www.samajalive.in
Monday, December 8, 2025
20.1 C
Bhubaneswar

ଚକାପାଦ ବ୍ଳକରେ ପଞ୍ଚାୟତ ସମିତି ବୈଠକ, ଗଦା ଗଦା ସମସ୍ୟା ନେଇ ବର୍ଷିଲେ ନିର୍ବାଚିତ ଲୋକ ପ୍ରତିନିଧି

ଫୁଲବାଣୀ:କନ୍ଧମାଳ ଜିଲା ଚକାପାଦ ବ୍ଳକର ଦ୍ୱିତୀୟ ପଂଚାୟତ ସମିତି ବୈଠକ ବ୍ଳକ ଅଧ୍ୟକ୍ଷା ବୈନେତ୍ରୀ କହଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ , ଉପାଧ୍ୟକ୍ଷ ସୋମନାଥ ବେହେରା, ସଂସାଦ ପ୍ରତିନିଧି ଉମାଚରଣ ମଲିକ , ବିଡ଼ିଓ ଅନୀଲ୍ କୁମାର ପଟ୍ଟନାୟକ, ସହକାରୀ ଯନ୍ତ୍ରୀ ଦେବୀ ପ୍ରସନ୍ନ ରାଉତ, ଜିଲା ପରିଷଦ ସଭ୍ୟା ରଚନା ନାୟକ ସମେତ ସମସ୍ତ ୧୨ େ ଗାଟି ପଞ୍ଚାୟତର ସମିତିସଭ୍ୟ ଓ ସଭ୍ୟା ଏବଂ ସରପଂଚ ମାନେ ଯେଗାଦେଇଥିଲେ।

ଏଥି ସହିତ ବ୍ଳକରେ ସମସ୍ତ ବିଭାଗୀୟ ମୁଖ୍ୟ ଅଧିକାରୀ ଓ ଅନ୍ୟ କର୍ମକର୍ତ୍ତା ମାନେ ଯୋଗଦେଇଥିବା ବେଳେ ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ପାନିୟ ଜଳ ଭଳି ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା। ଏହି ସମୟରେ ସମିତିସଭ୍ୟ ଦିଲ୍ଲିପ କୁମାର ମଲିକ ରଙ୍ଗମାଟିଆ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଚାହାହି ଉଚ୍ଚ ବିଦ୍ୟାଳୟକୁ ଦୀର୍ଘ ୪ କିଲୋମିଟର ଜଙ୍ଗଲ ରାସ୍ତାରେ ଯାତାୟତ କରୁଥିବା ବେଳେ ଏହା ଅତ୍ୟନ୍ତ ଚିନ୍ତାର ବିଷୟ ବୋଲି ପ୍ରକାଶ କରିଥିଲେ। ତୁରନ୍ତ ରଙ୍ଗମାଟିଆ ବିଦ୍ୟାଳୟକୁ ପୁନଃ ଚାଲୁ କରିବା ପାଇଁ ଉପସ୍ଥିତ ବ୍ଳକ ଗୋଷ୍ଠି ଉନ୍ନୟନ ଅଧିକାରୀ ନାଗେଶ୍ୱର ପ୍ରଧାନଙ୍କୁ ପଦକ୍ଷେପ ପାଇଁ ଦାବି କରିଥିଲେ।

- Advertisement -

ସେହିଭଳି କଖାରୁଝୋଲା ସରପଂଚ ନିଳାମ୍ବର କହଁର ନିରିଙ୍ଗିଝୋଲାରେ ମାଗଣା ଔଷଧ ମିଳୁନଥିବା ନେଇ ଅଭିଯୋଗ କରିଥିବା ବେଳେ ବପଲମେଣ୍ଡି(ଏଲ୍) ସମିିତିସଭ୍ୟା ସୌଦାମିନୀ ବେହେରା ଲାଇନପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରରେ ସମସ୍ତ ପ୍ରକାର ସୁୁବିଧା ଥିଲେ ମଧ୍ୟ ଦିନ ୧୨ଟା ପରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଲାପଡ଼ିଯାଉଥିବା ଯୋଗୁଁ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଥିବା ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଉପରେ ମତ ରଖିବା ସହିତ ତୁରନ୍ତ ଉଚ୍ଚ କର୍ତ୍ତୁପକ୍ଷ ଏ ଦିଗରେ ଦୃଷ୍ଟିଦେଇ ପଦକ୍ଷେପ ପାଇଁ ଦାବି ଉପସ୍ଥାପନ କରିଥିଲେ। ସେହିଭଳି ବ୍ରାହ୍ମଣପାଦ ସରପଂଚ ହେମକେଶ ମଲିକ ଠିକ୍ ସମୟରେ ନଳକୁପ ମରାମତି କରିବା ସହିତ ବହୁ ଗ୍ରାମରେ ଥିବା ପାନୀୟଜଳ ସମସ୍ୟାଉପରେ ଦାବି କରିଥିଲେ। ଗ୍ରାମ ପଂଚାୟତ ଅଧିକାରୀ ଉମାଚରଣ ସାହୁ ସଭା କାର୍ଯ୍ୟ ପରିଚାଳନ କରିଥିଲେ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories