www.samajalive.in
Sunday, December 14, 2025
19.1 C
Bhubaneswar

ଦୁଇଦିନ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ

କଟକ  : ଐତିହାସିକ ବାଲିଯାତ୍ରା ବୁଧବାର ଉଦ୍‌ଯାପିତ ନ ହୋଇ ଅବଧି ଆଉ ଦୁଇଦିନ ବଢ଼ାଇବାକୁ ସୋମବାର କଟକ ମହାନଗର ନିଗମ (ସିଏମ୍‌ସି)ର ବାଲିଯାତ୍ରା ପଡିଆରେ ଆୟୋଜିତ ସ୍ବତନ୍ତ୍ର କାଉନସିଲ ବୈଠକରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯିବାକୁ ସ୍ଥିର କରାଯାଇଛି । ନିଗମ ଆୟୁକ୍ତ ନିଖିଲ ପବନ କଲ୍ୟାଣ ଏ ସଂକ୍ରାନ୍ତରେ ଚିଠି ଲେଖିଛନ୍ତି। ବ୍ୟବସାୟୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ବାଲିଯାତ୍ରା ଅବଧି ୨ଦିନ ବୃଦ୍ଧି ପାଇଁ କର୍ପୋରେଟରମାନେ ବୈଠକରେ ଦାବି କରିଥିଲେ।
ବାଲିଯାତ୍ରା ପଡ଼ିଆରେ ସିଏମ୍‌ସିର ସ୍ବତନ୍ତ୍ର ବୈଠକ ସକାଳ ୮ଟାରେ ଅନୁଷ୍ଠିତ ହୋଇଥିଲା। ମେୟର ଶ୍ରୀ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉଭୟ ଶାସକ ଓ ବିରୋଧୀ ଦଳ କର୍ପୋରେଟରମାନେ କହିଥିଲେ ଯେ କରୋନା ମହାମାରୀ ଟଳିବା ପରେ ଚଳିତବର୍ଷ ଐତିହାସିକ ବାଲିଯାତ୍ରା ଆୟୋଜନ କରାଯାଇଛି। ପ୍ରତିଦିନ ଯାତ୍ରା ଦେଖିବାକୁ ଲକ୍ଷାଧିକ ଲୋକ ଆସୁଛନ୍ତି । ସେହିପରି ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ବ୍ୟବସାୟୀମାନେ ବାଲିଯାତ୍ରାରେ ଷ୍ଟଲ ନେଇଛନ୍ତି। ପ୍ରଥମ ଦୁଇଦିନ ମେଳାରେ ଭଲ ବ୍ୟବସାୟ ହୋଇନଥିଲା। ଶୁକ୍ରବାରଠାରୁ କିଛି ବ୍ୟବସାୟ ହୋଇଛି। ବ୍ୟବସାୟୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ବାଲିଯାତ୍ରା ଅବଧି ବୃଦ୍ଧି ହେବାର ଆବଶ୍ୟକତା ରହିଥିବା ବହୁ କର୍ପୋରେଟର ମତ ଦେଇଥିଲେ। ମେୟର ଶ୍ରୀ ସିଂହ କହିଛନ୍ତି ଯେ ବଢ଼ାଇବା ଉଦେଶ୍ୟ ହେଉଛି ଛୋଟବଡ ବ୍ୟବସାୟ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା କରିବା। ଆସନ୍ତା ୧୬ ରେ ବାଲିଯାତ୍ରା ଶେଷ ହେବାକୁ ଥିଲା ବେଳେ ଆଉ ଦୁଇଦିନକୁ ବୃଦ୍ଧି ପାଇଁ ପ୍ରସ୍ତାବ ଦିଆଯାଇଛି ବୋଲି ଶ୍ରୀ ସିଂହ କହିଛନ୍ତି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories