ଭୋଟର କାର୍ଡ ସହ ଆଧାର ସଂଯୋଗରେ ନବରଙ୍ଗପୁର ରାଜ୍ୟରେ ପ୍ରଥମ

ନବରଙ୍ଗପୁର : ଭୋଟର କାର୍ଡ ସହିତ ଆଧାର ନମ୍ବର ସଂଯୋଗରେ ନବରଙ୍ଗପୁର ଜିଲ। ରାଜ୍ୟରେ ପ୍ରଥମ ହୋଇଛି । ଜିଲ।ର ୯୪.୦୭ପ୍ରତିଶତ ଭୋଟରଙ୍କ ଆଧାର ସଂଯୋଗ ହୋଇସାରିଛି । ଆଉ ବଳକା ଭୋଟରଙ୍କ ଆଧାର ଲିଙ୍କ୍ ଶୀଘ୍ର ଶେଷ ହେବ ବୋଲି ଜିଲାପାଳ ଡଃ. କମଳ ଲୋଚନ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ବୁଧବାର ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ କରା ଯାଇଛି । ଭୋଟର ତାଲିକାରେ କାହାର ଆପତ୍ତି ଅଭିଯୋଗ ଓ ସଂଶୋଧନ ଥିଲେ ଆସନ୍ତା ଡିସେମ୍ବର ମାସ ୮ ତାରିଖ ମଧ୍ୟରେ କରିପାରିବେ । ଚୁଡାନ୍ତ ଭୋଟର ତାଲିକା ୫ ଜାନୁଆରୀ, ୨୦୨୩ ତାରିଖରେ ପ୍ରକାଶ ପାଇବ। ଭୋଟର ତାଲିକା ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କରାଯାଇଛି । ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୯୬୭୩୭ ଜଣ ଭୋଟର ରହିଥିବାବେଳେ ଝରିଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୧୫୨୯୨ ଜଣ, ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୩୪୭୮୬ ଜଣ ଓ ଡ଼ାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୦୩୬୪୬ ଜଣ ଭୋଟର ଙ୍କ ସମେତ ଜିଲ।ରେ ମୋଟ ୮,୫୦,୪୬୧ଜଣ ଭୋଟର ଅଛନ୍ତି । ଏଣିକି ଭୋଟର ସଂଶୋଧନ ତାଲିକା ବର୍ଷକୁ ୪ଥର ଏପ୍ରିଲ ୧, ଜୁଲାଇ ୧, ଅକ୍ଟୋବର ୧, ଜାନୁଆରୀ ୧ ରେ ପ୍ରକାଶ ପାଇବ । ଯେଉଁ ଯୁବକ ମାନେ ଏହି ଅବଧି ସୁଦ୍ଧା ୧୮ ବର୍ଷରେ ପଦାର୍ପଣ କରିବାକୁ ଯାଉଛନ୍ତି, ସେମାନେ ତାଲିକାରେ ନାମ ପଞ୍ଜୀକରଣ ପାଇଁ ଅଗ୍ରୀମ ଆବେଦନ କରିପାରିବେ । ଚଳିତ ବର୍ଷ ଜିଲାରେ ନୂତନ ଭ।ବେ ୧୦୨୪୭ ଜଣ ଭୋଟର ସଂଯୋଗ ହୋଇଥିବାବେଳେ ୬୩୮୨୮ ଜଣ ଭୋଟର ତାଲିକାରୁ ବାଦ ପଡିଛନ୍ତି । କାର୍ଯ୍ୟକ୍ରମରେ ଉପଜିଲାପାଳ ପ୍ରଶାନ୍ତ କୁମାର ରାଉତ ଓ ସହକାରୀ ଜିଲାପାଳ ନିର୍ମଳ କୁମାର ନାୟକ ଯୋଗ ଦେଇଥିଲେ । ଏହି ଅବସରରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନେ କଂଗ୍ରେସର ମୁନା ତ୍ରିପାଠୀ ଓ ଦିଲୀପ ବେହେରା,ବିଜେଡିର ପ୍ରମୋଦ ରଥ ଓ ବିଜେପିର ଜ୍ୟୋତିରଞ୍ଜନ କଂସ ଭୋଟ ସଂଶୋଧନ ସମ୍ପର୍କିତ ବୈଠକରେ ଉପସ୍ଥିତ ରହି ମତାମତ ଥିଲେ। ଅନ୍ୟ ମାନଙ୍କର ମଧ୍ୟରେ ନିର୍ଵାଚନ ବିଭାଗର କର୍ମଚାରୀ ଚିତ୍ତ ରଞ୍ଜନ ପାତ୍ର, ଅଜୟ ନାୟକ, ନରସିଂହ ପାଣିଗ୍ରାହୀ ଓ ସତ୍ୟମ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

kalyan agarbati

Comments are closed.