www.samajalive.in
Sunday, December 14, 2025
26.1 C
Bhubaneswar

ରାୟଗଡ଼ା ଜିଲାପାଳଙ୍କ ପଦ୍ମପୁର ବ୍ଲକ ଗସ୍ତ; ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

ପଦ୍ମପୁର: ରାୟଗଡା ଜିଲାପାଳ ସ୍ୱଧା ଦେଵସିଂ ଗୁରୁବାର ପଦ୍ମପୁର ବ୍ଲକ ପରିଦର୍ଶନେରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜିଲାପାଳ ପ୍ରଥମେ ପେରୁପାଙ୍ଗ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ସେହି ସ୍କୁଲର ପଟ୍ଟା ପ୍ରଦାନ କରିଥିଲେ। ପରେ ତୃତୀୟ ପର୍ଯ୍ୟାୟରେ ୫ଟି ଅଧୀନରେ ହେବାକୁ ଥିବା ଆଖୁଁସିଂ ଗ୍ରାମ ପଞ୍ଚାୟତର ଖିଲାମୁଣ୍ଡା ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ ସମୟରେ ବିଦ୍ୟାଳୟର ଭିତ୍ତିଭୂମି ଉନ୍ନତମାନର କରିବା ନିମନ୍ତେ ଵିଶେଷକରି ସ୍ମାର୍ଟ ଶ୍ରେଣୀଗୃହ, ବିଜ୍ଞାନଗାର, ପାଠାଗାର, ଖେଳପଡ଼ିଆ ଆଦି ବ୍ୟବସ୍ଥା କରିବା ଉପରେ ଅନୁଧ୍ୟାନ କରିଥିଲେ। ପରେ ତେମ୍ବାଗୁଡା ଗ୍ରାମ ପଂଚାୟତ ଅନ୍ତର୍ଗତ ହାଟପଦା ନିକଟରେ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ମାଛ ଚାଷ ଦେଖିବା, ନୂଆଗଡ ଗ୍ରାମପଞ୍ଚାୟତ ଅନ୍ତର୍ଗତ ନାରାୟଣପୁର ଆମ୍ବରୁତ ସରୋବର ପୋଖରୀ କାର୍ଯ୍ୟ ତଦାରଖ କରିଥିଲେ। ନୂଆଗଡ ସରପଞ୍ଚ ମମତା ମାଝୀ ନୂଆଗଡ଼ଠାରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ଓ ଏକ କଲେଜ ପ୍ରତିଷ୍ଠା କରିବା ପାଇଁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପରେ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ପାଜିଲିବନ୍ଦ ଆବାସିକ ବିଦ୍ୟାଳୟ ସାଟା ଗ୍ରାମର ଜଳ ଯୋଗାଣ କାର୍ଯ୍ୟ, ଗୁଲୁଗୁଡା ଗ୍ରାମପଂଚାୟତର ଗୁଲୁଗୁଡାଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ପରିଚାଳିତ ଛେଳି ପାଳନ କେନ୍ଦ୍ରକୁ ପରିଦର୍ଶନ କରିଥିଲେ। ପରେ ନାଇର ଗ୍ରାମପଂଚାୟତକୁ ଯାଇ ନାଇର ନିକଟରେର ହେଉଥିବା ଧଳା ଘୁଷୁରୀ ପାଳନ କେନ୍ଦ୍ରକୁ ଜିଲାପାଳ ଯାଇ କିଭଳି ଏସଏଚଜି ମାଆମାନେ ବିଭିନ୍ନ ଚାଷ କରି ଲାଭବାନ ହାଇପାରିବେ ସେଥିପ୍ରତି ଗୁରୁତ୍ୱାରୋପ କରିଥିଲେ। ଏହି ଗସ୍ତବେଳେ ଜିଲାପାଳ ତୁରନ୍ତ ରୂପାନ୍ତରଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ନୂତନ ସ୍ମାର୍ଟ ବିଦ୍ୟାଳୟଗୁଡିକ ଯଥାଶୀଘ୍ର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ବିଡିଓଙ୍କୁ ପରାମର୍ଶ ଦେଇଥିଲେ। ଏହି ସମୟରେ ପଦ୍ମପୁର ବିଡ଼ିଓ ରୀନା, ପ୍ରଧାନ, ଆଡ଼ିସିନାଲ ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ, ସହକାରୀ ଯନ୍ତ୍ରୀ ରଶ୍ମିତା ଶଵର, ବ୍ଲକ ମଙ୍ଗଳ ଅଧିକାରୀ ସସ୍ମିତା ରଥ, ମିଶନ ଶକ୍ତି ବ୍ଲକ କୋଡିନେଟର ସୁନୀଲ ମିଶ୍ର, ମାନସ ଟାକରୀ, ବ୍ଲକ ଯୋଗାଣ ଅଧିକାରୀ ପ୍ରଭାକର ମଲ୍ଲିକ, ସଂପୃକ୍ତ ଗ୍ରା.ପ ଗୁଡିକର ପିଇଓ, ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟ, ସମେତ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଓ ବିଦ୍ୟାଳୟ ପ୍ରଧାନ ଶିକ୍ଷକ, ଶିକ୍ଷା ବିଭାଗୀୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories