www.samajalive.in
Friday, December 12, 2025
15.1 C
Bhubaneswar

ଏବେଠୁ ନ ଚେତିଲେ ୯ ବର୍ଷରେ ଆସିବ ପ୍ରଳୟ-ଅଙ୍ଗାର କାମ୍ଳଯୋଗୁଁ ବିଶ୍ୱ ହୋଇପାରେ ଧ୍ୱଂସ, ବୈଜ୍ଞାନିକ ଦେଲେ ଏମିତି ସୂଚନା

ନୂଆଦିଲ୍ଲୀ – ଦିନକୁ ଦିନ ବୃଦ୍ଧି ପାଉଛି ବିଶ୍ୱତାପାୟନ । ତାପମାତ୍ରା ବୃଦ୍ଧି ଯୋଗୁଁ ଆଣ୍ଟାର୍କଟିକା ସହ ଊଭୟ ମେରୁରୁ ବରଫ ତରଳିବାରେ ଲାଗୁଛି । କେବେଳ ସେତିକି ନୁହେଁ ବିଭିନ୍ନ ପର୍ବତ ଶିଖରରୁ ହିମଖଣ୍ଡ ତରଳି ଯାଉଛି । ଏଥିଯୋଗୁଁ ଓଜନ ସ୍ତରରେ ଗର୍ତ୍ତ ସୃଷ୍ଟି ହୋଇଛି । ବିଶ୍ୱରେ ଗଛ ଲତା ହ୍ରାସ ପାଉଥିବା ବେଳେ ଗାଡି ମଟର ସହ ବିଭିନ୍ନ  କଳକାରଖାନା ରୁ ପ୍ରବଳ ମାତ୍ରାରେ ଅଙ୍ଗାରକାମ୍ଳ ନିର୍ଗତ ହେଉଛି । କେବଳ ସେତିକି ନୁହେଁ ବିଭିନ୍ନ ସମୟରେ ଜଙ୍ଗଲରେ ନିଆଁ ଲାଗି ଏହି ପରିସ୍ଥିତିକୁ ଆହୁରି ଭୟାବହ କରୁଛି ।

ଏଥି ସହ ଯୁଦ୍ଧ ପରିସ୍ଥିତିକୁ ଆହୁରି ଖରାପ କରିଛି । ସବୁ ଦେଶ ମିଶିକରି ଚଳିତ ବର୍ଷ୪୦.୬ ବିଲିୟନ ଟନ୍‌ ଅଙ୍ଗାରକାମ୍ଳ ନିର୍ଗତ କରିସାରିଲେଣି । ଏହା ଗ୍ଲୋବାଲ ଓ୍ୱାର୍ମିଂ ବା ବିଶ୍ୱତାପାୟନ ପାଇଁ ମୁଖ୍ୟକାରଣ । ତାପମାତ୍ରା ଏତେ ବଢିଲାଣି ଯେ ବୈଜ୍ଞାନିକମାନେ ଚିନ୍ତା ପ୍ରକଟ କଲେଣି । ୧.୫ ଡିଗ୍ରୀ ମଧ୍ୟରେ ତାପମାତ୍ରା ବୃଦ୍ଧିକୁ ରୋକିବା ପାଇଁ ପରାମର୍ଶ ଦେଇଛନ୍ତି । ଯଦି ସବୁ ଦେଶ ଏବଂ ଲୋକମାନେ ଏହା ନ ମାନନ୍ତି ତେବେ ପ୍ରଳୟ ଆସିବ । ବିଶ୍ୱ ଧ୍ୱଂସ ଅଭିମୁଖେ ଗତି କରୁଛି । ଲୋକମାନେ ଏଥିପାଇଁ ଦୃଷ୍ଟି ଦେବା ପାଇଁ ଜାତିସଂଘର କ୍ଲାଇମେଟ୍‌ ସମିଟ୍‌ ୨୦୨୨ରେ ମତ ପ୍ରକାଶ ପାଇଛି । ଜଳବାୟୁ ଏପରି ପରିବର୍ତ୍ତନ ହେଲାଣି କେତେବେଳେ ଅତି ଗରମ ତ କେତେବେଳେ ପ୍ରବଳ ବର୍ଷା । କେଉଁଠି ମରୁଡି । ଏବେଠାରୁ ପଦକ୍ଷେପ ଗ୍ରହଣ ନକଲେ ୯ ବର୍ଷ ମଧ୍ୟରେ ତାପମାତ୍ରା ଏତେ ବଢିଯିବ ଯେ ସବୁ ବରଫ ତରଳିଯିବ । ମେରୁମାନଙ୍କରେ ଥିବା ବରଫ ତରଳି ଗଲେ ସମୁଦ୍ରର ଜଳସ୍ତର ବହୁତ ବଢିଯିବ । ଏଥିଯୋଗୁଁ ବିଭିନ୍ନ ସହର ଏବଂ ଦେଶ ବୁଡିଯିବାର ସମ୍ଭାବନା ରହିଛି। ତାପମାତ୍ର ବଢିଲେ ଅନେକ ଗଛଲତା ଜୀବଜନ୍ତୁ ସହ ମଣିଷ ନଷ୍ଟ ହୋଇଯିବେ ।

- Advertisement -

ଆମେରିକା, ଚୀନ୍‌ ଏବଂ ୟୁରୋପୀୟ ସଂଘ ପାଇଁ କାର୍ବନ ଏମିସନ୍‌ ବା ଅଙ୍ଗାରକାମ୍ଳ ବୃଦ୍ଧି ହେଉଛି । ଭାରତର ଯୋଗଦାନ ମଧ୍ୟ କମ୍‌ ନୁହେଁ ଭାରତରେ ୬ ପ୍ରତିଶତ ଅଙ୍ଗାରକାମ୍ଳ ନିର୍ଗମ ବୃଦ୍ଧି ପାଇଛି । ତେଣୁ ସବୁ ଦେଶ ମିଳିମିଶି ପଦକ୍ଷେପ ନ ନେଲେ ବିଶ୍ୱ ଧ୍ୱଂସ ଆଡକୁ ଆଗ୍ରସର ହେବେ ୯ ବର୍ଷ ମଧ୍ୟରେ ପରିସ୍ଥିତି ଭୟାବହ ହେବ ବୋଲି ଜଳବାୟୁ ବିଜ୍ଞାନୀଙ୍କ ସହ ବୈଜ୍ଞାନିକମାନେ ଚେତେବନୀ ଦେଇଛନ୍ତି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories