www.samajalive.in
Monday, December 8, 2025
27.1 C
Bhubaneswar

ସଡ଼କ ଦୁର୍ଘଟଣା: ଗୁରୁତର ଆହତ ବାପାଝିଅଙ୍କୁ ଉଦ୍ଧାର କଲେ ଜିଲାପାଳ, ଚିକିତ୍ସା ପାଇଁ ପଠାଇଲେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

ମୋହନା: ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ନିକଟରେ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବାପାଝିଅଙ୍କୁ ଉଦ୍ଧାର ଗଜପତି ଜିଲାପାଳ ଉଦ୍ଧାର କରିଥିଲେ ଏବଂ ସେମାନଙ୍କୁ ନିଜ ଗାଡିରେ ଚନ୍ଦ୍ରଗିରି ଗୋଷ୍ଠ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଗଜପତି ଜିଲାପାଳଙ୍କ ମହନତାକୁ ସ୍ଥାନୀୟ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିଛନ୍ତି।
ସୂଚନାଯୋଗ୍ୟ ଗଜପତି ଜିଲାପାଳ ଲିଙ୍ଗରାଜ ପଣ୍ଡା ମୋହନା ଅଞ୍ଚଳରେ ଜିଲା ପ୍ରଶାସନ ପକ୍ଷରୁ ଚାଲୁ ରହିଥିବା ବିଭିନ୍ନ ଜନହିତକର ପ୍ରକଳ୍ପର ସମୀକ୍ଷା ଓ ପରିଦର୍ଶନ କରିବା ପାଇଁ ଆଜି ଆସିଥିଲେ। ସେ ପାରଳାଖେମୁଣ୍ଡି ଫେରୁଥିବା ବେଳେ ଦୁଇଜଣ ବାଇକ ଆରୋହୀ ଦୁର୍ଘଟଣାରେ ଗୁରତର ହୋଇଥିବା ଦେଖିବାକୁ ପାଇଥିଲେ। ଚନ୍ଦ୍ରଗିରି ନିକଟ ଚିଟିଙ୍ଗିଘାଟି (କାନାରା ବ୍ୟାଙ୍କ ନିକଟ)ବୁଲାଣିରେ ନୂଆଁଗଡ଼ ବ୍ଳକର ଆଶ୍ରମ ସ୍କୁଲରେ ଖେଳ ଶିକ୍ଷକ ହରେକୃଷ୍ଣ ମହନ୍ତ (୪୫) ଓ ତାଙ୍କ ଝିଅ ଶୁଭସ୍ମିତା ମହନ୍ତ (୧୪) ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ହରେକୃଷ୍ଣ ଚଳାଉଥିବା ବାଇକଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଛିଟିକି ପଡିଥିଲା। ଦୁର୍ଘଟଣା ପରେ ଉଭୟ ବାପା ଓ ଝିଅ ଗୁରୁତର ଅବସ୍ଥାରେ ରାସ୍ତା ଉପରେ ପଡ଼ି ରହିଥିଲେ। ଜିଲାପାଳ ଘଟଣା ସ୍ଥଳରୁ ସେମାନଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ସେମାନଙ୍କର ଚିକିତ୍ସା ଡା.ନରେଶ ରେଡି, ସ୍ୱାସ୍ଥ୍ୟକର୍ମୀ ରଘୁନାଥ ବେହେରା, ଆଟେଣ୍ଡାଣ୍ଟ ସନ୍ତୋଷ ଦଣ୍ଡସେନା, ଷ୍ଟାଫନର୍ସ ରୀତା ଚରଣ ସେବା ଯୋଗାଇଥିଲେ। ଜିଲାପାଳଙ୍କର ଏପରି ମହନତାକୁ ଦେଖି ଚନ୍ଦ୍ରଗିରି ଅଞ୍ଚଳବାସୀ ତାଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories