www.samajalive.in
Sunday, December 14, 2025
23.1 C
Bhubaneswar

ବୌଦ୍ଧ ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ନଗ୍ନଚିତ୍ର; ଭଙ୍ଗାଘରେ ହୋମିଓପାଥି ଡାକ୍ତରଖାନା

ହରଭଙ୍ଗା: ସରକାର ଗ୍ରାମାଞ୍ଚଳ ଲୋକଙ୍କୁ ନିରବଚ୍ଛିନ୍ନ ସ୍ୱାସ୍ଥ୍ୟସେବା ଯୋଗାଇବା ଲକ୍ଷ୍ୟରେ ହୋମିଓପାଥି ମେଡିକାଲ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବା ଦିଗରେ ଗୁରୁତ୍ୱାରୋପ କରୁଛନ୍ତି । ମାତ୍ର ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର କୁଶଙ୍ଗ ହୋମିଓପାଥି ମେଡିକାଲର ନଗ୍ନଚିତ୍ର ପଦାରେ ପଡ଼ିଛି ।ଜରାଜୀର୍ଣ୍ଣ ଭିତ୍ତିଭୂମି ଏବଂ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ରହିଥିବା ଉକ୍ତ ଡାକ୍ତର ଖାନାରେ ବିଜୁଳି, ପାଣି ଭଳି ଅତ୍ୟାବଶ୍ୟକୀୟ ସୁବିଧା ନଥିବାବେଳେ ଡାକ୍ତର ବସିବାକୁ ଭଲ ଜାଗା ଖଣ୍ଡିଏ ନଥିବା ଜଣାପଡିଛି ।ସ୍ୱାସ୍ଥ୍ୟ କେନ୍ଦ୍ରର ଏଭଳି ନାହିଁ ନାହିଁ ଅବସ୍ଥା ଯୋଗୁଁ ମେଡିକାଲଟି ସପ୍ତାହକୁ ମାତ୍ର ଗୋଟିଏ ଦିନ ଖୋଲା ହେଉଥିବା ବେଳେ ଆଉ ୫ଦିନ ସଂପୂର୍ଣ୍ଣ ବନ୍ଦ ରହୁଥିବା ବାରମ୍ବାର ଅଭିଯୋଗ ହେଉଛି ।

ଫଳରେ ଅପହଞ୍ଚଇଲାକା ଗରିବ ଜନସାଧାରଣ ହୋମିଓପାଥି ଚିକିତ୍ସା ସୁବିଧାରୁ ବଂଚିତ ହେଉଥିବା ଜଣାପଡିଛି  । ପ୍ରକାଶ ଯେ ବ୍ଲକର ଆଭ୍ୟନ୍ତରୀଣ ଆଦିବାସୀ ହରିଜନ ବହୁଳ କୁଶଙ୍ଗ ଏବଂ ମହାଲ୍ଲିକପଡା ଭଳି ଦୁଇ ପଞ୍ଚାୟତ ଜନସାଧାରଣଙ୍କ ପାଇଁ କୁଶଙ୍ଗଠାରେ ଏକ  ହୋମିଓପାଥି ମେଡିକାଲ ରହିଛି ।ଦୀର୍ଘ ଦଶବର୍ଷ ହେଲା ମେଡିକାଲରେ ତାଲା ଝୁଲିବା ପରେ ଗତ ଦୁଇବର୍ଷ ହେଲା ଏହା ପୁର୍ନବାର କାର୍ଯ୍ୟକ୍ଷମ ହୋଇଛି ।ଏହି ମେଡିକାଲ ଉପରେ ମହାଲ୍ଲିକପଡା ଏବଂ କୁଶଙ୍ଗ ଭଳି ଦୁଇ ପଞ୍ଚାୟତ ଯାବର, ଭାବପୁର, ମହାଲ୍ଲିକପଡା, ବୁଢାଆମ୍ବ, ନୂଆପଡା, ମାରଡା, ଅତଲସରା, ତିରଡ, କୁମାରୀ, କୁଶାସିଙ୍ଗା, ଭଗାମୁଣ୍ଡା, ସାତଖଣ୍ଡ, ହିଞ୍ଜଲ, ଗେରେଡିସାହି, ହାତୀଗଡ ଭଳି ୨୯ଟି ଗ୍ରାମର ପଖାପାଖି ୧୦ହଜାରରୁ ଊର୍ଦ୍ଧ୍ଵ ଜନସାଧାରଣ ନିର୍ଭର କରନ୍ତି । ମାତ୍ର ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ମେଡିକାଲରେ ବିଜୁଳି, ପାଣି ଭଳି ଅତ୍ୟାବଶ୍ୟକ ସୁବିଧା ଟିକିଏ ନାହିଁ ।ମେଡିକାଲ ଘର ଅବସ୍ଥା ଅତ୍ୟନ୍ତ ଦୟନୀୟ  ।

- Advertisement -

ଏପରିକି ଡାକ୍ତର ବସିବାକୁ ଯାଗା ଖଣ୍ଡିଏ ନଥିବାବେଳେ ଔଷଧ ମଧ୍ୟ ସୁରକ୍ଷିତ ହୋଇରହିପାରୁନାହିଁ ।ଡାକ୍ତର ବାବୁଙ୍କ ରହିବାକୁ ଘର ନଥିବାରୁ ସପ୍ତାହରେ ମେଡିକାଲ କେବଳ ମଙ୍ଗଳବାର ସାପ୍ତାହିକ ହାଟଦିନ ଖୋଲାହେଉଥିବା ଜଣାପଡିଛି ।ମେଡିକାଲର ଏଭଳି ଜରାଜୀର୍ଣ୍ଣ ଅବସ୍ଥା ଦୁର୍ଗମ ପଞ୍ଚାୟତ ଲୋକଙ୍କୁ ନିରବଚ୍ଛିନ୍ନ ରୋଗୀସେବା ମିଳିବାରେ ବ୍ୟତିକ୍ରମ ଦେଖାଦେଇଛି । ଏଭଳି ଅବସ୍ଥାରେ ରହିଥିବା କୁଶଙ୍ଗ ହୋମିଓପାଥି ମେଡିକାଲର ଜରାଜୀର୍ଣ୍ଣ ଅବସ୍ଥା ବିଷୟରେ ଗତ ୧ ତାରିଖ କୁଶଙ୍ଗଠାରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଅଭିଯୋଗ ଜନଶୁଣାଣି କାର୍ଯ୍ୟକ୍ରମରେ ସ୍ଥାନୀୟ ବୁଦ୍ଧିଜୀବୀ ପ୍ରାଣକୃଷ୍ଣ ଗୁରୁ, କିଶୋର ଚନ୍ଦ୍ର ଭୋକ୍ତା, ପୂର୍ଣ୍ଣଚନ୍ଦ୍ର ଷାଣ୍ଢ ଏବଂ ଭିକାରି ଚରଣ ବାଇ ପ୍ରମୁଖ ବୌଦ୍ଧ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ ।ଜିଲ୍ଲାପାଳ ମଧ୍ୟ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେବାଇ ପାଇଁ ବୌଦ୍ଧ ସି.ଡି.ଏମ.ଓଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ନିର୍ଦ୍ଦେଶର ୧୬ଦିନ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।ତୁରନ୍ତ ଏ ଦିଗରେ ବିଭାଗୀୟ କର୍ତୃପକ୍ଷ ଦୃଷ୍ଟିଦେବାକୁ ଦାବି ଉଠୁଛି । ଏସର୍ମ୍ପକରେ ବୌଦ୍ଧ ସି.ଡି.ଏମ.ଓ ଅଭୟ କୁମାର ଦାସଙ୍କୁ ପଚାରିବାରୁ  ମୁଁ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି କହିଥିଲେ ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories