www.samajalive.in
Monday, December 15, 2025
27.1 C
Bhubaneswar

ଜେକେ ଲକ୍ଷ୍ମୀ ସିମେଣ୍ଟ କାରଖାନା ପକ୍ଷରୁ ବିଦ୍ୟାର୍ଥୀଙ୍କୁ ଟେଷ୍ଟପେପରର୍ସ ବଣ୍ଟନ

ଗୁରୁଡିଝାଟିଆ :  ବିଦ୍ୟାର୍ଥୀମାନେ ଦେଶର ଭବିଷ୍ୟତ । ସେମାନଙ୍କୁ ଉତ୍ତମ ରୂପେ ଗଢିତୋଳିବା ଶିକ୍ଷକଙ୍କ ଯେତିକି ଦାୟିତ୍ୱ , ଅଭିଭାବକମାନଙ୍କ ଭୂମିକା ମଧ୍ୟ ତାହାଠାରୁ ଅଧିକ। ଏହି ଦାୟିତ୍ୱବୋଧକୁ ସୁଚାରୁ ରୂପେ ସଂପାଦନ କରିବା କ୍ଷେତ୍ରରେ ଜେ.କେ ଲକ୍ଷ୍ମୀ କାରଖାନାର ମଧ୍ୟ ସାମାଜିକ ଦାୟିତ୍ୱବୋଧ ରହିଛି ବୋଲି କାରଖାନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଗିରୀଶ ତିୱାରୀ କହିବା ସହିତ ପ୍ରତ୍ୟେକ ବିଦ୍ୟାର୍ଥୀ ଆମ ପାଇଁ ଉଜ୍ଜ୍ୱଳ ଆଲୋକ ବୋଲି କହିଥିଲେ । କାରଖାନା କର୍ତ୍ତୃପକ୍ଷ ବିଦ୍ୟାର୍ଥୀମାନଙ୍କୁ ମେଧାବୃତ୍ତି ପ୍ରଦାନ କରୁଥିବା ବେଳେ ସାମାଜିକ ଦାୟିତ୍ୱବୋଧ କ୍ଷେତ୍ରରେ ଶିକ୍ଷାକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରିଥାଏ। ଶ୍ରୀ ତିୱାରୀ ଘଣ୍ଟିଖାଲ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ୯ମ ଓ ୧୦ମ ଶ୍ରେଣୀର ୧ଶହ ବିଦ୍ୟାର୍ଥୀଙ୍କୁ ଟେଷ୍ଟପେପରର୍ସ ପ୍ରଦାନ କରିଥିଲେ। ବିଦ୍ୟାଳୟ ପ୍ରଧାନଶିକ୍ଷକ ବୈକୁଣ୍ଠନାଥ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାରଖାନାର ବିତ୍ତୀୟ ଅଧିକାରୀ ହେମନ୍ତ କୁମାର ପ୍ରଧାନ, ପାରିପାର୍ଶ୍ବିକ ଉନ୍ନୟନ ଅଧିକାରୀ ସୁଶିଲ କୁମାର ରାଉତ, ସରପଞ୍ଚଙ୍କ ପ୍ରତିନିଧି ସୁବାସ ଚନ୍ଦ୍ର ବିଶ୍ୱାଳ, ସମିତି ସଭ୍ୟଙ୍କ ପ୍ରତିନିଧି ସରୋଜ କୁମାର ପ୍ରଧାନ, ପୂର୍ବତନ ସରପଞ୍ଚ ଲକ୍ଷ୍ମୀଧର ମହାନ୍ତି, ଶ୍ରମିକନେତା ସନ୍ତୋଷ କୁମାର ବେହେରା, ରବିନ୍ଦ୍ର ବରାଳ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ଅତିଥି ଭାବରେ ଯୋଗଦେଇଥିଲେ। ଏହି ଅବସରରେ ଶିକ୍ଷାକ୍ଷେତ୍ରରେ ବିଦ୍ୟାର୍ଥୀମାନଙ୍କ ବିଭିନ୍ନ ସୁବିଧା ଅସୁବିଧା ସଂପର୍କରେ ଶ୍ରୀ ତିୱାରୀ ଆଲୋଚନା କରିଥିଲେ ।

Hot this week

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

Related Articles

Popular Categories