www.samajalive.in
Monday, December 15, 2025
15.1 C
Bhubaneswar

ତେନ୍ତୁଳିରଗଡ଼ିରେ ମାଙ୍କଡ଼ ଉପଦ୍ରବ: ଉଜାଡ଼ିଲେଣି ବାଡ଼ିବଗିଚା, ୪ଜଣଙ୍କୁ କାମୁଡ଼ିଲେଣି

ତିଗିରିଆ: ତିଗିରିଆ ବ୍ଲକ ଅନ୍ତର୍ଗତ ପାଞ୍ଚଗାଁ ପଞ୍ଚାୟତର ତେନ୍ତୁଳିରଗଡ଼ି ଗ୍ରାମରେ ଗତ ପ୍ରାୟ ୧ମାସ ହେବ ମାଙ୍କଡ଼ ଉପଦ୍ରବ ଲାଗି ରହିଛି। ଏହାକୁ ନେଇ ଗ୍ରାମବାସୀ ଅତିଷ୍ଠ ହୋଇପଡ଼ିଛନ୍ତି। ଗ୍ରାମରେ ପ୍ରାୟ ଗୋଟିଏ ଦଳ ମାଙ୍କଡ଼ ରହିଥିବା ବେଳେ ଏଥିରେ ୧୫ଟି ଛୋଟ ଓ ବଡ଼ ମାଙ୍କଡ଼ ରହିଥିବା ଗ୍ରାମବାସୀ କହିଛନ୍ତି। ସେମାନଙ୍କ ମଧ୍ୟରେ ଗୋଟିଏ ନିର୍ଦ୍ଧିଷ୍ଟ ମାଙ୍କଡ଼ ଲୋକମାନଙ୍କୁ ଆକ୍ରମଣ କରି ଲହୁଲୁହାଣ କରୁଛି। ମାସକ ମଧ୍ୟରେ ଗ୍ରାମର ୪ଜଣଙ୍କୁ କାମୁଡ଼ି ଆହତ କରିଛି। ଗ୍ରାମର କ୍ଷୀତିଧର ପ୍ରଧାନ, ଅଜୟ କୁମାର ସାହୁ, ଧ୍ରୁବ ଦଳେଇ, ପ୍ରତିମା ବେହେରାଙ୍କ ମାଙ୍କଡ଼ କାମୁଡ଼ାରେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିବା ବେଳେ ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାରୁ ମାଙ୍କଡ଼କାମୁଡ଼ା ପ୍ରତିଷେଧକ ଇଞ୍ଜେକ୍ସନ୍ ନେଉଥିବା ଜଣାପଡ଼ିଛି।

 

- Advertisement -

ଏବେ ଲୋକେ ଘରୁ ପଦାକୁ ବାହାରିଲେ କିମ୍ବା ବାଡ଼ିବଗିଚାକୁ ଗଲେ ଭୟରେ ହାତରେ ବାଡ଼ି ନେବାକୁ ବାଧ୍ୟ ହେଉଛନ୍ତି। ତେନ୍ତୁଳିରଗଡ଼ି ଗ୍ରାମଟି ତିଗିରିଆ ଅଞ୍ଚଳର ଏକ ପ୍ରମୁଖ କୃଷି ପ୍ରଧାନ ଗ୍ରାମ ହୋଇଥିବା ବେଳେ ସମୁଦାୟ ଗ୍ରାମବାସୀ କୃଷି ଉପରେ ନିର୍ଭରଶୀଳ। ଗ୍ରାମବାସୀମାନେ ନିଜ ବାଡ଼ିବଗିଚାରେ ଲଗାଇଥିବା ବିଭିନ୍ନ ପନିପରିବା ତଥା ଗଛକୁ ମାଙ୍କଡ଼ ଦଳ ଭାଙ୍ଗିରୁଜି ନଷ୍ଟ କରିଚାଲିଛନ୍ତି। ଏପରିକି ଜୱାଦ ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରଙ୍କ ଉଦ୍ୟାନକୃଷି ବିଭାଗ ପକ୍ଷରୁ ପାକଶାଳା ବଗିଚା ସୃଷ୍ଟି ନିମନ୍ତେ ମିଳିଥିବା ବିଭିନ୍ନ ‘ଗଛ ଚାରା ମାଙ୍କଡ଼ଙ୍କ ଦ୍ୱାରା ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ଗ୍ରାମ ସଭାପତି ସୁରେଶ ଚନ୍ଦ୍ର ସାହୁଙ୍କ ଠାରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି। ଏ ସମ୍ପର୍କରେ ଗ୍ରାମବାସୀ ପାଞ୍ଚଗାଁ ପଞ୍ଚାୟତର ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ବନ ବିଭାଗ ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରି ମାଙ୍କଡ଼ମାନଙ୍କୁ ଗ୍ରାମରୁ ତଡ଼ିବା ବ୍ୟବସ୍ଥା କରିବାକୁ ଦାବି ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories