www.samajalive.in
Sunday, December 14, 2025
23.1 C
Bhubaneswar

ଜିଲାପାଳଙ୍କୁ ସ୍ୱାସ୍ଥ୍ୟ ଠିକା କର୍ମଚାରୀଙ୍କ ସ୍ମାରକପତ୍ର ପ୍ରଦାନ

ଦେବଗଡ଼: ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଏବଂ ରାଜ୍ୟ ଏଡସ୍ ନିୟନ୍ତ୍ରଣ ସୋସାଇଟୀ ଅଧୀନରେ କାର୍ଯ୍ୟରତ ସମସ୍ତ ଠିକା କର୍ମଚାରୀ ମାନଙ୍କ ଚାକିରିକୁ ନିୟମିତ କରିବା ପାଇଁ ଆଜି ଓଡିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ, ଦେବଗଡ ଶାଖା ପକ୍ଷରୁ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଆଜି ସଂଧ୍ୟାରେ ଓଡିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ, ଦେବଗଡ ଶାଖା ସଭାପତି ଦୀପକ କୁମାର ମହାପାତ୍ର ଓ ସମ୍ପାଦକ ଆଶୁତୋଷ ଦାଶଙ୍କ ନେତୃତ୍ୱରେ ବହୁ ସଦସ୍ୟ ସଦସ୍ୟା ଦେବଗଡ ଜିଲାପାଳଙ୍କୁ କାର୍ଯ୍ୟାଳୟକୁ ଉପରୋକ୍ତ ଦାବୀରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଦୀର୍ଘ ୧୫ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ଉପରୋକ୍ତ ଠିକା କର୍ମଚାରୀ ମାନେ ଜନସାଉଧାରଣଙ୍କୁ ନିରବଛିନ୍ନ ଭାବେ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିବା ବେଳେ ସେମାନଙ୍କ ପ୍ରତି ଓଡିଶା ସରକାରଙ୍କ ବୈମାତୃକ ମନୋଭାବ ଦୁର୍ଭାଗ୍ୟ ଜନକ ବୋଲି ଦର୍ଶାଇଛନ୍ତି। ସେହିପରି ରାଜ୍ୟ ସରକାର ଇତିମଧ୍ୟରେ ୫୭ ହଜାର ଠିକା କର୍ମ ଚାରୀଙ୍କ ଚାକିରୀକୁ ନିୟମିତ କରିଥିବା ବେଳେ ଏଥିରୁ ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମାନଙ୍କୁ ବାଦ ଦିଅଯିବା ଅତ୍ୟନ୍ତ ଦୁଃଖଦାୟକ ବୋଲି କ୍ଷୋଭର ସହ ପ୍ରକାଶ କରିଛନ୍ତି।

 

- Advertisement -

ଅନ୍ୟପକ୍ଷରେ ଆସନ୍ତା କାଲି (ନଭେମ୍ବର ୧୧ ତାରିଖ) ସୁଦ୍ଧା ଦାବୀ ପୁରଣ ନିମନ୍ତେ କୌଣସି ପଦକ୍ଷେପ ଗ୍ରହଣ କରାନଗଲେ ସେମାନେ କାର୍ଯ୍ୟ ସ୍ଥଳରେ ହଳଦିଆ ବ୍ୟାଜ ପରିଧାନ କରିବା ସହ ସେମାନଙ ୍ଫଳ ଉପରେ ନ୍ୟସ୍ତ ଥିବା ସମସ୍ତ କାର୍ଯ୍ୟରେ ଓଡିଶା ସରକାରଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ଅସହଯୋଗ କରିବେ ବୋଲି ଉକ୍ତ ସ୍ମାରକପତ୍ର ଜରିଆରେ ସରକାରଙ୍କୁ ଲିଖିତ ଚେତାବନୀ ଦେଇଥିବା ଜଣାପଡିଛି। ସ୍ମାରକପତ୍ର ପ୍ରଦାନ ସମୟରେ ଓଡିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ, ଦେବଗଡ ଶାଖା ଉପ ସଭାପତି ଦେବାନନ୍ଦ ସାମଲ, ଯୁଗ୍ମ ସମ୍ପାଦକ ସବୀର କୁମାର ପଟେଲ, ଡାକ୍ତର ସମ୍ବିତ କୁମାର ପ୍ରଧାନ, ପରମେଶ୍ୱର ସେଠୀ, ଇପ୍ସିତା ପ୍ରିୟଦର୍ଶିନୀ ପରିଡା, ମନମୋହନ ସାହୁ ଓ ବିମଳେନ୍ଦୁ ପାଣିଗ୍ରାହୀଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ।

Hot this week

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

Related Articles

Popular Categories