www.samajalive.in
Monday, December 15, 2025
14.1 C
Bhubaneswar

ପାଣି ନାଳ ଖୋଳାକୁ ନେଇ ଉତ୍ତେଜନା

ଧାମରା: ଦୋସିଙ୍ଗା ପଂଚାୟତ ଅଧିନସ୍ଥ ରବୀନ୍ଦ୍ରନଗର ଠାରେ ଏକ ପାଣି ନାଳ ଖୋଳାକୁ ନେଇ ଉତ୍ତେଜନା ଲାଗି ରହିଛି। କେଉଁ ପରିସ୍ଥିତିରେ ପଲ୍ଲିସଭାରେ କୌଣସି ସିଦ୍ଧାନ୍ତରେ ଉପନୀତ ହେବା ପୂର୍ବରୁ ଭଦ୍ରକ ଜିଲ୍ଲାପାଳ ଏହି ପାଣି ନାଳ ଖୋଳିବାକୁ ଧାମରା ବନ୍ଦର କର୍ତୁପକ୍ଷଙ୍କୁ ଲିଖିତ ଆଦେଶ ଦେଲେ ଏବଂ ବନ୍ଦର କର୍ତୁପକ୍ଷ ମଧ୍ୟ ପ୍ରିୟାପ୍ରିତୀ ତୋଷଣ କରିବା ସହ ଶାସକ ଦଳର ନେତା ମାନଙ୍କୁ ଡକାଇ ଏହି ନାଳ ଖୋଳିବାକୁ ମସୁଧା କଲେ ଏହାର ବିଦ୍ଧିବଦ୍ଧ ତଦନ୍ତ ହେବା ଜରୁରୀ ବୋଲି ଚାନ୍ଦବାଲି ବ୍ଲକ କଂଗ୍ରେସ ପକ୍ଷରୁ ଦିଗମ୍ବର ଦାସ, ଦୋସିଙ୍ଗା ଯୁବ କଂଗ୍ରେସ ନେତା ନରେନ୍ଦ୍ର ମାଇତି, ପ୍ରଭୁରାମ ଦଳେଇ ପ୍ରମୁଖ ଅଭିଯୋଗ ଆଣିଛନ୍ତି।

ଗତକାଲି ରବୀନ୍ଦ୍ର ନଗର ମୌଜାରେ ଏହିପାଣି ନାଳ ଖୋଳା ହେଉଥିବା ବେଳେ ଗ୍ରାମବାସୀ ମାନେ ଯାଇ ଏହି କାର୍ଯ୍ୟ ବନ୍ଦ କରିଥିଲେ। ଗତକାଲି ବିଳମ୍ବିତ ରାତିରେ ଧାମରା ବନ୍ଦର କର୍ତୁପକ୍ଷ ଶାସକ ଦଳର କିଛି ନେତାଙ୍କୁ ଡକାଇ କୌଣସି ଅଭିଯୋଗ ନକରିବା ପାଇଁ କହିଥିଲେ। ଆଜି ସକାଳ ୧୧ଟା ସମୟରେ ବନ୍ଦର କର୍ତୁପକ୍ଷ ଆସି ପୁନଶ୍ଚ ଏହି ପାଣି ନାଳ ଖୋଳିବା ଆରମ୍ଭ କରିଥିବା ବେଳେ ଦିଗମ୍ବର ଦାସ ଏବଂ ନରେନ୍ଦ୍ର ମାଇତିଙ୍କ ନେତୃତ୍ୱରେ ରବୀନ୍ଦ୍ରନଗର ଗ୍ରାମର ବହୁ ମହିଳା ଏବଂ ପୁରୁଷ ଲୋକ ଯାଇ ମାଟି ଖୋଳୁଥିବା ଡୋଜର ଆଗରେ ଧାରଣା ଦେଇଥିଲେ। ଲୁଣା ବନ୍ଧର ସୁରକ୍ଷା ଏବଂ ଏବଂ ଲୁଣା ବନ୍ଧ ଠାରୁ ଖୋଳା ହେଉଥିବା ପାଣି ନାଳ ଅତିକମରେ ୪୦ଫୁଟ ଦୂରତାରେ ରଖିବାକୁ ଦାବୀ କରିବା ସହ ଲୁଣା ବନ୍ଧରେ ପଥରପ୍ୟାକିଂ ଦେବା ପାଇଁ କହିଥିଲେ। ସେଠାରେ ଧାମରା ଥାନାଧିକାରୀ ଶ୍ରୀକାନ୍ତ ପତି ସାଧାରଣ ଜନତାଙ୍କୁ କିଛି କହିବାକୁ ଦେଇ ନଥିବା ବେଳେ ତୁମେ ମାନେ ଯାହା ଆଲୋଚନା କରିବା କଥା ଧାମରା ବନ୍ଦର ଅଧିକାରୀଙ୍କ ସହ କଥା ହୁଅ ବୋଲି କହିଥିଲେ। ଉପସ୍ଥିତ ଥିବା ଧାମରା ବନ୍ଦର ଅଧିକାରୀ ସଂପୃକ୍ତ ଗ୍ରାମବାସୀଙ୍କୁ ନାଲିଆଖି ଦେଖାଇ ଏହା କଣ ତୁମ ଜାଗା ବୋଲି ପଚାରିବା ସହ ଭଦ୍ରକ ଜିଲ୍ଲାପାଳ ଆମକୁ ଆଦେଶ ଦେଇଛନ୍ତି ଖୋଳିବା ପାଇଁ ତୁମେ ମାନେ ଆମକୁ କାର୍ଯ୍ୟ କରିବାକୁ ଦିଅ ନଚେତ ତୁମ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ମାତ୍ର ଉପସ୍ଥିତ ମହିଳା ଏବଂ ପୁରୁଷ ମାନେ ପୁଲିସ ଏବଂ ଧାମରା ବନ୍ଦର କର୍ତୁପକ୍ଷଙ୍କ ନାଲିଆଖିକୁ ନ ଡରି ଡୋଜର ଆଗରେ ଧାରଣା ଦେଇଥିଲେ। ମାଟି ଖୋଳା ବନ୍ଦ ହୋଇଥିବା ବେଳେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି। କେଉଁ ପରିସ୍ଥିତିରେ କଂଗ୍ରେସ ଦଳର ନେତା ମାନଙ୍କୁ ନଡକାଇ କେବଳ ଶାସକ ଦଳକୁ ଡକାଇ ଧାମରା ବନ୍ଦର କର୍ତୃପକ୍ଷ ଏହି ନାଳ ଖୋଳିବାକୁ ମସୁଧା କଲେ ତାହାର ତଦନ୍ତ କରିବାକୁ ଚାନ୍ଦବାଲି ବ୍ଲକ କଂଗ୍ରେସ ନେତା ଦିଗମ୍ବର ଦାସ ଅଡି ବସିଛନ୍ତି। ତୁରନ୍ତ ଏହାର ବିଦ୍ଧିବଦ୍ଧ ତଦନ୍ତ ହେବା ସହ ଲୂଣା ବନ୍ଧର ସୁରକ୍ଷା ପାଇଁ ପଥର ପ୍ୟାକିଂ ଏବଂ ଧାମରା ବନ୍ଦର ମଧ୍ୟରୁ ଜମି ରହୁଥିବା ପାଣିର ନିଷ୍କାସନ ପାଇଁ ହେଉଥିବା ପାଣି ନାଳକୁ ଲୁଣା ବନ୍ଧ ଠାରୁ ଅତି କମରେ ୪୦ଫୁଟ ଦୂରରେ କରିବା ଦରକାର ବୋଲି ଚାନ୍ଦବାଲି ବ୍ଲକ କଂଗ୍ରେସ ପକ୍ଷରୁ ଦାବୀ ହୋଇଛି। ନଚେତ ଆଗାମୀ ଦିନରେ ପୁନଶ୍ଚ ଏହି ନାଳ ଖୋଳା ସଂପୂର୍ଣ ଭାବେ ବନ୍ଦ କରି ଦିଆଯିବ ବୋଲି ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories