www.samajalive.in
Monday, December 15, 2025
24.1 C
Bhubaneswar

ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇ ୮ ଅଟକ

ପୁରୀ : ପୁରୀ ଶ୍ରୀମନ୍ଦିର ଉପରେ ଡ୍ରୋନ କ୍ୟାମେରା ଉଡାଇବା ଅଭିଯୋଗରେ ସିଂହଦ୍ୱାର ପୁଲିସ ଶୁକ୍ରବାର ୮ ଜଣ ବଙ୍ଗୀୟ ପର୍ଯ୍ୟଟକଙ୍କୁ ଅଟକ ରଖିଥିଲା। ପଚରାଉଚରା ପରେ ସନ୍ଧ୍ୟାବେଳେ ସେମାନଙ୍କୁ ଛାଡିଦିଆଯାଇଥିବା ସୂଚନା ମିଳିଛି। ଏକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ ପାଇଁ ସେମାନେ ନିକଟସ୍ଥ ଏମାର ମଠରୁ ଡ୍ରୋନ କ୍ୟାମେରା ଉଠାଉଥିଲେ। ଡ୍ରୋନ ଦେଖିବାପରେ ସିଂହଦ୍ୱାର ପୁଲିସ ଏମାର ମଠର ଛାତରେ ପହଞ୍ଚି ସେମାନଙ୍କୁ କାବୁ କରି ନେଇଥିଲେ।
ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ୨୦୧୪ ଏବଂ ୨୦୧୬ରେ ଡ୍ରୋନ କ୍ୟାମେରା ଯୋଗେ ଶ୍ରୀମନ୍ଦିରର ଫୋଟୋ ଓ ଭିଡିଓ ଉତ୍ତୋଳନ କରାଯାଇଥିଲା। ସେହି ଭିଡିଓ ଓ ଫୋଟୋ ୟୁଟ୍ୟୁବ ସମେତ ଫେସବୁକ ଓ ଅନାନ୍ୟ ସାମାଜିକ ଗଣମାଧ୍ୟମରେ ଅପଲୋଡ କରାଯାଇଥିଲା। ତାହା ଭାଇରାଲ ହେବା ପରେ ଶ୍ରୀମନ୍ଦିର ପ୍ରଶାସନ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶ୍ରୀମନ୍ଦିର ଅଞ୍ଚଳକୁ ନୋ ଫାଇଂ ଜୋନ ଘୋଷଣା କରାଯିବା ସହ ୨୪/୭ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏହା ପରେ ବି ଶ୍ରୀମନ୍ଦିର ଉପରେ ପୁଣି ଡ୍ରୋନ ଉଡିଛି।

Hot this week

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

Related Articles

Popular Categories