www.samajalive.in
Monday, December 8, 2025
24.1 C
Bhubaneswar

ବସ-ଟ୍ରକ୍ ଧକ୍କା: ଜଣେ ମୃତ, ୧୦ ଗୁରୁତର

ରେଙ୍ଗାଲି:ସମ୍ବଲପୁରରୁ ରାଉରକେଲା କୁ ସଂଯୋଗ କରୁଥିବା ୧୦ ନମ୍ବର ରାଜ୍ୟ ରାଜପଥ (ବିଜୁ ଏକ୍ସପ୍ରେସ୍ େଓ)ର ଖିଣ୍ଡା ଛକ ପାଖରେ ଏକ ଯାତ୍ରୀବାହୀ ବସ୍ ସହିତ ଟ୍ରକ ଧକ୍କା ହେବା ଫଳରେ ଜଣେ ଯାତ୍ରୀ ଙ୍କ ମୃତ୍ୟୁ ହେଯାଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ସନ୍ଦିପ ସିଂ କୁଶଓାହା (୫୮) ନାମକ ଜନୈକ ସେବା ନିବୃତ୍ତ ଯବାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ପୁଲିସ ସୂଚନା ଦେଇଛି। ଦୁର୍ଘଟଣାରେ ଗୁରୁତର ଆହତଙ୍କୁ ଭିମାସରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଝାରସୁଗୁଡା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଦୁଇ ଜଣ ଆହତ ଙ୍କ ପରିଚୟ ଜଣାପଡିନାହିଁ।

- Advertisement -

ସୂଚନା ଅନୁଯାୟୀ ଆଜି ସକାଳୁ ଓଆର୍ ୧୫-ଏଫ୍ -୨୧୫୭ ନମ୍ବର ଥିବା ମହାଲକ୍ଷ୍ମୀ ନାମକ ଯାତ୍ରୀବାହୀ ବସ୍ ଝାରସୁଗୁଡା ରୁ ସମ୍ବଳପୁର ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ବେଳେ ଖିଣ୍ଡା ଛକ ପାଖରେ ଓଆର୍-୨୩-ଏଫ୍୧୮୧୧ ଟ୍ରକର ପଛପଟେ ଜୋର୍ ରେ ଧକ୍କା ହୋଇଥିଲା। ଫଳ ରେ ବସ୍ ର ଗୋଟିଏ ପାଶ୍ୱର୍ ସମ୍ପୂର୍ଣ ଭାରେ କ୍ଷତିଗ୍ରସ୍ତ ହୋଇ ଯାତ୍ରୀମାନେ ଦୂର୍ଘଟଣା ଗ୍ରସ୍ତ ହୋଇ ଗୁରୁତର ଭାବରେ ଆହତ ହୋଇଥିଲେ। ଦୁର୍ଘଟଣାର ଖବର ପାଇ ଠେଲୋକୋଲୋଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ। ୧୦୮ ଆମ୍ବୁଲାନ୍ସ ଯୋଗେ ଆହତମାନଙ୍କୁ ଉଦ୍ଧାର ପରେ ବୁର୍ଲା,ଝାରସୁଗୁଡା, ଆଦି ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories