www.samajalive.in
Monday, December 15, 2025
16.1 C
Bhubaneswar

ଷଣ୍ଢ ଘଉଡାଇବା ହେଲା କାଳ, ବୃଦ୍ଧ ଗୁରୁତର

କଲମପୁର: ଜଣେ ବୃଦ୍ଧ ନିଜ ଚାଷ ଜମିର ପାକଳ ଧାନ ଖାଉଥିବା ଷଣ୍ଢକୁ ଘଉଡାଇବାକୁ ଯାଇ ଆକ୍ରମଣରେ ଗୁରୁତର ହେବା ଭଳି ଅଭାବନୀୟ ଘଟଣା ଅଂଚଳରେ ଆଲୋଡନ ସୃଷ୍ଟି କରିଛି। ରକ୍ତାକ୍ତ ଅବସ୍ଥାରେ ସମ୍ପର୍କୀୟ ମାନେ ଉଦ୍ଧାର କରି କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛନ୍ତି।

ସୁଚନା ଅନୁସାରେ ଗୁରୁବାର ସଂଧ୍ୟାରେ ମଣ୍ଡଳ ଗ୍ରାମର ଡେଙ୍ଗା ମାଝୀ ନାମକ ବୃଦ୍ଧ ନିଜ ଚାଷ ଜମି ଠାରେ ପାକଳ ଧାନକୁ ଖାଉଥିବା ଏକ ଷଣ୍ଢକୁ ଘୌଡାଇବାକୁ ଯାଇଥିଲେ। ଯାହା ତାଙ୍କ ପାଇଁ କାଳ ହେଇଛି। ବୃଦ୍ଧ ଜଣକ ଷଣ୍ଢକୁ ଘଉଡାଉଥିବା ବେଳେ ଷଣ୍ଢ ଉତ୍ୟକ୍ତ ହେଇ ବୃଦ୍ଧଙ୍କୁ ଆକ୍ରମଣ କରିଥିଲା। ଷଣ୍ଢର ସିଙ୍ଘ ବୃଦ୍ଧଙ୍କ ଛାତି ଭିତରେ ଭୁଷି ହେଇଯାଇଥିଲା। ଗଭୀର ଆଘାତ ଯୋଗୁଁ ରକ୍ତାକ୍ତ ହେଇ ନିଜ ଜୀବନ ବଂଚାଇବା ପାଇଁ ପ୍ରାଣ ବିକଳରେ ବୃଦ୍ଧ ଡେଙ୍ଗା ମାଝୀ ନିକଟସ୍ଥ ଜଣକ ଘରକୁ ଦୌଡି ଯାଇଥିଲେ ମଧ୍ୟ ଷଣ୍ଢଟି ପୁଣି ଆକ୍ରମଣ କରିବା ପାଇଁ ଜଗି ରହିଥିଲା। ସମ୍ପର୍କୀୟ ମାନେ ବୃଦ୍ଧଙ୍କୁ ଉଦ୍ଧାର କରି କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛନ୍ତି। ବର୍ତମାନ ବୃଦ୍ଧଙ୍କ ଚିକିତ୍ସା ଜାରି ରହିଛି। ପୂର୍ବରୁ ମଧ୍ୟ ଉକ୍ତ ଷଣ୍ଢଟି ଗ୍ରାମର ଅନ୍ୟ ଦୁଇ ଜଣକୁ ଆକ୍ରମଣ କରି ସାରିଛି। ବର୍ତମାନ ମଣିଷ ମରା ଷଣ୍ଢ ଭୟରେ ଗ୍ରାମବାସୀ ଭୟଭୀତ ହେଉଛନ୍ତି।

Hot this week

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

Related Articles

Popular Categories