www.samajalive.in
Sunday, December 14, 2025
17.1 C
Bhubaneswar

ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଏଏସଓ ଆଶାୟୀ

ଭୁବନେଶ୍ବର: ଓଡ଼ିଶା ଲୋକ ସେବା ଆୟୋଗ(ଓପିଏସସି) ପକ୍ଷରୁ ଆସିଷ୍ଟାଣ୍ଟ ସେକ୍‌ସନ ଅଫିସର(ଏଏସଓ) ଲିଖିତ ପରୀକ୍ଷାଫଳ ନଭେମ୍ବର ୭ରେ ପ୍ରକାଶ ପାଇଥିଲା। ଏହି ପରୀକ୍ଷାରେ ମୋଟ ୧୧୦୪ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିବା ଓପିଏସସି ପକ୍ଷରୁ ସୂଚନା ଦିଆଯାଇଥିଲା। ତେବେ ଏଏସଓ ପରୀକ୍ଷାଫଳ ବିଭ୍ରାଟ ହୋଇଥିବା ନେଇ କିଛି ପରୀକ୍ଷାର୍ଥୀ ଅଭିଯୋଗ କରିଛନ୍ତି। କେତେକ ପରୀକ୍ଷାର୍ଥୀ ପରୀକ୍ଷା ନ ଦେଇ କୃତକାର୍ଯ୍ୟ ହୋଇଥିବା ଅଭିଯୋଗ ଆଣିଛନ୍ତି। ଏଏସଓ ପରୀକ୍ଷାୟରେ ଅନିୟମିତତା ପ୍ରସଙ୍ଗରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଆଶାୟୀ ପରୀକ୍ଷାର୍ଥୀ। ମନୋନୟନ ପ୍ରକ୍ରିୟାରେ ତ୍ରୁଟି ଦର୍ଶାଇ ଏକାଧିକ ମାମଲା ଦାୟର କରିଛନ୍ତି। ଆସନ୍ତା ସୋମବାର ଏହାର ଶୁଣାଣି ହୋଇପାରେ ବୋଲି ଜଣାପଡ଼ିଛି।

ଅପରପକ୍ଷରେ ଓଡ଼ିଶା ଲୋକ ସେବା ଆୟୋଗ ପକ୍ଷରୁ ପ୍ରେସନୋଟ ଜରିଆରେ ପ୍ରତିକ୍ରିୟା ରଖି ପ୍ରକାଶ କରାଯାଇଛି ଯେ ଓପିଏସସି ନିୟମାନୁସାରେ ଚୂଡ଼ାନ୍ତ ପରୀକ୍ଷାଫଳ ପରେ କଟଅଫ ମାର୍କ ପ୍ରକାଶ କରାଯିବ। ଉତ୍ତର, କଟଅଫ ମାର୍କ, ବ୍ୟକ୍ତିଗତ ମାର୍କ ଚୂଡ଼ାନ୍ତ ପରୀକ୍ଷାଫଳ ପରେ ଆସିବ। କିଛି ପରୀକ୍ଷାର୍ଥୀ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଭିତ୍ତିହୀନ ଓ ମିଥ୍ୟା। ଅନୁପସ୍ଥିତ ପ୍ରାର୍ଥୀଙ୍କୁ ମନୋନୟନ କରାଯାଇଥିବା ଅଭିଯୋଗ ଭିତ୍ତିହୀନ ଓ ମିଥ୍ୟା। ପ୍ରାର୍ଥୀ ମନୋନୟନରେ ଓପିଏସସି ସ୍ବଚ୍ଛ ଓ ନିରପେକ୍ଷ ଭୂମିକା ଗ୍ରହଣ କରିଥାଏ ବୋଲି କୁହାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories