କଲକାତା : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରୂପକୁ ନେଇ ପଶ୍ଚିମବଙ୍ଗ ମନ୍ତ୍ରୀ ଅଖିଳ ଗିରି ଅଶାଳୀନ ମନ୍ତବ୍ୟ ଦେଇଥିବାରୁ ଏହାକୁ ନେଇ ଦେଶବ୍ୟାପୀ ଅସନ୍ତୋଷ ପ୍ରକାଶ ପାଇଛି । ଏଥିପାଇଁ ଅଖିଳ କ୍ଷମା ପ୍ରାର୍ଥନା କରିଛନ୍ତି। ସୋମବାର ଏହି ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ଷମା ପ୍ରାର୍ଥନା କରିବା ସହ ଅଖିଳ ଗିରିଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି । ଏକ ଗଣମାଧ୍ୟମକୁ ସାକ୍ଷାତ୍କାର ଦେବା ଅବସରରେ କହିଥିଲେ ରାଷ୍ଟ୍ରପତିଙ୍କ ରୂପକୁ ନେଇ ଅଖିଳ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାକୁ ସେ ନିନ୍ଦା କରୁଛନ୍ତି । ବାହ୍ୟ ରୂପକୁ ସୌନ୍ଦର୍ଯ୍ୟର ମାପକାଠି ଭାବେ ବିବେଚନା କରାଯାଇ ପାରିବ ନାହିଁ । ରାଷ୍ଟ୍ରପତିଙ୍କ ପ୍ରତି ତାଙ୍କର ବହୁତ ସମ୍ମାନ ରହିଛି ଏବଂ ମନ୍ତ୍ରୀ ଅଖିଳ ଯେଉଁ ମନ୍ତବ୍ୟ ଦେଇଛନ୍ତି ସେଥିନିମନ୍ତେ କ୍ଷମାପ୍ରାର୍ଥନା କରୁଛନ୍ତି। କଥା କହିବା ଏକ କଳା ହୋଇଥିବାବେଳେ ବାକ୍ ସଂଯମତା ରକ୍ଷା କରିବା ଆବଶ୍ୟକ ବୋଲି ମମତା କହିଛନ୍ତି। ବିଜେପି କର୍ମୀମାନେ ରବିବାର ଅଖିଳଙ୍କ କାଣ୍ଠିସ୍ଥିତ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିସହ କଲକାତା ଓ ଅନ୍ୟାନ୍ୟ ସ୍ଥାନରେ ବିକ୍ଷୋଭ ହୋଇଛି।
Popular Categories



