www.samajalive.in
Sunday, December 14, 2025
26.1 C
Bhubaneswar

ଟି-୨୦ ବିଶ୍ବକପ୍‌ର ‘ସବୁଠାରୁ ମୂଲ୍ୟବାନ ଦଳ’ରେ କୋହଲି, ସୂର୍ଯ୍ୟ

ମେଲ୍‌ବୋର୍ଣ୍ଣ : ରବିବାର ସମାପ୍ତ ହୋଇଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ‘ସବୁଠାରୁ ମୂଲ୍ୟବାନ ଦଳ’ ସୋମବାର ଆଇସିସି ପକ୍ଷରୁ ଘୋଷଣା କରାଯାଇଛି। ଏହି ବିଶ୍ବକପ୍‌ରେ ପ୍ରଦର୍ଶନ ଭିତ୍ତିରେ ଶ୍ରେଷ୍ଠ ୧୧ ଜଣ ଖେଳାଳିଙ୍କୁ ଏହି ତାଲିକାରେ ରଖାଯାଇଛି। ଏହି ବିଶ୍ବକପ୍‌ରେ ସର୍ବାଧିକ ରନ୍‌ କରିବା ସହ ସର୍ବାଧିକ ଅର୍ଦ୍ଧଶତକ ମାରିଥିବା ବିରାଟ କୋହଲିଙ୍କ ସହ ୩ୟ ସର୍ବାଧିକ ରନ୍‌ କରିଥିବା ସୂର୍ଯ୍ୟକୁମାର ଯାଦବ ଦୁଇ ଭାରତୀୟ ଭାବେ ଏହି ତାଲିକାରେ ସ୍ଥାନ ପାଇଛନ୍ତି।
ବିରାଟ କୋହଲି ଏହି ବିଶ୍ବକପ୍‌ରେ ଚମତ୍କାର ବ୍ୟାଟିଂ କରିଥିଲେ। ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ବିପକ୍ଷରେ ବିସ୍ଫୋରକ ଅପରାଜିତ ୮୨ ରନ୍‌ର ଇନିଂସ ଖେଳି କୋହଲି ଭାରତକୁ ଜିତାଇଥିଲେ । ପରେ କୋହଲି ଆଉ ୩ଟି ଅର୍ଦ୍ଧଶତକ ମାରିଥିଲେ । ବାଂଲାଦେଶ ବିପକ୍ଷରେ ଅପରାଜିତ ୬୪, ନେଦରଲାଣ୍ଡ୍‌ସ ବିପକ୍ଷରେ ଅପରାଜିତ ୬୨ ଏବଂ ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ କୋହଲି ୫୦ ରନ୍‌ କରିଥିଲେ। ୯୮.୬୬ ଆଭ୍‌ରେଜ୍‌ରେ କୋହଲି ମୋଟ ୨୯୬ ରନ୍‌ କରିଛନ୍ତି। ସୂର୍ଯ୍ୟକୁମାର ମୋଟ ୨୩୯ ରନ୍‌ ସହ ଟୁର୍ଣ୍ଣାମେଣ୍ଟର ୩ୟ ସର୍ବାଧିକ ସ୍କୋରର୍‌ ଅଛନ୍ତି। ସେ ନେଦରଲାଣ୍ଡ୍‌ସ ବିପକ୍ଷରେ ଅପରାଜିତ ୫୧, ଦକ୍ଷିଣ ଆଫ୍ରିକା ବିପକ୍ଷରେ ୬୮ ଏବଂ ଜିମ୍ବାୱେ ବିପକ୍ଷରେ ମାତ୍ର ୨୫ ବଲ୍‌ରୁ ଅପରାଜିତ ୬୧ ରନ୍‌ କରିଛନ୍ତି। ତାଙ୍କ ଷ୍ଟ୍ରାଇକ୍‌ରେଟ୍‌ ହେଉଛି ୧୮୯.୬୮। ହାର୍ଦିକ ପାଣ୍ଡ୍ୟାଙ୍କୁ ଦଳର ୧୨ଶ ଖେଳାଳି ରଖାଯାଇଛି। ଆଇସିସି ୬ଟି ଦେଶର ଖେଳାଳିଙ୍କୁ ବିଶ୍ବକପ୍‌ର ‘ସବୁଠାରୁ ମୂଲ୍ୟବାନ ଦଳ’ରେ ରଖିଛି। ଦଳର ଅଧିନାୟକ, ୱିକେଟ ରକ୍ଷକ ଓ ଓପ୍‌ନର ଭାବେ ଇଂଲଣ୍ଡର ଜୋସ୍‌ ବଟ୍‌ଲର ରହିଛନ୍ତି। ତାଙ୍କ ଓପ୍‌ନିଂ ଯୋଡ଼ି ଆଲେକ୍ସ ହେଲ୍‌ସ ମଧ୍ୟ ଦଳରେ ଅଛନ୍ତି। କୋହଲି ଓ ସୂର୍ଯ୍ୟକୁମାରଙ୍କ ପରେ ନ୍ୟୁଜିଲାଣ୍ଡର ଗ୍ଲେନ୍‌ ଫିଲିପ୍‌ସ, ଜିମ୍ବାୱେର ସିକନ୍ଦର ରାଜା ଅଛନ୍ତି। ରାଜା ୨୧୯ ରନ୍‌ କରିବା ସହ ୧୦ଟି ୱିକେଟ ନେଇଥିଲେ। ସେମାନଙ୍କ ପଛକୁ ଅଛନ୍ତି ୨ ଅଲ୍‌ରାଉଣ୍ଡର ସଦ୍ଦାବ ଖାଁ ଓ ପ୍ଲେୟର ଅଫ୍‌ ଦି ସିରିଜ୍‌ ସାମ୍ କରନ୍‌। ୩ ଫାଷ୍ଟବୋଲର ଭାବେ ଅଛନ୍ତି ଦକ୍ଷିଣ ଆଫ୍ରିକାର ଆନ୍‌ରିକ୍‌ ନୋର୍ଖିୟା, ଇଂଲଣ୍ଡର ମାର୍କ ଉଡ୍‌ ଓ ପାକିସ୍ତାନର ସାହିନ୍ ଶାହା ଆଫ୍ରିଦି।
ସବୁଠାରୁ ମୂଲ୍ୟବାନ ଦଳ: ଜୋସ୍‌ ବଟ୍‌ଲର, ଆଲେକ୍ସ ହେଲ୍‌ସ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଗ୍ଲେନ୍‌ ଫିଲିପ୍‌ସ, ସିକନ୍ଦର ରାଜା, ସଦ୍ଦାବ ଖାଁ, ସାମ୍ କରନ୍‌, ଆନ୍‌ରିକ୍‌ ନୋର୍ଖିୟା, ମାର୍କ ଉଡ୍‌ ଓ ସାହିନ୍ ଶାହା ଆଫ୍ରିଦି। ୧୨ଶ ଖେଳାଳି: ହାର୍ଦିକ ପାଣ୍ଡ୍ୟା।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories