www.samajalive.in
Sunday, December 14, 2025
19.1 C
Bhubaneswar

ଜିଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ

ଫୁଲବାଣୀ: ଖରିଫ୍‌ ବର୍ଷ ୨୦୨୨-୨୩ ପାଇଁ ଜିଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ଗୁରୁବାର ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କନ୍ଧମାଳ ଜିଲାପାଳ ପାଟିଲ୍‌ ଆଶିଷ ଇଶ୍ୱରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଯେଉଁ ମଣ୍ଡି ଗୃହଗୁଡ଼ିକର ନିର୍ମାଣ କାର୍ଯ୍ୟ ଅଧାରେ ପଡ଼ିରହିଛି ସେଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ ସଂପୃକ୍ତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକଙ୍କୁ କୁହାଯାଇଛି ବୋଲି ଜିଲ୍ଲାପାଳ କହିଥିଲେ । ମଣ୍ଡି ଗୃହଗୁଡ଼ିକୁ ଏଭଳି ଭାବରେ ତିଆରି କରିବା ଦରକାର ଯେପରିକ ଧାନ କିଣା ପରେ ପରେ ମହିଳା ସ୍ୱୟଂସହାୟିକା ଗୋଷ୍ଠୀର ମାଆମାନଙ୍କ କାମରେ ଲାଗିପାରିବ । ଯଦି ଆବଶ୍ୟକ ପଡ଼େ ତେବେ ଅତିରିିକ୍ତ ମିଲର୍‌ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ଜିଲାପାଳ କହିଥିଲେ ।

ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଗତବର୍ଷ ଲକ୍ଷ୍ୟ ଧାର୍ଯ୍ୟଠାରୁ ଅଧିକ ଧାନ କ୍ରୟ କରାଯାଇଥିଲେ ବି କେତେଗୁଡ଼ିଏ ଚାଷୀଙ୍କର ଧାନ ବିକ୍ରୟ ହୋଇପାରି ନାହିଁ । ସେଥିପାଇଁ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ । ସେହିପରି ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର କହିଲେ ଗତଥର ଚାଷୀମାନଙ୍କର ବିଶେଷକରି ଲଣ୍ଡାଗାଁ ଚାଷୀମାନଙ୍କର ଧାନ ବିକ୍ରୟ ନହୋଇ ରହିଯାଇଛି । ତେଣୁ ଜିଲ୍ଲାରେ ଆଉ ଜଣେ ମିଲର୍‌ଙ୍କର ଆବଶ୍ୟକତା ରହିଛି । ଲଣ୍ଡାଗାଁରେ ରବି ଫସଲ ପାଇଁ ମଣ୍ଡି ଖୋଲିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବାପାଇଁ କହିଥିଲେ । ବେସାମରିକ ଯୋଗାଣ ଅଧିକାରୀ ଅନାଥ ଚରଣ ସ୍ୱାଇଁ ଚଳିତ ବର୍ଷର ଧାନ କ୍ରୟ ପାଇଁ ସରକାରଙ୍କ ଯୋଜନା ସବୁ କ’ଣ ରହିଛି ଏବଂ କନ୍ଧମାଳ ଜିଲ୍ଲା ପ୍ରଶାସନ କେଉଁ କେଉଁ ବ୍ୟବସ୍ଥା କରିଛି ସେ ବିଷୟରେ ବୈଠକରେ ସୂଚନା ଦେଇଥିଲେ । ସେ କହିଲେ ଧାନ କ୍ରୟରେ ଅସୁବିଧା ନ ହେବା ପାଇଁ ନୋଡାଲ ଅଫିସର ନିଯୁକ୍ତି ହେବା ସହିତ ଜିଲ୍ଲା ବେସାମରିକ ଯୋଗାଣ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ୍‌ ଖୋଲାଯିବ । ଅଧିକ ମଣ୍ଡି ବ୍ୟାବସ୍ଥା କରିବା ପାଇଁ ଚାଷୀମାନେ ଆବେଦନ କଲେ ତାହା କୃଷି ବିଭାଗକୁ ଜଣାଇଦିଆଯିବ । ସେହିପରି ଟୋକନ୍‌ଗୁଡ଼ିକୁ ପ୍ରଦର୍ଶନ କରାଯିବା ସହିତ ଫାର୍ମର କମିଟିକୁ ଜଣାଇ ଦିଆଯିବ । ବିକ୍ରୟ ପାଇଁ ଅସିଥିବା ଧାନକୁ ୪୮ ଘଣ୍ଟା ପର୍ଯ୍ୟନ୍ତ ସୁରକ୍ଷିତ ଅବସ୍ଥାରେ ରଖିବା ପାଇଁ ବ୍ୟବସ୍ଥା କରାଯିବ । ଗତବର୍ଷ ୩ ହଜାର ୯୧୧ଜଣ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ଚଳିତ ବର୍ଷ ୪ହଜାର ୩୩୩ ଜଣ ଚାଷୀ ପଞ୍ଜିକୃତ ହୋଇଛନ୍ତି । ସମସ୍ତଙ୍କ ନିଷ୍ପତିକ୍ରମେ ଚଳିତ ବର୍ଷ ତା ୨୦.୧୨.୨୦୨୨ରିଖରୁ ବାଲିଗୁଡ଼ା ଉପଖଣ୍ଡରୁ ଧାନ କ୍ରୟ କରିବା ଆରମ୍ଭ ହେବ ବୋଲି ସ୍ଥିର କରାଗଲା ।

- Advertisement -

ସେହିପରି ତା ୨୭.୧୨.୨୦୨୨ରିଖରୁ ଫୁଲବାଣୀ ଉପଖଣ୍ଡରୁ ଧାନ କ୍ରୟ ଆରମ୍ଭ କରାଯିବ ବୋଲି ସ୍ଥିର କରାଯାଇଛି । ଉକ୍ତ ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକ, କନ୍ଧମାଳ ଉପଜିଲାପାଳ ଶେଷଦେବ ମିଶ୍ରଙ୍କ ସମେତ ଫାର୍ମର ପ୍ରତିନିଧି, ମିଲର୍‌, ନିୟନ୍ତ୍ରିତ ବଜାର କମିଟିଗୁଡ଼ିକର ସମ୍ପାଦକ, ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories