www.samajalive.in
Friday, December 12, 2025
15.1 C
Bhubaneswar

ରାଜଧାନୀ ଦିଲ୍ଲୀରେ ଭୂକମ୍ପ, ତୀବ୍ରତା ୫.୪ ରିକ୍ଟର୍‌ ସ୍କେଲ୍‌

ନୂଆଦିଲ୍ଲୀ: ଭୂକମ୍ପରେ ପୁଣି ଥରିଲା ରାଜଧାନୀ ଦିଲ୍ଲୀ। ଚଳିତ ସପ୍ତାହରେ ଦ୍ବିତୀୟ ଥର ପାଇଁ ଭୂମିକମ୍ପ। ରାତି ପ୍ରାୟ ୮ଟାବେଳେ ଭୂକମ୍ପ ଝଟକା। ନୋଇଡ଼ା ଓ ଗୁରୁଗ୍ରାମ ଅଞ୍ଚଳରେ ଭୂକମ୍ପ ଅନୂଭୁତ। ଭୂକମ୍ପର କେନ୍ଦ୍ରସ୍ଥଳ ସମ୍ପର୍କରେ ଚିହ୍ନଟ ହୋଇନାହିଁ। ଦିଲ୍ଲୀ, ନୋଇଡା ଓ ଗାଜିଆବାଦ ଅଞ୍ଚଳରେ ଭୂମିକମ୍ପ ହୋଇଥିବା ସୂଚନା। ଗୋଟିଏ ସପ୍ତାହରେ ୨ ଥର ଥରିଲା ଦିଲ୍ଲୀ। ଦିଲ୍ଲୀ ଏନସିଆର ଓ ଉତ୍ତରାଖଣ୍ଡରେ ଭୂକମ୍ପ।
ମିଳିଥିବା ସୂଚନା ଅନୁଯାୟୀ ଶନିବାର ରାତି ୮ଟାରେ ଦିଲ୍ଲୀରେ ମଧ୍ୟମ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି କହିବା ଅନୁସାୟୀ ଏହି ଭୂମିକମ୍ପର ତୀବ୍ରତା ୫.୪ ରିକ୍ଟର୍‌ ସ୍କେଲ୍‌ରୁ ଜଣାପଡ଼ିଛି। ଏହାର କେନ୍ଦ୍ରସ୍ଥଳ ନେପାଳ ବୋଲି ଜଣାପଡ଼ିଛି। ଚଳିତ ସପ୍ତାହର ଏହା ଦ୍ୱିତୀୟଥର ବୋଲି ଜଣାପଡ଼ିଛି। ନୋଏଡାରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି। ଏଥିରେ କୌଣସି ଧନଜୀବନହାନୀ ହୋଇଥିବାର ଖବର ମଧ୍ୟ ଏଯାବତ୍‌ ମିଳିନାହିଁ। ଭୂକମ୍ପ ଯୋଗୁ ଦିଲ୍ଲୀବାସୀ ଆତଙ୍କିତ ହୋଇପଡ଼ିଥିଲେ।

୫ ସେକେଣ୍ଡ ପାଇଁ ଅନୁଭୂତ ହୋଇଥିବା କମ୍ପନ ଯୋଗୁ ଲୋକେ ଜୀବନ ଭୟରେ ଘରୁ ବହାରକୁ ଧାଇଁଥିଲେ। ସେହିପରି ଅଫିସଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟସ୍ଥଳର ଲୋକେ ଖୋଲା ସ୍ଥାନକୁ ଦଉଡ଼ିଥିଲେ। ସେହିପରି ୪ ଦିନ ପୂର୍ବେ ଦିଲ୍ଲୀ ସମେତ ଜାତୀୟ ରାଜଧାନୀ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ କମ୍ପନର ତୀବ୍ରତା ୫.୪ ଥିଲା। ଭୂମିକମ୍ପର ଝଟକା ଦିଲ୍ଲୀ ସମେତ ନୋଏଡା, ଗାଜିଆବାଦ ଓ ବିଜନୋରରେ ମଧ୍ୟ ଅନୁଭୂତ ହୋଇଥିଲା। ଘରଦ୍ୱାର ଥରି ଉଠିବା ଯୋଗୁ ଲୋକେ ଘର ଓ କାର୍ଯ୍ୟାଳୟରୁ ବାହାରକୁ ଦୌଡି ପଳାଇଯାଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories