www.samajalive.in
Sunday, December 14, 2025
19.1 C
Bhubaneswar

ବାଇକ୍-ବୋଲେରୋ ଧକ୍କା: ଜଣେ ମୃତ, ଦୁଇ ଆହତ

ଆଠଗଡ଼: ଆଠଗଡ-ମୁଣ୍ଡଳି ରାସ୍ତାର ବେତଖୋଲି ଓ ମେଘା ମଧ୍ୟବର୍ତ୍ତୀ ଡାଳଖାଇ ମନ୍ଦିର ନିକଟରେ ରାତି ପ୍ରାୟ ୮ ଟାରେ ଗୋଟିଏ ବାଇକ୍ ସହିତ ବୋଲେରୋ ଧକ୍କା ହେବା ଫଳରେ ୩ ଜଣ ବାଳକ ଆରୋହୀଙ୍କ ମଧ୍ୟରୁ ଜଣେ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି ।

ବିବରଣୀରୁ ପ୍ରକାଶ ଆଠଗଡ ଥାନା ଅନ୍ତର୍ଗତ ବେଣ୍ଟପଦା ପଞ୍ଚାୟତ ଅଧିନ ବାଲିପଦା ଗ୍ରାମର ବାମଦେବ ପ୍ରଧାନଙ୍କ ପୁଅ ସାଗର (୨୫), ଗଗନ ପ୍ରଧାନଙ୍କ ପୁଅ ତପନ (୨୫) ଏବଂ ବଡମ୍ବା ଥାନା ଅନ୍ତର୍ଗତ ଖୁଣ୍ଟକଟା ପଞ୍ଚାୟତ ଅଧିନ କଜଳବେଡା ଗ୍ରାମର ଲକ୍ଷ୍ମୀଧର ମହାରଣାଙ୍କ ପୁଅ ରାଘବ (୨୪) ଏକ ବାଇକ୍ ରେ କଟକ ବାଲିଯାତ୍ରା ଦେଖିବାକୁ ରାତି ପ୍ରାୟ ୮ ଟା ବେଳେ ଯାଉଥିଲେ। ସେହି ସମୟରେ ମୁଣ୍ଡଳି ପଟରୁ ଆଠଗଡ ଆଡକୁ ଆସୁଥିବା ଏକ ବୋଲେରୋ ଗାଡି ସେମାନଙ୍କ ବାଇକକୁ ଡାଳଖାଇ ମନ୍ଦିର ନିକଟରେ ସମ୍ମୁଖରୁ ଧକ୍କା ଦେଇଥିଲା। ତିନିଜଣ ବାଇକ ଆରୋହୀଙ୍କ ମଧ୍ୟରୁ ବଡମ୍ବା କଜଳବେଡା ଗ୍ରାମର ରାଘବଙ୍କର ଘଟଣାସ୍ଥଳରେ ମୃତ୍ଯୁ ହୋଇ ଯାଇଥିବାବେଳେ ଗୁରୁତର ଆହତ ହୋଇଥିବା ବାଲିପଦାର ଦୁଇ ଯୁବକ ସାଗର ଓ ତପନଙ୍କୁ ତୁରନ୍ତ ଘଟଣାସ୍ଥଳରୁ ହିଁ କଟକ ସ୍ଥାନାନ୍ତରିତ କରାଯାଇଛି।

- Advertisement -

ଆଠଗଡ ପୁଲିସ ଘଟଣାସ୍ଥଳରୁ ମୃତ ଯୁବକର ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ଆଠଗଡ ଡାକ୍ତରଖାନା ଆଣିବା ସହ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories