଙ୍କ ଅଭିଯୋଗ ଅନୁଯାୟୀ, ପ୍ରଥମା ଅଷ୍ଟମୀ ପାଇଁ ଗତକାଲି ସନ୍ଧ୍ୟାରୁ ଦୋକାନରେ ପ୍ରବଳ ଭିଡ଼ ଥିଲା । ଦୋକାନ ବନ୍ଦ କରିବାକୁ କିଛି ବିଳମ୍ୱ ହୋଇଥିଲା |  ଗତ ରାତି ୯ଟା ୫୦ ମିନିଟ ସମୟରେ ଅଚାନକ ୬ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ଦୁଇଟି ବାଇକରେ ଆସି, ଫାଙ୍କା ଗୁଳି ଚଳାଇବା ସହ ତାଙ୍କୁ ଭୁଜାଲି ଦେଖାଇଥିଲେ । ପରେ ଆକ୍ରମଣ କରି ପାଖରେ ଥିବା ନଗଦ ୫୦ହଜାରରୁ ଊର୍ଦ୍ଧ୍ଵ ଟଙ୍କା ସହ ସେ ପିନ୍ଧିଥିବା ସୁନା ଚେନ ଓ ୩ଟା ମୋବାଇଲ ଲୁଟି ନେଇ ଫେରାର ହୋଇ ଯାଇଥିଲେ |

ଯାହାର ଭିଡ଼ିଓ ଦୋକାନରେ ଲାଗିଥିବା ସିସିଟିଭିରେ ସମ୍ପୂର୍ଣ୍ଣ ରେକର୍ଡ ହୋଇଛି | ମାଲିକ ଅଙ୍କିତଙ୍କୁ ଦୁର୍ବୃତ୍ତ ମାନେ ଆକ୍ରମଣ କରିବା ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଥିବା ଜଣାପଡିଥିଲା । ତେବେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳେ ଦୁର୍ବୃତ୍ତ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏନେଇ ପରଜଙ୍ଗ ପୁଲିସ ସହ ସାଇଣ୍ଟିଫିକ ଟିମ ଓ ଡଗ ସ୍କାର୍ଡ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହ ଅଧିକ ତଦନ୍ତ ଜାରି ରଖିଛନ୍ତି | ତେବେ କିଛିଦିନ ହେବ ଏ ଅଞ୍ଚଳରେ ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ଦୁର୍ବୃତ୍ତ ମାନଙ୍କୁ ଧରିବାରେ ପୁଲିସ ବିଫଳ ହେଉଛି ଯାହାକି ଦୁର୍ବୃତ ମାନେ ଲୁଟ୍ ପାଟରେ ସକ୍ରିୟ ହେବାରେ ଲାଗିଛନ୍ତି ।

- Advertisement -

କିଛି ଦିନ ତଳେ ମଧ୍ୟ ଥାନା ଠାରୁ କିଛି ମିଟର ଦୂରରୁ ଏକ ବ୍ୟବସାୟୀଙ୍କ ଘରୁ ଲୁଟ ହୋଇଥିବା ପୁଣି ଗତକାଲି ବଜାର ମଧ୍ୟରୁ ଚୋରି ହୋଇଛି | କିନ୍ତୁ ପୁଲିସ ଦୁର୍ବୁତ୍ତଙ୍କ କିଛି ଟେର ପାଉନାହିଁ ଯାହାକୁ ନେଇ ସନ୍ଧ୍ୟା ହେଲେ ପରଜଙ୍ଗ ଅଂଚଳବାସୀ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି । ପୁଲିସ ପକ୍ଷରୁ କିଭଳି ରାତ୍ରି ପାଟ୍ରୋଲିଂକୁ କଡାକଡି କରାଯିବ ସେନେଇ ବ୍ୟବସ୍ଥା କରନ୍ତୁ ବୋଲି ସାଧାରଣରେ ଦାବି ହେଉଛି | ନଚେତ ଏ ନେଇ ଆଗାମୀ ଦିନରେ ରାଜରାସ୍ତା ବନ୍ଦ କରାଯିବ ବୋଲି ବଜାର କମିଟି କହିଛନ୍ତି | ଦୁର୍ବୃତ ମାନଙ୍କୁ ଧରିବାରେ ତଦନ୍ତ ଜାରି ରହିଛି ବୋଲି ସ୍ଥାନୀୟ ପୁଲିସ ଅଧିକାରୀ ପ୍ରଶାନ୍ତ ପାତ୍ର କହିଛନ୍ତି ।

 

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories