www.samajalive.in
Sunday, December 14, 2025
26.1 C
Bhubaneswar

୧୬ ବର୍ଷର ଝିଅ କାନ୍ଧରେ ପରିବାର ବୋଝ; ୪ଜଣଙ୍କ ମୁହଁରେ ଆହାର ଦେଉଛନ୍ତି ସରୋଜିନୀ

ମୋହନା: ଛୋଟ ଦୁଇ ଭଉଣୀଙ୍କ ସାହାରା ପାଲଟିଛନ୍ତି ୧୬ ବର୍ଷୀୟ ଝିଅ ସରୋଜିନୀ । ବାପା ମା’ଙ୍କ ମୃତ୍ୟୁ ପରେ ବଡ଼ ଭଉଣୀ ହୋଇ ଛୋଟ ଦୁଇ ଭଉଣୀଙ୍କ ସମସ୍ତ କଥା ବୁଝୁଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଖାରିଗୁଡା ପଂଚାୟତ ଡେଙ୍ଗାପୁଚି ଗାଁରେ । ସୂଚନା ମୁତାବକ, ସାନ ଭଉଣୀ ସୁରଥୀକୁ ଯେତେବେଳେ ବର୍ଷେ ହୋଇଥିଲା ସେତେବେଳେ ସରୋଜିନୀ ତାଙ୍କ ମା’ କିସ୍ତିନାଙ୍କୁ ହରେଇଥିଲେ l ବାପା ଥାମାସ ମାଝୀଙ୍କ ସହ ଝିଅ ସରୋଜିନୀ କଷ୍ଟରେ ନିଜ ସାନ ଭଉଣୀଙ୍କୁ ଧରି ଚଳିଲେ ।

ତେବେ ସରୋଜିନୀଙ୍କ ଦୁଃଖ ଏତିକିରେ ସରିନଥିଲା, ଦୁଇମାସ ହେଲା ତାଙ୍କ ବାପା ଥାମାସକୁ ବି ସେ ହରେଇଲେ l ଛୋଟ କୁଡ଼ିଆ ଘରେ ରହୁଥିବା ଏହି ଗରୀବ ଆଦିବାସୀ ପରିବାରର ଦୁଃଖ କହିଲେ ନସରେ l ସରୋଜିନୀ କୁଲି ମଜୁରୀ କାମ କରି ଘର ଚଳାଉଥିବା ବେଳେ ମଝିଆ ଭଉଣୀ ସୁରଭିଙ୍କ ଖର୍ଚ୍ଚ ବହନ କରୁଛନ୍ତି l ଅର୍ଥ ଅଭାବରୁ ବାପା  କେବଳ ପଞ୍ଚମ ପର୍ଯ୍ୟନ୍ତ ସରୋଜିନୀଙ୍କୁ ପାଠ ପଢ଼ାଇଥିଲେ । କିନ୍ତୁ ସରୋଜିନୀଙ୍କ ଇଛା ଥିଲା ତାଙ୍କ ଦୁଇ ଭଉଣୀଙ୍କୁ ପାଠ ପଢାଇବା ପାଇଁ । ତେବେ ନିଜେ ଯାହା ରୋଜଗାର କରି ଆଣୁଛନ୍ତି ତାହା ଘରର ଖାଇବା ପାଇଁ  ନିଅଣ୍ଟ ହେଉଛି, ସେଥିପାଁଇ ସେ ତାଙ୍କ ଦୁଇ ଭଉଣୀଙ୍କୁ ପାଠ ପଢାଇବା ସମ୍ଭବ ହେଉନାହିଁ ।

- Advertisement -

ସରୋଜିନୀଙ୍କ ଜେଜେମା ବୄଦ୍ଧା ହୋଇଯାଇ ଥିବାରୁ ତାଙ୍କ ଠାରୁ ବି କିଛି ସାହାଯ୍ୟ ପାଇ ପାରୁନାହାନ୍ତି l ତେବେ ସରୋଜିନୀ ହାର ମାନିନାହାନ୍ତି । ଏତେ କଷ୍ଟ ପରେ ବି ସେ ତାଙ୍କ ଭଉଣୀ ମାନଙ୍କୁ ପାଠ ପଢ଼ାଇ ମଣିଷ କରିବା ଆଶାରେ ରହିଛନ୍ତି । ଯଦି ସରକାର ଏହି ପରିବାର ଉପରେ ଦୃଷ୍ଟି ଦେଇ ସାହାଯ୍ୟର ହାତ ବଢ଼ାନ୍ତେ ତେବେ ଏହି ତିନୋଟି ଶିଶୁ ପାଠ ପଢି ଭଲ ମଣିଷଟିଏ ହୋଇପାରନ୍ତେ ବୋଲି ଗ୍ରାମବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି l

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories