www.samajalive.in
Monday, December 15, 2025
14.1 C
Bhubaneswar

ବଢ଼ୁଛି ମାଣ୍ଡିଆ ଚାଷର ଚାହିଦା; ଭଲ ଦୁଇ ପଇସା ପାଉଛନ୍ତି ଚାଷୀ

ନବରଙ୍ଗପୁର:  କୃଷିପ୍ରଧାନ ନବରଙ୍ଗପୁର ଜିଲାରେ ମାଣ୍ଡିଆ ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ବୃଦ୍ଧି ପାଉଛି । ଏହି ଜିଲାରେ କିଛି ବର୍ଷ ହେଲା ଜିଲା କୃଷି ବିଭାଗ ପକ୍ଷରୁ ମାଣ୍ଡିଆ ଚାଷୀଙ୍କୁ  ପ୍ରୋତ୍ସାହନ ଦିଆଯାଉଛି । ଫଳରେ ଚଳିତ ବର୍ଷ ଜିଲାରେ ମୋଟ ୯୦୧୧ ଜଣ ଚାଷୀ ଜିଲାର ୪୧୩୬.୮୬ ହେକ୍ଟରରେ ମାଣ୍ଡିଆ ଚାଷ କରୁଛନ୍ତି । ଝରିଗାଁ ବ୍ଲକରେ ୧୧୨୩ ଜଣ ଚାଷୀ ୬୦୯.୩ ହେକ୍ଟର ଜମିରେ ମାଣ୍ଡିଆ ଚାଷ କରୁଥିବାବେଳେ ଡାବୁଗାଁବ୍ଲକରେ ୭୮୩ ଜଣ ୪୩୦.୨ ହେକ୍ଟର, ଉମରକୋଟ ବ୍ଲକରେ ୧୫୯୯ ଜଣ ୫୫୯.୧୬  ହେକ୍ଟର, ନବରଙ୍ଗପୁର ବ୍ଲକରେ ୧୪୩୩ ଜଣ ୫୪୯.୨ ହେକ୍ଟର, ତେନ୍ତୁଳିଖୁଣ୍ଟି ବ୍ଲକରେ ୫୫୪ ଜଣ ୩୮୦.୮  ହେକ୍ଟର, ନନ୍ଦାହାଣ୍ଡି ବ୍ଲକରେ ୫୬୮ ଜଣ ୨୦୬.୨ ହେକ୍ଟର, କୋଷାଗୁମୁଡା ବ୍ଲକରେ ୧୦୯୮ ଜଣ ୫୪୧.୬ ହେକ୍ଟର, ପାପଡାହାଣ୍ଡି ବ୍ଲକରେ ୧୦୪୪ ଜଣ ୬୫୧୬ ହେକ୍ଟର  ଓ ରାଇଘର ବ୍ଲକରେ ୮୦୯ ଜଣ ଚାଷୀ ୨୦୮.୮ ହେକ୍ଟର ଜମିରେ ମାଣ୍ଡିଆ ଚାଷ କରୁଛନ୍ତି ।

ତେବେ ଅନ୍ୟାନ୍ୟ ଚାଷ ଯଥା ଧାନ ଓ ମକା ବଦଳରେ ମାଣ୍ଡିଆ ଚାଷର ଲାଭ ଅଧିକ ରହିଥିବାରୁ ଏଥିପ୍ରତି ଚାଷୀଙ୍କର ଆଗ୍ରହ ବଢୁଛି । ଜିଲାରେ ମକା ଚାଷ ସର୍ବାଧିକ ରହିଥିଲେ ହେଁ ରାଜ୍ୟ ସରକାର ମିଲେଟ ମିଶନ ଆରମ୍ଭ କରିବା ସହ ପ୍ରୋତ୍ସାହନ ଦେବା ଫଳରେ ଏବେ ଧୀରେ ଧୀରେ ଜିଲାର ଚାଷୀମାନେ ମାଣ୍ଡିଆ ଚାଷ ପ୍ରତି ମନ ବଳାଇ ଚାଷ କରୁଛନ୍ତି । ପ୍ରତିବର୍ଷ ମାଣ୍ଡିଆ ଚାଷୀ ସଂଖ୍ୟା ବଢିବାରେ ଲାଗିଛି । ଏକର ପ୍ରତି ପ୍ରାୟ ୪ରୁ ୫ କୁଇଣ୍ଟାଲ ମାଣ୍ଡିଆ ଅମଳ ହେଉଥିବା ଜଣାପଡିଛି ।  ଏଥିପାଇଁ  ପ୍ରତି ଏକର ପ୍ରତି ପ୍ରାୟ  ୪ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ପ୍ରାୟ ୧୨ହଜାରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଫସଲ ଆଦାୟ ହେଉଥିବା ଜଣାପଡିଛି । ଏବେ ସରକାରୀ ଧାର୍ଯ୍ୟ ମୂଲ୍ୟ ଅନୁସାରେ କୁଇଣ୍ଟାଲ ପ୍ରତି ଦର ୩,୫୬୭ ଟଙ୍କା ରହିଛି । ଫଳରେ ଚାଷୀ ମାନେ ମାତ୍ର ୪ମାସ ମଧ୍ୟରେ ଖର୍ଚ୍ଚର ଦୁଇଗୁଣରୁ ଅଧିକ ଟଙ୍କା ପାଇପାରୁଥିବାରୁ ଚାଷୀ ମାନେ ଏହି ଚାଷୀ କରିବାକୁ ଉତ୍ସାହିତ ହେଉଛନ୍ତି । ଏହା ଛଡା ମାଣ୍ଡିଆର ଅଭାବୀ ବିକ୍ରି ନାହିଁ । ବିକ୍ର ସୁବିଧା ଥିବାରୁ ଏହା ଚାଷୀଙ୍କୁ ଦୁଶ୍ଚିନ୍ତାରୁ ମୁକ୍ତି କରିଛି ।

- Advertisement -

ଏ ସଂପର୍କରେ ସହକାରୀ କୃଷି ନିର୍ଦ୍ଦେଶକ ତଥା ଆତ୍ମା ଉପପ୍ରକଳ୍ପ ନିର୍ଦ୍ଦେଶକ କମଳ ଲୋଚନ ନାୟକଙ୍କୁ ପଚାରିବାରୁ ନବରଙ୍ଗପୁର ଜିଲାରେ ସବୁଚାଷ କରାଯାଉଥିବା ବେଳେ ମିଲଟ ମିଶନ ଜରିଆରେ ଚାଷୀମାନଙ୍କୁ ସମସ୍ତ ସରକାରୀ ସହାୟତା ଓ ସହଯୋଗ ଯୋଗାଇ ଦିଆଯାଇ ପ୍ରୋତ୍ସାହିତ କରାଯାଉଛି ।  ଉନ୍ନତମାନର ବିହନ ଯୋଗାଇ ଦିଆଯାଉଛି । ଅନ୍ୟ ଚାଷ ତୁଳନାରେ ମାଣ୍ଡିଆ କମବର୍ଷାରେ ମଧ୍ୟ ଚାଷ ହେଉଥିବା ବେଳେ   ଲାଭ ଅଧିକ ରହୁଥିବାରୁ ଚାଷୀ ମାନେ ଏହା ଜାଣିବା ପରେ ଏବେ ଚାଷ କରିବାକୁ ଅଧିକ ଚାଷୀ ଆଗ୍ରହ ପ୍ରକାଶ କରି ଆଗେଇ ଆସୁଥିବା କହିଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories