www.samajalive.in
Monday, December 8, 2025
13.1 C
Bhubaneswar

ସଡ଼କ ଦୁର୍ଘଟଣା: ଗୁରୁତର ଆହତ ବାପାଝିଅଙ୍କୁ ଉଦ୍ଧାର କଲେ ଜିଲାପାଳ, ଚିକିତ୍ସା ପାଇଁ ପଠାଇଲେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

ମୋହନା: ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ନିକଟରେ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବାପାଝିଅଙ୍କୁ ଉଦ୍ଧାର ଗଜପତି ଜିଲାପାଳ ଉଦ୍ଧାର କରିଥିଲେ ଏବଂ ସେମାନଙ୍କୁ ନିଜ ଗାଡିରେ ଚନ୍ଦ୍ରଗିରି ଗୋଷ୍ଠ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଗଜପତି ଜିଲାପାଳଙ୍କ ମହନତାକୁ ସ୍ଥାନୀୟ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିଛନ୍ତି।
ସୂଚନାଯୋଗ୍ୟ ଗଜପତି ଜିଲାପାଳ ଲିଙ୍ଗରାଜ ପଣ୍ଡା ମୋହନା ଅଞ୍ଚଳରେ ଜିଲା ପ୍ରଶାସନ ପକ୍ଷରୁ ଚାଲୁ ରହିଥିବା ବିଭିନ୍ନ ଜନହିତକର ପ୍ରକଳ୍ପର ସମୀକ୍ଷା ଓ ପରିଦର୍ଶନ କରିବା ପାଇଁ ଆଜି ଆସିଥିଲେ। ସେ ପାରଳାଖେମୁଣ୍ଡି ଫେରୁଥିବା ବେଳେ ଦୁଇଜଣ ବାଇକ ଆରୋହୀ ଦୁର୍ଘଟଣାରେ ଗୁରତର ହୋଇଥିବା ଦେଖିବାକୁ ପାଇଥିଲେ। ଚନ୍ଦ୍ରଗିରି ନିକଟ ଚିଟିଙ୍ଗିଘାଟି (କାନାରା ବ୍ୟାଙ୍କ ନିକଟ)ବୁଲାଣିରେ ନୂଆଁଗଡ଼ ବ୍ଳକର ଆଶ୍ରମ ସ୍କୁଲରେ ଖେଳ ଶିକ୍ଷକ ହରେକୃଷ୍ଣ ମହନ୍ତ (୪୫) ଓ ତାଙ୍କ ଝିଅ ଶୁଭସ୍ମିତା ମହନ୍ତ (୧୪) ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ହରେକୃଷ୍ଣ ଚଳାଉଥିବା ବାଇକଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଛିଟିକି ପଡିଥିଲା। ଦୁର୍ଘଟଣା ପରେ ଉଭୟ ବାପା ଓ ଝିଅ ଗୁରୁତର ଅବସ୍ଥାରେ ରାସ୍ତା ଉପରେ ପଡ଼ି ରହିଥିଲେ। ଜିଲାପାଳ ଘଟଣା ସ୍ଥଳରୁ ସେମାନଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ସେମାନଙ୍କର ଚିକିତ୍ସା ଡା.ନରେଶ ରେଡି, ସ୍ୱାସ୍ଥ୍ୟକର୍ମୀ ରଘୁନାଥ ବେହେରା, ଆଟେଣ୍ଡାଣ୍ଟ ସନ୍ତୋଷ ଦଣ୍ଡସେନା, ଷ୍ଟାଫନର୍ସ ରୀତା ଚରଣ ସେବା ଯୋଗାଇଥିଲେ। ଜିଲାପାଳଙ୍କର ଏପରି ମହନତାକୁ ଦେଖି ଚନ୍ଦ୍ରଗିରି ଅଞ୍ଚଳବାସୀ ତାଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି।

Hot this week

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

Related Articles

Popular Categories