ଗେଟ୍‌ ସ୍କୋର୍‌ ଆଧାରରେ ଓଡିଶାରେ ସହକାରୀ ନିର୍ବାହୀ ଯନ୍ତ୍ରୀ ପଦବୀରେ ନିଯୁକ୍ତିକୁ ବିରୋଧ କଲେ ବେକାର ଡିଗ୍ରୀ ଇଂଜିନିୟର ସଂଘ

ଭୁବନେଶ୍ୱର – ଗେଟ୍‌ ସ୍କୋର୍‌ ଆଧାରରେ ଓଡିଶାର ଜଳସଂପଦ ବିଭାଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ପଦବୀରେ ନିଯୁକ୍ତିକୁ ବିରୋଧ ।   ଡିଗ୍ରୀ ଇଂଜିନିୟରମାନେ ଏହାକୁ ବିରୋଧ କରିଛନ୍ତି । ଏଥିଯୋଗୁଁ ୧୨ ହଜାରରୁ ଅଧିକ ଇଂଜିନିୟର ଆବେଦନ କରିପାରିବେ ନାହିଁ ବୋଲି ଅଭିଯୋଗ କରାଯାଇଛି । ଏ ନେଇ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ବିରୋଧ ପ୍ରଦର୍ଶନ କରାଯାଇଛି ।

prayash

ଓଡିଶାରେ ଇଂଜିନିୟରଙ୍କ ନିଯୁକ୍ତି ପାଇଁ ଓପିଏସି ସହ ଅନ୍ୟ ସଂସ୍ଥା ଥିବା ବେଳେ ଜାଣି ଶୁଣି ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଡିଗ୍ରୀ ଇଂଜିନିୟରମାନେ ଅଭିଯୋଗ କରିଛନ୍ତି । ଗେଟ୍‌ ସ୍କୋର ତିନିବର୍ଷ ପୁରୁଣା ହୋଇଥିବା ବେଳେ ଏହାକୁ ମାନଦଣ୍ଡ ଭାବେ ଗ୍ରହଣ କରାଯାଇଛି । ଏହାକୁ ବେକାରୀ ଡିଗ୍ରୀ ଇଂଜିନିୟର ସଂଘ ପକ୍ଷରୁ ବିରୋଧ କରାଯାଇଛି ।

ଏହି ପଦ୍ଧତିକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ସଂଘ ଦାବି କରିଛି । ଏହି ପଦ୍ଧତି ପ୍ରଚଳନ ହେଲେ ଅନେକ ଆଶାୟୀ ଇଂଜିନିୟରଙ୍କ କ୍ଷତି ହେବ ବୋଲି କୁହାଯାଇଛି । ଏ ନେଇ ଅଦାଲତରେ ମାମଲା ବିଚାରଧୀନ ଅଛି । ଏହି ପଦ୍ଧତିକୁ ତରନ୍ତ ରଦ୍ଦ କରିବା ପାଇଁ ବେକାର ଡିଗ୍ରୀ ଇଂଜିନିୟର ସଂଘ ଦାବି କରିଛି ।

Comments are closed.